ETV Bharat / city

ମହାମାରୀ ମୁକାବିଲା, ଖୋଲିଲା ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ

ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସିର ବଡ ପଦକ୍ଷେପ। ଆଜିଠାରୁ ଖୋଲିଲା ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲ। ଅଧିକ ପଢନ୍ତୁ...

author img

By

Published : Apr 14, 2021, 12:01 PM IST

aditya aswini covid hospital opened in bhubaneswar
ମହାମାରୀ ମୁକାବିଲା,ଖୋଲିଲା ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସିର ବଡ ପଦକ୍ଷେପ। ଆଜି ଠାରୁ ଖୋଲିଲା ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲ। ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ। ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟାକୁ ୨୫୦ରୁ ୫୦୦କୁ ବୃଦ୍ଧି କରାଯାଇଛି। ସେହିଭଳି ପଟିଆରେ 60 ଓ ଡୁମୁଡୁମାରେ 45ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିପୂର୍ବରୁ ଘାଟିକିଆ, ଗଜପତିନଗର ଓ କିଟରେ 3ଟି ଓୟୋ ହୋଟେଲରେ 40ଟି ଶଯ୍ୟା ବିଶିଷ୍ଟ ଦେୟ ଯୁକ୍ତ ସଙ୍ଗରୋଧ ଗୃହ କରାଯାଇଛି।

ଆଜି ବାଣୀବିହାରରେ ଶତାଧିକ ଛାତ୍ର ଓ କର୍ମଚାରୀଙ୍କ ଟେଷ୍ଟିଂ କରାଯାଇଛି। ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ମୋଟ ବେଡ ସଂଖ୍ୟା 300 ରହିଛି । ଏବେ ୧୫୦ ବେଡ କୋଭିଡ ଆକ୍ରାନ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଓୟୁଏଟିରେ 4ନମ୍ବର ଛାତ୍ରାବାସରେ 4ଜଣ ପଜିଟିଭ ଚିହ୍ନଟ ପରେ ଅନ୍ୟ ଅନ୍ତେବାସୀଙ୍କ ସମେତ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନକୁ ସିଲ କରିବାକୁ ମଧ୍ୟ ବିଏମସି ଯୋଜନା କରୁଥିବା ଜଣାପଡିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.