ETV Bharat / city

ଶୋଷଣ କରୁଛି ଆପୋଲୋ ହସ୍ପିଟାଲ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା - pradipta nayak complain against apolo hospital

ଅତିରିକ୍ତ ଟଙ୍କା ଆଦାୟ ରୋଗୀଙ୍କ ସମ୍ପର୍କୀୟଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ଦେଉଛି ନିର୍ଯାତନା । ଘଟଣାରେ ହସ୍ତକ୍ଷେପ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଶୋଷଣ କରୁଛି ଆପୋଲୋ ହସ୍ପିଟାଲ
ଶୋଷଣ କରୁଛି ଆପୋଲୋ ହସ୍ପିଟାଲ
author img

By

Published : Feb 27, 2021, 10:44 PM IST

ଭୁବନେଶ୍ବର: ଦିନକୁ ଦିନ ବଢିବାକୁ ଲାଗିଲାଣି ଘରୋଇ ହସ୍ପିଟାଲର ନିର୍ଯାତନା । ଅତିରିକ୍ତ ଟଙ୍କା ଆଦାୟ ରୋଗୀଙ୍କ ସମ୍ପର୍କୀୟଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ଦେଉଛି ନିର୍ଯାତନା । ଘଟଣାରେ ହସ୍ତକ୍ଷେପ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଶୋଷଣ କରୁଛି ଆପୋଲୋ ହସ୍ପିଟାଲ
ଶୋଷଣ କରୁଛି ଆପୋଲୋ ହସ୍ପିଟାଲ

70 ବର୍ଷୀୟ ବିଶ୍ୱନାଥ ଅଗ୍ରୱାଲ ହୃଦ୍‌ରୋଗ କାରଣରୁ ଗତ 16 ତାରିଖରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ 22 ତାରିଖ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ୱନାଥଙ୍କର ମୃତ୍ୟୁ ହୋଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବାକୁ 1 ଲକ୍ଷ 96 ହଜାର 6 ଶହ 3 ଟଙ୍କା ଦାବି କରିଥିଲେ ।

ଉପରୋକ୍ତ ଟଙ୍କା ପାଇବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ରସିଦ ନଦେଇ ମୃତଦେହ ଛାଡିଥିଲେ । ପରବର୍ତ୍ତୀ ସମୟରେ ଇନସୁରାନ୍ସ କମ୍ପାନୀରୁ ବିଶ୍ୱନାଥଙ୍କ ଚିକିତ୍ସା ବାବଦରେ 90 ହଜାର 69 ଟଙ୍କା ପାଇଥିଲେ । ଯେଉଁଥିରେ ଆପୋଲୋ ହସ୍ପିଟାଲ ଦର୍ଶାଇଛି ଯେ ରୋଗୀର ବିଲ୍ ଦେୟର ପରିମାଣ ହେଉଛି 1 ଲକ୍ଷ 53 ହଜାର 44 ଟଙ୍କା ।

ଆପୋଲୋ ହସ୍ପିଟାଲ୍ କର୍ତ୍ତୃପକ୍ଷ ରୋଗୀଙ୍କ ପରିବାରଠାରୁ ଅଧିକ 35 ହଜାର 3 ଶହ 58 ଟଙ୍କା ଅଧିକ ପାଇଛନ୍ତି । ତଥାପି ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀର ପରିବାର ଲୋକଠାରୁ ପାଇଥିବା ଅଧିକ 35 ହଜାର 3 ଶହ 58 ଟଙ୍କା ଫେରସ୍ତ କରୁନାହାନ୍ତି । ଯାହା ଆପୋଲୋ ହସ୍ପିଟାଲ୍ କର୍ତ୍ତୃପକ୍ଷ ରୋଗୀମାନଙ୍କୁ ଶୋଷଣ କରୁଛନ୍ତି ବୋଲି ସ୍ପଷ୍ଟ ହୋଇଛି ବୋଲି ପ୍ରଦୀପ୍ତ ଚିଠିରେ ଦର୍ଶାଇଛନ୍ତି ।

ତେଣୁ ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରିବାକୁ ପ୍ରଦୀପ୍ତ ଅନୁରୋଧ କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ଵାରା ଘଟଣାର ତଦନ୍ତ କରି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରୁଥିବା ଆପୋଲୋ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦୀପ୍ତ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.