ETV Bharat / city

ଚାଲିଗଲେ ମିହିର ରହିଗଲା ଅବଶୋଷ, ମୁକୁଳିବା ଅପେକ୍ଷାରେ ଅଭିନେତାଙ୍କ 'ମାଟିର ବନ୍ଧନ' - ମିହିରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ମାଟିର ବନ୍ଧନ ରିଲିଜ

ଆଇନ ଜାଲରେ ବାନ୍ଧି ହୋଇଯାଇଛି ମିହିର ଦାସଙ୍କ ଅଭିନୀତ 'ମାଟିର ବନ୍ଧନ' ଫିଲ୍ମ । ଫିଲ୍ମର ପ୍ରଯୋଜକ ଗିରଫ ହେବା ପରେ ଏହାକୁ ରିଲିଜ କରାଯାଇନାହିଁ । କେବଳ ଫିଲ୍ମକୁ ଦର୍ଶକଙ୍କ ଲୋକଲୋଚନକୁ ଆଣିବା ପାଇଁ ମିହିର ଅନେକ ଚେଷ୍ଟା କରିଥିବାବେଳେ ବିଫଳ ହୋଇଥିଲେ । ତାଙ୍କ ଦେହାନ୍ତ ପରେ ଏହି ଫିଲ୍ମକୁ ରିଲିଜ ପାଇଁ ଦାବି ହୋଇଛି । ଯାହାକି ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ । ଅଧିକ ପଢନ୍ତୁ

ିେ
ଚାଲିଗଲେ ମିହିର ରହିଗଲା ଅବସୋସ୍‌, ମୁକୁଳିବା ଅପେକ୍ଷାରେ ଅଭିନେତାଙ୍କ 'ମାଟିର ବନ୍ଧନ'
author img

By

Published : Jan 18, 2022, 7:00 PM IST

ଭୁବନେଶ୍ବର: ଓଡ଼ିଆ ସିନେ ଜଗତ ଓ ଓଡ଼ିଶାବାସୀଙ୍କ ପାଇଁ ମିହିର ଦାସ ନାମ ହିଁ ଯଥେଷ୍ଟ । ନିଜ ଅଭିନୟର ପାରଦର୍ଶିତା ଯୋଗୁ ଓଡ଼ିଶାର ପ୍ରତ୍ୟେକ ଦର୍ଶକ ତାଙ୍କୁ ନିଜ ପରିବାର ଲୋକ ବୋଲି ଭାବି ନେଇଥିଲେ । ନାୟକ ଚରିତ୍ରରୁ ଆରମ୍ଭ କରି ଖଳନାୟକ ପର୍ଯ୍ୟନ୍ତ ସବୁ ଚରିତ୍ରରେ କରି ପାରୁଥିଲେ ଜୀବନ୍ତ ଅଭିନୟ । ହେଲେ ସେ ଆଜି ଆମ ଗହଣରେ ନଥିବା ବେଳେ ରହିଯାଇଛି ତାଙ୍କର ଏକ ବଡ଼ ଅବଶୋଷ । ତାଙ୍କ ଅଭିନୀତ 'ମାଟିର ବନ୍ଧନ' ଫିଲ୍ମ ରିଲିଜ ହୋଇନପାରି ଆଇନ ଶିକୁଳିରେ ବାନ୍ଧି ହୋଇ ରହିଛି । ମିହିର ଏହି ଫିଲ୍ମର ରିଲିଜ ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତାଙ୍କ ଦେହାନ୍ତ ପରେ ଫିଲ୍ମଟିକୁ ରିଲିଜ ପାଇଁ କଳାକାର ଓ ସିନେପ୍ରେମୀ ଦାବି କରିଛନ୍ତି ।

ଚାଲିଗଲେ ମିହିର ରହିଗଲା ଅବସୋସ୍‌, ମୁକୁଳିବା ଅପେକ୍ଷାରେ ଅଭିନେତାଙ୍କ 'ମାଟିର ବନ୍ଧନ'

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ରଚିତ 'The trunk of Ganesha'ର କାହାଣୀକୁ ନେଇ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ‘ମାଟିର ବନ୍ଧନ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ନିଜର ସମସ୍ତ ଅଭିନୟ ଚାତୁରୀକୁ ପ୍ରଦର୍ଶନ କରିଥିଲେ ମିହିର । କଟକ ସହରର ପରିବେଶକୁ ସଠିକ ଭାବରେ ଏହି ସିନେମାରେ ପଦର୍ଶିତ କରାଯାଇଥିଲା । କଟକର ମୂର୍ତ୍ତି ଶିଳ୍ପୀଙ୍କ ଜୀବନକୁ ନେଇ ଏହି ସିନେମାଟି ଖୁବ ସୁନ୍ଦର ଭାବେ ତିଆରି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୁକ୍ତିଲାଭ କରି ପାରିନାହିଁ ।

ତେଣୁ ସିନେମାଟିକୁ ଲୋକଲୋଚନକୁ ଆଣିବା ପାଇଁ ମିହିର ସେହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କ ଦସ୍ତଖତ ନେଇ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ । ଏହା ସହ ନିଜ ପ୍ରଚେଷ୍ଟାରେ ଏହାକୁ ଲୋକଲୋଚନକୁ ଆଣିବା ପାଇଁ କୋର୍ଟରେ ମକଦ୍ଦମା ମଧ୍ୟ ଲଢିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ରିଲିଜ ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଏକଦା ମିହିର ଦାସ କହିଥିଲେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଅଭିନୀତ ସିନେମା ହେଉଛି ‘ମାଟିର ବନ୍ଧନ’।

ଏହି ଚଳଚ୍ଚିତ୍ରଟି ତାଙ୍କ ଜୀବନର ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିବାବେଳେ ତାହା ଆଜି ପ୍ରସାଦ ଲ୍ୟାବରେ ପଡିରହିଛି । ତାହା ଏବେ ବନ୍ଦ ପଡିଥିବାବେଳେ ଫିଲ୍ମର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଏହାସହ ଏହାର ପ୍ରଯୋଜକ ସି ସୋର ଗ୍ରୁପର ମୁଖ୍ୟ ପ୍ରଶାନ୍ତ ଦାସ ରହିଥିବାବେଳେ ତାଙ୍କର ଗିରଫକୁ ନେଇ ସିନେମାର ଭାଗ୍ୟ ବି ଅନ୍ଧକାର ଚାଲିଯାଇଛି । ଏଣୁ ଏଭଳି ସମୟରେ ମାଟିର କଳା ସଂସ୍କୃତି ଓ ଏକ କଳାକାରର ଭାବ ଅଭିନୟକୁ ଦେଖି ସିନେମାର ରିଲିଜ କରିବାକୁ କହିଛନ୍ତି ଅଭିନେତା ହର ରଥ । ଏହାର ସଂରକ୍ଷଣ ଓ ମୁକ୍ତିଲାଭ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବା ଦରକାର। ଆଉ ତାହା ହିଁ ମିହିରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ।

ଅନ୍ୟପଟେ ସିନେମାକୁ ନେଇ ବିଶିଷ୍ଟ ସିନେ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି, କଟକର ପାଣି ପବନକୁ ନେଇ ନିର୍ମିତ ‘ମାଟିର ବନ୍ଧନ' ଚଳଚ୍ଚିତ୍ରରେ ମିହିର ଦାସ ଶ୍ରେଷ୍ଠ ଅଭିନୟ କରିଥିବା ନିଜେ ସ୍ବୀକାର କରିଥିଲେ । କେବଳ ଜୀବନ୍ତ ଅଭିନୟ ନୁହେଁ, ଏହି ଚରିତ୍ର ପାଇଁ ଖୁବ୍ ସମର୍ପିତ କରିଥିଲେ । ମାତ୍ର ଏହି ମହାନ୍ କଳାକାରଙ୍କ ଜୀବନକାଳରେ ଫିଲ୍ମଟି ରିଲିଜ୍ ହୋଇ ନ ପାରିବା ଅତ୍ୟନ୍ତ ଦୁଃଖଦାୟକ ।

ସୃଜନଶୀଳ କାର୍ଯ୍ୟକୁ ଫୌଜଦାରୀ ଶିକୁଳିରେ ସୀମିତ ନ ରଖାଯାଇ ଏହାର ମୁକ୍ତିଲାଭ କରିବାକୁ ସେ ଦାବି କରିଛନ୍ତି । ଉକ୍ତ ଫିଲ୍ମଟିକୁ ରିଲିଜ୍ କରିବା ଏବଂ ରକ୍ଷଣାବେକ୍ଷଣ କରିବା ଦିଗରେ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହା ମିହିର ଦାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମଧ୍ୟ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.