ETV Bharat / city

ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥାକୁ ପରଚେଜ୍ ଅର୍ଡର - ଟିକା ଉତ୍ପାଦନକାରୀ ସଂସ୍ଥାକୁ ପରଚେଜ ଅର୍ଡର

ଆସନ୍ତା ମେ 1ରୁ 18ରୁ 44 ବର୍ଷ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବା ନେଇ ସରକାର ଘୋଷଣା କରିଛନ୍ତି । ଏନେଇ ଦେଶର ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ..

ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥାକୁ ପରଚେଜ୍ ଅର୍ଡର

author img

By

Published : Apr 29, 2021, 4:21 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏହା ମଧ୍ୟରେ ସଂକ୍ରମଣ ହାରକୁ କମ୍ କରିବା ପାଇଁ ଟିକା ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର । ତେବେ ଆସନ୍ତା ମେ 1ରୁ 18ରୁ 44 ବର୍ଷ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବା ନେଇ ସରକାର ଘୋଷଣା କରିଛନ୍ତି । ଏନେଇ ଦେଶର ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥାକୁ ପରଚେଜ୍ ଅର୍ଡର
ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥାକୁ ପରଚେଜ୍ ଅର୍ଡର

ତେବେ ଭାରତ ବାୟୋଟେକକୁ ପରଚେଜ ଅର୍ଡର ଦେଇଛି ଓଡିଶା । 10.34 ଲକ୍ଷ ଟିକା ପ୍ରଦାନ ପାଇଁ ପରଚେଜ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ଗୋଟିଏ ଡୋଜକୁ 600 ଟଙ୍କା ହିସାବରେ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ମେ 31 ସୁଦ୍ଧା 5 ଲକ୍ଷ ଟିକା ଦେବାକୁ ଦାବି ହୋଇଥିବାବେଳେ ବାକି 5.34 ଲକ୍ଷ ଡୋଜ ଆସନ୍ତା ଜୁନ 15 ସୁଦ୍ଧା ଦେବାକୁ ଦାବି କରାଯାଇଛି । ଏହି ବାବଦରେ 62 କୋଟି ଟଙ୍କା ଭାରତ ବାୟୋଟେକକୁ ରାଜ୍ୟ ସରକାର ଦେଇଛନ୍ତି ।

ସେହିପରି ସେରମ ଇନଷ୍ଟିଟ୍ୟୁଟକୁ ଆସନ୍ତା ମେ ମାସରେ 40 ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ ଚିଠି ମାଧ୍ୟମରେ ଦାବି କରାଯାଇଛି । ସେହିପରି ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ 60 ଲକ୍ଷ ଲେଖାଁଏ ଟିକା ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି ପି.କେ ମହାପାତ୍ର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.