ଭୁବନେଶ୍ବର: ଆଦିତ୍ୟ ଦାସ ହତ୍ୟାକାଣ୍ଡ ଏବେ ନୁଆ ମୋଡ ନେଇଛି । ଟ୍ରେନ ମେମୋରୁ ମିଳିଛି ଆଦିତ୍ୟଙ୍କ ମୃତ୍ୟୁର ସମୟ । ଜୁଲାଇ ୬ ସଂଧ୍ୟା ୮ଟା ୧୭ରେ ଆଦିତ୍ୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି । ପୁରୁଷୋତ୍ତମ ଏକ୍ସପ୍ରେସରେ ହୋଇଛି ମୁଣ୍ଡ ମାଡ । ଟ୍ରେନ ମୋମୋରୁ ମିଳିଛି ଏଭଳି ସୁରାକ ।
ସେଦିନ ଡ୍ୟୁଟିରେ ଥିବା ଲୋକପାଇଲଟ ଜିଆରପି ପୋଲିସଙ୍କୁ ଦେଇଛନ୍ତି ଏଭଳି ତଥ୍ୟ । ତେବେ ପ୍ରକୃତ ସମୟ ଜାଣିବା ପରେ ସେହି ସମୟ ବ୍ୟବଧାନରେ ଆଦିତ୍ୟଙ୍କ ସମ୍ପର୍କରେ ଯେଉଁମାନଙ୍କର ସେଭଳି କିଛି ବାଦ ବିବାଦ ଚାଲିଥିବା ଅଭିଯୋଗ ହେଉଛି, ସେମାନଙ୍କର ଲୋକେସନ ଟ୍ରେସ କରାଯାଇଛି । ତେବେ ଆଦିତ୍ୟଙ୍କ ସାଙ୍ଗ ପପୁ ସମେତ ୬ ଜଣଙ୍କର ଲୋକେସନ ଟ୍ରେସ ହୋଇଥିବା ଜଣାପଡିଛି । ଏହା ସହ ପପୁକୁ ୨ ଘଣ୍ଟା ଜେରା କରିଛି ଜିଆରପି ପୋଲିସ ।
ଜେରା ସମୟରେ ୭୦ ହଜାର ଟଙ୍କା ଆଦିତ୍ୟଙ୍କଠାରୁ ଧାର ନେଇଥିବା ନେଇ ଅନୁତପ୍ତ କରିଛି ପପୁ । ଏନେଇ ଭୁଲ ହେଇଗଲା ବୋଲି ଜିଆରପି ପୋଲିସକୁ ସେ କହିଛି । ସେପଟେ ହାତ ଲେଖା ଡାଏରୀକୁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଡାଏରୀରେ ଲେଖାଥିବା ଲେଖା ସହ ଆଦିତ୍ୟଙ୍କର ଏକ ଖାତା ଏବଂ ଏକ ଚେକ୍କୁ ମଧ୍ୟ ଫରେନ୍ସିକ ଲ୍ୟାବ ପଠାଯାଇଛି । ଏଥିରୁ ଆଦିତ୍ୟଙ୍କ ଅକ୍ଷରକୁ ଯାଞ୍ଚ କରାଯିବ । ଡାଏରୀଟିରେ ଲେଖାଥିବା ଅକ୍ଷର ଯଦି ତାଙ୍କର ବୋଲି ପ୍ରମାଣିତ ହୁଏ, ତାହାଲେ ହୁଏତ ଏହି ଘଟଣାରେ କେହି ଗିରଫ ହୋଇନପାରନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ