ETV Bharat / city

'ଅଜିତ ଦାସଙ୍କୁ ଦିଆଯାଉ ଗାର୍ଡ ଅଫ ଅନର'

author img

By

Published : Sep 13, 2020, 8:02 PM IST

ବିଜୟ ମହାନ୍ତି ଯିଏ, ଅଜିତ ଦାସ ସିଏ । ବିଜୟ ମହାନ୍ତିଙ୍କୁ ଯେପରି ଗାର୍ଡ ଅଫ ଅନର ଦିଆଯାଇଥିଲା ସେହିପରି ଅଜିତ ଦାସଙ୍କୁ ଶେଷ ସମ୍ମାନ ସ୍ବରୁପ ଗାର୍ଡ ଅନର ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଭିନେତା ଅଖିଳ ପଟ୍ଟନାୟକ । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

'ଅଜିତ ଦାସଙ୍କୁ ଦିଆଯାଉ ଗାର୍ଡ ଅଫ ଅନର'
'ଅଜିତ ଦାସଙ୍କୁ ଦିଆଯାଉ ଗାର୍ଡ ଅଫ ଅନର'

ଭୁବନେଶ୍ବର: ଆରପାରିରେ ଓଲିଉଡର ଆଉ ଜଣେ ବର୍ଷୀଆନ ଅଭିନେତା ଅଜିତ ଦାସ । ଆଜି 71 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଛି । ତାଙ୍କ ଭଳି ଜଣେ ଅଭିନେତାଙ୍କ ବିୟୋଗ କଳାକାର ଜଗତକୁ ଗଭୀର ଦୁଃଖ ମଧ୍ୟକୁ ଠେଲି ଦେଇଥିବା ବେଳେ ତାଙ୍କ ଛାତ୍ର ତଥା ଅନ୍ୟତମ ଅଭିନେତା ଅଖିଳ ପଟ୍ଟନାୟକ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଗାର୍ଡ ଅଫ ଅନର ପ୍ରଦାନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

'ଅଜିତ ଦାସଙ୍କୁ ଦିଆଯାଉ ଗାର୍ଡ ଅଫ ଅନର'

ଗତ କିଛିଦିନ ତଳେ ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସ କୋଭିଡ ସଂକ୍ରମିତ ହୋଇଥିଲେ । ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଫଳରେ ତାଙ୍କର ଶେଷ ଦର୍ଶନ ପାଇଁ ପ୍ରଶଂସକମାନେ ବଞ୍ଚିତ ହେବେ ।

ନିକଟରେ ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିଲା । ତେବେ ଖୁବ କମଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ କଳାକାରଙ୍କ ଦେହାନ୍ତ ଓଲିଉଡକୁ କଳାକାର ମାନଙ୍କୁ ବିଷାଦଗ୍ରସ୍ତ କରିଛି । ଏପରି କମ ବୟସରେ ଅଜିତ ଦାସଙ୍କ ବିୟୋଗକୁ କେହି ବିଶ୍ବାସ କରିପାରୁନଥିବା ବେଳେ ତାଙ୍କୁ ଅନ୍ୟ କଳାକାର ମାନଙ୍କ ଭଳି ଗାର୍ଡ ଅଫ ଅନର ଦିଆ ଯିବାକୁ ଅନୁରୋଧ କରିଛନ୍ତି ଅଖିଳ ମୋହନ ପଟ୍ଟନାୟକ ।

ଅଜିତ ଦାସ 60ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନିତ ସିନ୍ଦୁର ବିନ୍ଦୁ, ହାକିମ ବାବୁ, ଶଙ୍ଖ ମହୁରୀ, ପର ଝିଅ ଘର ଭାଙ୍ଗେନା, ବଳିଦାନ ଭଳି ଚଳଚ୍ଚିତ୍ର ସୁପର ହିଟ୍‌ ହୋଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.