ETV Bharat / city

ଆନନ୍ଦଆଶ୍ରମରେ କୁନି କୁନି ପିଲାଙ୍କ ସହ ଖୁସି ବାଣ୍ଟିଲେ ଆକାଶ ଦାସ ନାୟକ - Anandashram bhubaneswar

କୋରୋନା ଛଡାଇ ନେଇଛି ପିଲାଙ୍କ ମୁହଁରୁ ହସ । ସ୍କୁଲ କଲେଜ ସବୁ ବନ୍ଦ। ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ଆନନ୍ଦ ଆଶ୍ରମର କୁନିକୁନି ପିଲାଙ୍କ ମୁହଁରେ ହସ ବାଣ୍ଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ଆକାଶ ଦାସ ନାୟକ । ଭର୍ଚୁଆଲ ମାଧ୍ୟମରେ ପିଲାଙ୍କୁ ଗପ ଶୁଣାଇବା ସହ ଗୀତ ମଧ୍ୟ ଗାଇଥିଲେ । ଅଧିକ ପଢନ୍ତୁ...

actor Akash Das Nayak
ଆନନ୍ଦାଶ୍ରମର କୁନି କୁନି ପିଲାଙ୍କ ସହ ଖୁସି ବାଣ୍ଟିଲେ ଆକାଶ ଦାସ ନାୟକ
author img

By

Published : Nov 10, 2020, 5:01 AM IST

ଭୁବନେଶ୍ବର: ସ୍କୁଲ କଲେଜ ବନ୍ଦ । କୋରୋନା ଛଡାଇ ନେଇଛି ପିଲାଙ୍କ ମୁହଁରୁ ହସ । ବାହାରକୁ ବାହାରିବାର ଅବକାଶ ନାହିଁ । ସଭିଏଁ ଜିଉଁଛନ୍ତି ଗୃହବନ୍ଦୀର ଜୀବନ । ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଣ୍ଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ।

actor Akash Das Nayak
ଆନନ୍ଦାଶ୍ରମର କୁନି କୁନି ପିଲାଙ୍କ ସହ ଖୁସି ବାଣ୍ଟିଲେ ଆକାଶ ଦାସ ନାୟକ

ଭୁବନେଶ୍ବରର ଡମଣାଛକ ସ୍ଥିତ ଶ୍ରୀମା ଆନନ୍ଦ ଆଶ୍ରମର କୁନି କୁନି ପିଲାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ବାର୍ତା ବିନିମୟ କରିବା ସହିତ ସେମାନଙ୍କ ସହ ନିଜର ଖୁସୀ ବାଣ୍ଟିଛନ୍ତି । ଭିଡିଓ କଲ୍ ମାଧ୍ୟମରେ ନିଜର ପ୍ରିୟ ଅଭିନେତାଙ୍କୁ ପାଖରେ ପାଇ ପିଲାଙ୍କ ଖୁସୀ କହିଲେ ନସରେ । ଏହି ଅବସରରେ ପିଲାମାନଙ୍କୁ ନିଜ ଜୀବନର ଛୋଟ ଛୋଟ ଘଟଣା ଓ ଅନୁଭୂତି ସହିତ ତାଙ୍କ ବାସ୍ତବ ଜୀବନର ନାୟକ ସହିଦ ଭଗତ ସିଂହଙ୍କ ବଳିଦାନର କାହାଣୀ ଶୁଣାଇଥିଲେ ଆକାଶ । ଯାହା ପିଲାମାନଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଥିଲା । ପିଲାମାନେ ଆଗ୍ରହର ସହିତ ଆକାଶଙ୍କଠାରୁ କାହାଣୀ ଶୁଣିଥିଲେ ଏବଂ ସେ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପିଲାମାନଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କ ମନର କୌତୂହଳ ଦୂର କରିଥିଲେ ।

ଗପ ପରେ ଆରମ୍ଭ ହୋଇଥିଲା ଗୀତ ପର୍ଯ୍ୟାୟ । କୁନି କଣ୍ଠର ଗୀତରେ ଉଚ୍ଛୁଳି ଉଠିଥିଲା ଆନନ୍ଦାଶ୍ରମର ପରିସର । ପିଲାମାନେ ଗୀତ ଗାଇ ଶୁଣାଇବା ସହ ପିଲାଙ୍କ ଅନୁରୋଧରେ ଆକାଶ ମଧ୍ୟ ଗୀତ ଗାଇଥିଲେ ଏବଂ ସେମାନଙ୍କ ସ୍ବରରେ ସ୍ବର ମିଳାଇଥିଲେ । ଦୀର୍ଘ ଦୁଇଘଣ୍ଟା ଧରି ଚାଲିଥିଲା ‘ଟିମ୍ ଆକାଶ’ ପକ୍ଷରୁ ଆୟୋଜିତ ‘ତୁମ ପାଇଁ ଆକାଶ ଭାଇ’ କାର୍ଯ୍ୟକ୍ରମ । ନାଚ ଗୀତ ହସ ଖୁସୀର ଆସର ସାଙ୍ଗକୁ ହାଲକା ମନୋରଞ୍ଜନ । ତା’ ସହିତ ପୁଣି ଉପାଦେୟ ତଥା ଶିକ୍ଷଣୀୟ ଆଲୋଚନା ଏବଂ ପ୍ରଶ୍ନୋତ୍ତର କରିଥିଲେ।

ପିଲାମାନଙ୍କ ସହ ବିତାଇଥିବା ଏହି ସୁମଧୁର ମୁହୂର୍ତକୁ ଜୀବନର ଅନ୍ୟତମ ଶ୍ରେଷ୍ଟ ମୁହୂର୍ତ ବୋଲି ଆକାଶ କହିଛନ୍ତି । ଏଥି ସହିତ ସେ ପିଲାମାନଙ୍କୁ ଧନ୍ୟବାଦ ଦେବା ସହ କୋଭିଡ-୧୯ ପରିସ୍ଥିତିରେ ସୁଧାର ଆସିବା ପରେ ପିଲାଙ୍କ ପାଖକୁ ନିଶ୍ଚୟ ଆସିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ‘ଟିମ୍ ଆକାଶ’ ପକ୍ଷରୁ ପିଲାମାନଙ୍କୁ ମିଷ୍ଟାନ୍ନ ଏବଂ ଖେଳନା ବଣ୍ଟାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.