ETV Bharat / city

ଅଜିତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ, ପିପିଇ କିଟ୍ ପିନ୍ଧି ମୁଖାଗ୍ନି ଦେଲେ ଝିଅ

author img

By

Published : Sep 14, 2020, 4:47 PM IST

Updated : Sep 14, 2020, 7:49 PM IST

ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ଅଭିନେତା ଅଜିତ ଦାସ । ରାଜ୍ୟ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସତ୍ୟ ନଗର ଶ୍ମଶାନରେ କୋଭିଡ ଗାଇଡଲାଇନ ଆନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଅଧିକ ପଢନ୍ତୁ...

ଅଭିନେତା ଅଜିତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ, ଝିଅ ଦେଲେ ମୁଖାଗ୍ନି

ଭୁବନେଶ୍ବର: ଓଡିଆ ନାଟ୍ୟ ଓ ସିନେ ଜଗତର ବରିଷ୍ଠ ଅଭିନେତା ଅଜିତ ଦାସଙ୍କ ଗତକାଲି ପରଲୋକ ଘଟିଥିଲା । କୋରୋନା କଟକଣା ମଧ୍ୟରେ ସତ୍ୟନଗର ମଶାଣିରେ ସମ୍ପନ୍ନ ହେଲା ଶେଷକୃତ୍ୟ ।

ପଞ୍ଚଭୂତରେ ବିଲୀନ ହେଲେ ଅଭିନେତା ଅଜିତ ଦାସ, ଝିଅ ଦେଲେ ମୁଖାଗ୍ନି

ସ୍ବର୍ଗତ ଦାସଙ୍କ ମରଶରୀର ହସ୍ପିଟାଲରୁ ମଶାଣିରେ ପହଞ୍ଚିବା ପରେ ରାଜ୍ୟ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହା ପରେ ତାଙ୍କୁ ମଶାଣି ଭିତରକୁ ନିଆଯିବା ସହ ତାଙ୍କ ବଡ ଝିଅ ପିପିଇ କିଟ ପରିଧାନ କରି ବାପାଙ୍କୁ ମୁଖାଗ୍ନୀ ଦେଇଥିଲେ। ଏହା ପରେ ପଞ୍ଚଭୂତରେ ବିଲୀନ ହୋଇଯାଇଥିଲେ ଓଡିଶା ସିନେ ଜଗତର ବରିଷ୍ଠ ଅଭିନେତା ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯିବା ସହ ତାଙ୍କ ପରିବାରର ଲୋକମାନଙ୍କୁ ପିପିଇ କିଟ ପିନ୍ଧି ଭିତରକୁ ଛଡା ଯାଇଥିଲା । ଓଡିଶା ସିନେମା ଜଗତରେ ଦୀର୍ଘ ଦଶନ୍ଧି ଧରି ବିଭିନ୍ନ ସିନେମାରେ ଅଭିନୟ କରିବା ସହ ନାଟକରେ ମାଧ୍ୟମରେ ଦର୍ଶକଙ୍କ ନିକଟରେ ଏକ ଛାପ ଛାଡିଯାଇଛନ୍ତି ।

ତାଙ୍କ ସ୍ମୃତି ଏପରି ଭାବରେ ତାଙ୍କ ଛାତ୍ରଛାତ୍ରୀ ,ସହକର୍ମୀ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ରହିଛି ତାହା ଏତେ ଶୀଘ୍ର ପାଶୋରି ହେବ ନାହିଁ। ଯାହାକୁ ମନେ ପକାଇବା ସହ ତାଙ୍କ ସହିତ ବିତାଇଥିବା ସମୟ ବିଷୟରେ ଆଲୋକପାତ କରିଛନ୍ତି । କିପରି ସେ ନିଜେ କଳାକାର ହୋଇ ଓଡିଶା କଳା ଓ ସଂସ୍କୃତିର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ। କିପରି ପିଲାମାନଙ୍କୁ ଆଗକୁ ବଢ଼ିବା ସହ ରାଜ୍ୟର ସଂସ୍କୃତିକୁ ଉଜ୍ବଳ କରିବା ପାଇଁ ପ୍ରେରଣା ଯୋଗାଉ ଥିଲେ ସେମାନେ କହିବା ସହ ତାଙ୍କ ସ୍ଥାନ ସବୁବେଳେ ହୃଦୟରେ ରହିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Sep 14, 2020, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.