ETV Bharat / city

କେନ୍ଦ୍ରାଞ୍ଚଳ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆଦର୍ଶ ବିଦ୍ୟାଳୟ

ଆଦର୍ଶ ବିଦ୍ୟାଳୟରେ ରୁପାନ୍ତରିତ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାର ସରକାରୀ ସ୍କୁଲ । ଛାତ୍ରଛାତ୍ରୀଙ୍କୁ ଦିଆଯିବ ଉଚ୍ଚମାନର ଶିକ୍ଷାଦାନ । ଅଧିକ ପଢନ୍ତୁ...

author img

By

Published : Oct 1, 2021, 4:40 PM IST

କେନ୍ଦ୍ରାଞ୍ଚଳ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆଦର୍ଶ ବିଦ୍ୟାଳୟ
କେନ୍ଦ୍ରାଞ୍ଚଳ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବର: କେନ୍ଦ୍ରୀୟ ରାଜସ୍ୱ ଡିଭିଜନ ଅନ୍ତର୍ଗତ ଜିଲ୍ଲା ମାନଙ୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ ହେବ । ଉଚ୍ଚମାନର ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟ ଗୁଡ଼ିକୁ ପୂର୍ଣ୍ଣରୂପେ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଦର୍ଶ ବିଦ୍ୟାଳୟ ଏବଂ ମୋ ସ୍କୁଲ୍‌ କାର୍ଯ୍ୟକ୍ରମ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ "ମୋ ସ୍କୁଲ" ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଛନ୍ତି ।

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ଆଦର୍ଶ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଛନ୍ତି । ବିଦ୍ୟାଳୟର ଚର୍ତୁପାର୍ଶ୍ୱରେ ସବୁଜ ପାଚେରୀ ନିର୍ମାଣ କରିବା ଏବଂ ବିଦ୍ୟାଳୟ ପରିବେଶରେ ଯେପରି ବର୍ଷାପାଣି ଜମି ନରହେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସେ ବିଦ୍ୟାଳୟ ନିର୍ମାଣକାରୀ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟକୁ ଭଲ ରାସ୍ତା, ଚର୍ତୁପାର୍ଶ୍ୱରେ ସବୁଜିମାର ବଳୟ, ବିଦ୍ୟାଳୟ କାନ୍ଥମାନଙ୍କରେ ଦୀର୍ଘସ୍ଥାୟୀ ପାଣିପାଗ ସହନଶୀଳ ରଙ୍ଗର ବ୍ୟବହାର ଆଦି ବିଷୟ ଉପରେ ଦୃଷ୍ଟି ଦେବାପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବରିଷ୍ଠତା ହାସଲ କରିଥିବା ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୨୦ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପଦୋନ୍ନତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମଧ୍ୟ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ ହଜାର ୩୭୨ଟି ବିଦ୍ୟାଳୟର ରୂପାନ୍ତରଣ ନିମନ୍ତେ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୩ ହଜାର ୩୦୦ ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଉଛି । ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ୍‌ ଅନ୍ତର୍ଗତ ୧୭ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଛି । ବାଲେଶ୍ୱର ଜିଲ୍ଲାର ଔପଦା ଓ ନୀଳଗିରି ବ୍ଲକ୍‌, କଟକ ଜିଲ୍ଲାର ଆଠଗଡ଼, ସଦର ଓ ନରସିଂପୁର ବ୍ଲକ୍‌, ଯାଜପୁର ଜିଲ୍ଲାର ବିଞ୍ଝାରପୁର ଓ ବଡ଼ଚଣା ବ୍ଲକ୍, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ଖୋର୍ଦ୍ଧା, ଚିଲିକା, ବୋଲଗଡ଼ ଓ ଜଟଣୀ ବ୍ଲକ୍‌, ନୟାଗଡ଼ ଜିଲ୍ଲାର ଗଣିଆ, ରଣପୁର, ଖନତାପଡ଼ା ଓ ଭାପୁର ବ୍ଲକ୍‌ ଏବଂ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍‌ରେ ଏହି ସବୁ ବିଦ୍ୟାଳୟ କାର୍ଯ୍ୟ କରିବ । ନିଜ ନିଜ ଜିଲ୍ଲା ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯେପରି ଉଚ୍ଚ ଗ୍ରେଡ୍‌ରେ ପାସ କରିବେ ସେଥିପ୍ରତି ଜିଲ୍ଲାପାଳ ମାନଙ୍କ ଦୃଷ୍ଟି ଏକାନ୍ତ ଆବଶ୍ୟକ ବୋଲି ମଧ୍ୟ ବିଭାଗୀୟ ସଚିବ କହିଛନ୍ତି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟାନଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.