ETV Bharat / city

ଆଦିତ୍ୟ ଦାସ ମୃତ୍ୟୁ ଘଟଣା; ରାଜରାସ୍ତାକୁ ଓହ୍ଲାଇ ସିବିଆଇ ତଦନ୍ତ ଦାବି କଲେ ବାପା-ମାଆ - ଆଦିତ୍ୟ ଦାସ ମୃତ୍ୟୁ ଘଟଣା

ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ଦୀର୍ଘ 7 ମାସ ବିତି ଯାଇଥିଲେ ମଧ୍ୟ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯେଉଁଥିପାଇଁ ନିଜ ପୁତ୍ରକୁ ହରାଇ ଦୁଃଖରେ ମ୍ରିୟମାଣ ଥିବା ପିତାମାତା ନ୍ୟାୟ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ...

ଆଦିତ୍ୟ ଦାସ ମୃତ୍ୟୁ ଘଟଣା; ରାଜରାସ୍ତାକୁ ଓହ୍ଲାଇ ସିବିଆଇ ତଦନ୍ତ ଦାବି କଲେ ବାପା-ମାଆ

author img

By

Published : Feb 1, 2021, 3:28 PM IST

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ଦୀର୍ଘ 7 ମାସ ବିତି ଯାଇଥିଲେ ମଧ୍ୟ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଜିଆରପି ପୋଲିସ ପରେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏହାର ତଦନ୍ତ ଭାର ଭିଜିଲାନ୍ସକୁ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ । ଯେଉଁଥିପାଇଁ ନିଜ ପୁତ୍ରକୁ ହରାଇ ଦୁଃଖରେ ମ୍ରିୟମାଣ ଥିବା ପିତାମାତା ନ୍ୟାୟ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଆଜି (ସୋମବାର) ପିପୁଲ ଫର ସେବାର ସ୍ୱେଛାସେବୀଙ୍କ ସହ ଆଦିତ୍ୟଙ୍କ ପିତାମାତା ପିଏମଜି ଛକରେ ଏକ ଶୋଭାଯାତ୍ରା ବାହାର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଇଛନ୍ତି ।ଯେଉଁଥିରେ ସେମାନେ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ରାଜନୈତିକ ଚାପ ପକାଇ ଏହାକୁ ଭିନ୍ନ ରଙ୍ଗ ଦିଆଯିବାକୁ ଚେଷ୍ଟା କରାଯାଉଥିବା ଏହି ମାମାଲରେ ଲଢ଼ୁଥିବା ଆଇନଜୀବୀ ନିହାର ରଞ୍ଜନ ଓଝା କହିଛନ୍ତି ।

ସେପଟେ ଆଦିତ୍ୟଙ୍କ ମାଆ କହିଛନ୍ତି ଯେ ନିକଟରେ ଝରାଫୁଲ ହତ୍ୟା ଘଟଣାରେ ସିସିଟିଭି ଫୁଟେଜ ତଦନ୍ତ କରି ଏହାର ଉନ୍ମୋଚନ ପୋଲିସ 3 ଦିନ ଭିତରେ କରି ପାରୁଥିବା ବେଳେ ତାଙ୍କ ପୁଅ କ୍ଷେତ୍ରରେ ଏହା କାହିଁକି କରାଗଲାନାହିଁ । ଏପରିକି ଏପର୍ଯ୍ୟନ୍ତ ତାଙ୍କ ପୁଅ ହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ନଆସିବାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିଜ ଲୋକ ଯଦି ଏପରି ଘଟଣାର ଶିକାର ହୋଇଥାନ୍ତେ ସେ କଣ ଚୁପ ବସି ଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି । ସେମାନେ ଆହୁରି କହିଛନ୍ତି ଯେ ରାଜ୍ୟର ତଦନ୍ତ ପ୍ରକ୍ରିୟା ଉପରୁ ଆସ୍ଥା ତୁଟି ଗଲାଣି । ତେଣୁ ଏହି ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରାଯାଇ ଏହାର ସତ୍ୟତା ଉନ୍ମୋଚନ କରାଯିବାକୁ ଦାବି କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.