ETV Bharat / city

ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ, ସଂଗ୍ରହ ହେବ ୨ ଲକ୍ଷ ଦସ୍ତଖତ

ଭାରତ ଛାଡ ଆନ୍ଦୋଳନ ସ୍ମୃତି ଦିବସ ପାଳନ ଅବସରେ ଏକାଠି ହୋଇ ସମ୍ବିଧାନରେ ‘ଅହିଂସା’ ଯୋଡ଼ିବା ଅଭିଯାନକୁ ତ୍ବରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର କ୍ରାନ୍ତି ଦିବସ ଅବସରରେ କଳ୍ପନା ଛକ ନିକଟରେ ଥିବା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ଦଳ ମତ ନିର୍ବିଶେଷରେ ଏକାଠି ହୋଇଛନ୍ତି ସବୁ ଦଳର ନେତା । ସମ୍ବିଧାନରେ ‘ଅହିଂସା’ ଯୋଡ଼ିବା ପାଇଁ ସଂଗ୍ରହ ହେବ ୨ ଲକ୍ଷ ଦସ୍ତଖତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 9, 2019, 2:26 PM IST

ଭୁବନେଶ୍ବର: ଅହିଂସା ପରମ ଧର୍ମ । ଅହିଂସା ପାଇଁ କ୍ରାନ୍ତି ଦିବସରେ ଅଣ୍ଟା ଭିଡ଼ିଲେ ସବୁ ଦଳର ନେତା ଓ କର୍ମୀ। ରାଜ୍ୟବ୍ୟାପୀ ଆରମ୍ଭ ହେଲା ଦସ୍ତଖତ ଅଭିଯାନ। ଶୁକ୍ରବାର କ୍ରାନ୍ତି ଦିବସ ଅବସରରେ କଳ୍ପନା ଛକ ନିକଟରେ ଥିବା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ଦଳ ମତ ନିର୍ବିଶେଷରେ ଏକାଠି ହେଲେ ସବୁ ଦଳର ନେତା । ସମ୍ବିଧାନରେ ‘ଅହିଂସା’ ଯୋଡ଼ିବା ପାଇଁ ସଂଗ୍ରହ ହେବ ୨ ଲକ୍ଷ ଦସ୍ତଖତ । ଭାରତ ଛାଡ ଆନ୍ଦୋଳନ ସ୍ମୃତି ଦିବସ ପାଳନ ଅବସରେ ଏକାଠି ହୋଇ ଏହି ଅଭିଯାନକୁ ତ୍ବରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

କ୍ରାନ୍ତି ଦିବସରେ ଆରମ୍ଭ ହେଲା ଅହିଂସା ପାଇଁ ଦସ୍ତଖତ ଅଭିଯାନ । ଅହିଂସା ଦ୍ବାରା ସାରା ଦେଶରେ ଶାନ୍ତି ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ବର୍ଷ ପାଳନ ଅବସରରେ ଅହିଂସାକୁ ଭାରତର ସମ୍ବିଧାନ ମୁଖବନ୍ଧରେ ସଂଯୋଗ କରିବାକୁ ଦେଇଥିବା ପ୍ରସ୍ତାବକୁ ସମର୍ଥନ କରି ରାଜ୍ୟବ୍ୟାପୀ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ୨ ଲକ୍ଷ ଦସ୍ତଖତ ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯିବ।

୧୯୮୩-୮୪ ମସିହାରୁ ଦୀର୍ଘ ୩୫ ବର୍ଷ ଧରି ଅଗଷ୍ଟ ୯ ତାରିଖରେ କ୍ରାନ୍ତି ଦିବସ ପାଳନ କରାଯାଉଛି। ଯେଉଁମାନେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ତାଙ୍କୁ ସ୍ମରଣ କରି ଆଜି ଦିନର କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଅହିଂସାକୁ ସମ୍ବିଧାନ ମୁଖବନ୍ଧରେ ସଂଯୋଗ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଦାବି ରଖିଥିଲେ ତାକୁ ଅଧିକ ଶାଣିତ କରିବାକୁ ଶୁକ୍ରବାର ଠାରୁ ସବୁ ଜିଲ୍ଲାରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଭୁବନେଶ୍ବର ବିଶେଷତ୍ବ ହେଉଛି ଏହାର ଅନତି ଦୂରରେ ଦୟାନଦୀ ପାଖରେ ସମ୍ରାଟ ଅଶୋକ ଅହିଂସା ପ୍ରଚାର କରିଥିଲେ । ହେଲେ ଆଜି ସେହି ଅହିଂସାକୁ ପ୍ରଚାର କରିବାକୁ ଆମ ରାଜ୍ୟରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂଜ୍ୟ ଗାନ୍ଧିଜୀ ଦେଶରେ ଅହିଂସାକୁ ମୂଳ ଅସ୍ତ୍ର କରିଥିଲେ । ମହାତ୍ମା ଗାନ୍ଧୀଙ୍କ ବାଣୀରେ ଅହିଂସା ହି ପରମ ଧର୍ମ ଥିଲା । ଅହିଂସା ଦ୍ୱାରା ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ କହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ବ୍ରିଟିଶ ଭାରତ ଛାଡି ଯାଇଥିଲେ,ଗାନ୍ଧିଜୀଙ୍କ ମୂଳମନ୍ତ୍ର ଥିଲା ଅହିଂସା । ଅହିଂସା ନୀତିରେ ଭାରତକୁ ସମସ୍ତେ ମିଶି ଗଢିବା ।

ସାରା ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ନେଇ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ବୋଲି କଂଗ୍ରେସ ବରିଷ୍ଠ ବିଧାୟକ ତଥା ସ୍ବାଧୀନତା ସଂଗ୍ରାମୀ କମିଟି ସଭ୍ୟ ସୁରେଶ ରାଉତରାୟ କହିଛନ୍ତି । ଶୁକ୍ରାବର କ୍ରାନ୍ତି ଦିବସରେ ଶାନ୍ତି ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟବ୍ୟାପୀ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହେଲା । ଏହାସହ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ଅନ୍ତର୍ଭୂକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

Intro:କ୍ରାନ୍ତି ଦିବସରେ ଏକାଠି ହେଲେ ସବୁ ଦଳର ନେତା ,ଭାରତର ସମ୍ବିଧାନ ମୁଖବନ୍ଧ (preamble) ରେ ଅହିଂସା ସ୍ଥାନ ପାଇବା ନେଇ ରାଜ୍ୟବ୍ୟାପୀ ସଂଗ୍ରହ ହେବ ୨ ଲକ୍ଷ ଦସ୍ତଖତ।

Body:ଅହିଂସା ପରମ ଧର୍ମ।ଅହିଂସା ପାଇଁ କ୍ରାନ୍ତି ଦିବସରେ ଅଣ୍ଟା ଭିଡ଼ିଲେ ସବୁ ଦଳର ନେତା ଓ କର୍ମୀ।ରାଜ୍ୟ ବ୍ୟାପି ଆରମ୍ଭ ହେଲା ଦସ୍ତଖତ ଅଭିଯାନ।ସାରା ଓଡିଶାରୁ ସଂଗ୍ରହ ହେବ ୨ ଲକ୍ଷ ଦସ୍ତଖତ।ଶୁକ୍ରବାର କ୍ରାନ୍ତି ଦିବସ ଅବସରରେ କଳ୍ପନା ଛକ ନିକଟରେ ଥିବା ସହୀଦ ସ୍ମୃତି ସ୍ତମ୍ଭ ନିକଟରେ ଦଳ ମତ ନିର୍ବିଶେଷରେ ଏକାଠି ହେଲେ ସବୁ ଦଳର ନେତା।ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ବର୍ଷ ପାଳନ ଅବସରରେ ଅହିଂସା କୁ ଭାରତର ସମ୍ବିଧାନ ମୁଖବନ୍ଧ ରେ ଅନ୍ତର୍ଭୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ସବୁ ଦଳର ନେତା ଓ କର୍ମୀ।ସାରା ଓଡିଶାରୁ ୨ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ।

କ୍ରାନ୍ତି ଦିବସରେ ଆରମ୍ଭ ହେଲା ଅହିଂସା ପାଇଁ ଦସ୍ତଖତ ଅଭିଯାନ।ଅହିଂସା ଦ୍ୱାରା ସାରା ଦେଶରେ ଶାନ୍ତି ପ୍ରତିଷ୍ଠା ହେବ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ବର୍ଷ ପାଳନ ଅବସରରେ ଅହିଂସା କୁ ଭାରତର ସମ୍ବିଧାନ ମୁଖବନ୍ଧ ରେ ସଂଯୋଗ କରିବାକୁ ପ୍ରସ୍ତାବକୁ ସମର୍ଥନ କରି ରାଜ୍ୟବ୍ୟାପୀ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଛି।ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ୨ ଲକ୍ଷ ଦସ୍ତଖତ ସମିଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯିବ।

ବାଇଟ-1- ୧୯୮୩,୮୪ ମସିହାରୁ ଦୀର୍ଘ ୩୫ ବର୍ଷ ଧରି ଅଗଷ୍ଟ ୯ ତାରିଖରେ କ୍ରାନ୍ତି ଦିବସ ପାଳନ କରାଯାଉଛି।ଯେଉଁମାନେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ତାଙ୍କୁ ସ୍ମରଣ କରି ଆଜି ଦିନର କାର୍ଯ୍ୟକ୍ରମ।ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଅହିଂସାକୁ ସମ୍ବିଧାନ ମୁଖବନ୍ଧ ରେ ସଂଯୋଗ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଦାବି ରଖିଥିଲେ ତାକୁ ଅଧିକ ଶାଣିତ କରିବାକୁ ଆଜିଠାରୁ ସବୁ ଜିଲ୍ଲାରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି।ଭୁବନେଶ୍ୱର ବିଶେଷତ୍ୱ ହେଉଛି ,ଅନତି ଦୂରରେ ଦୟାନଦୀ ପାଖରେ ସମ୍ରାଟ ଅଶୋକ ଅହିଂସା ପ୍ରଚାର କରିଥିଲେ।ହେଲେ ଆଜି ସେହି ଅହିଂସାକୁ ପ୍ରଚାର କରିବାକୁ ଆମ ରାଜ୍ୟରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଲୋକସଭା ସାଂସଦ ଭତୃହରି ମହତାବ କହିଛନ୍ତି।

ବାଇଟ-୨- ପୂଜ୍ୟ ଗାନ୍ଧିଂଜୀ ଦେଶରେ ଅହିଂସାକୁ ମୂଳ ଅସ୍ତ୍ର କରିଥିଲେ।ମହାତ୍ମା ଗାନ୍ଧୀଙ୍କ ବାଣୀରେ ଅହିଂସା ହି ପରମ ଧର୍ମ ଥିଲା।ଅହିଂସା ଦ୍ୱାରା ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ କହିଛନ୍ତି।

ବାଇଟ-୩- ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ବ୍ରିଟିଶ ଭାରତ ଛାଡି ଯାଇଥିଲେ,ଗାନ୍ଧିଜୀଙ୍କ ମୂଳମନ୍ତ୍ର ଥିଲା ଅହିଂସା।ଅହିଂସା ନୀତିରେ ଭାରତକୁ ସମସ୍ତେ ମିଶି ଗଢିବା।ସାରା ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ନେଇ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ବୋଲି କଂଗ୍ରେସ ବରିଷ୍ଠ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ କମିଟି ସଭ୍ୟ ସୁରେଶ ରାଉତରାୟ କହିଛନ୍ତି।

ବାଇଟ -୪-ଆଜି କ୍ରାନ୍ତି ଦିବସରେ ଶାନ୍ତି ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ରାଜ୍ୟବ୍ୟାପୀ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହେଲା।ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କହିଛନ୍ତି।

Conclusion:ସୂଚନାଥାଉ କି ମହାତ୍ମା ଗାନ୍ଧୀଙ୍କର ୧୫୦ ବର୍ଷ ଜନ୍ମଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସଂଯୋଗ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.