ETV Bharat / city

ବାରମ୍ବାର ଗୁହାରୀ କରିବି ବଦଳୁନି ଡାକ୍ତରଖାନାର ଅବହେଳା, ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଭେଟିଲା ‘ଆଚ୍ଛା’ ସଙ୍ଗଠନ - fakir mohan medical negligence

ଫକୀର ମୋହନ ମେଡିକାଲ କଲେଜର କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଭେଟିଛି ‘ଆଚ୍ଛା’ ସଙ୍ଗଠନ। ଏହାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଭେଟି ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ସଙ୍ଗଠନ। ଅଧିକ ପଢ୍ତୁ...

ଡାକ୍ତରଖାନାରେ ଚିକିତ୍ସା ବଦଳରେ ମିଳୁଛି HIV: ସ୍ୱସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଭେଟିଲା ‘ଆଚ୍ଛା’ ସଙ୍ଗଠନ

author img

By

Published : Oct 5, 2021, 7:16 AM IST

ବାଲେଶ୍ବର: ଫକୀର ମୋହନ ମେଡିକାଲ କଲେଜର କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ 13 ବର୍ଷୀୟ ଥାଲାସେମିଆ ଶିଶୁକୁ ମେଡିକାଲ ସଜାଇ ଦେଇଛି ଏଚଆଇଭି ରୋଗୀ । ଏହି ବାବଦରେ AACHHA ସଙ୍ଗଠନ ପକ୍ଷରୁ ବାରମ୍ବାର ପ୍ରମାଣ ସହ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜର ସୁପରିଟେଣ୍ଡଙ୍କୁ ଜଣାଇଲା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ମେଡିକାଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ଉତ୍ତର ମିଳୁଛି ।

ଡାକ୍ତରଖାନାରେ ଚିକିତ୍ସା ବଦଳରେ ମିଳୁଛି HIV: ସ୍ୱସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଭେଟିଲା ‘ଆଚ୍ଛା’ ସଙ୍ଗଠନ

ଯେହେତୁ ଏଚଆଇଭିର ତଥ୍ୟକୁ ଗୋପନୀୟ ରଖାଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଅଛି ତେଣୁ, ଆମ ସଙ୍ଗଠନ ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସହଯୋଗ କରି ଏହାର ସମାଧାନ କରାଇ ପିଲାମାନଙ୍କ ଭବିଷ୍ୟତ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଇଥିଲା । ଗତ ୨୦୧୯ ମସିହାରେ ଏହି ବାବଦରେ ଏହି ସଙ୍ଗଠନ ଆମରଣ ଅନଶନରେ ବସିବା ପରେ ପ୍ରଶାସନ ପକ୍ଷରୁ ଏହାର ପୁନରାବୃତ୍ତି ହେବନାହିଁ ବୋଲି ପ୍ରତିଶୃତି ମିଳିଥିଲା ।

ସେଦିନ ବାଲେଶ୍ବର ଜିଲ୍ଲାପାଳ ଥିବା କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ମଧ୍ୟ ଅଛନ୍ତି । ଜିଲ୍ଲାପାଳ କିମ୍ବା ମେଡ଼ିକାଲ ସୁପରିଟେଣ୍ଡଙ୍କୁ ଫୋନ କଲେ ସେମାନଙ୍କର ଖାତିର ନାହିଁ । ଏହି ଘଟଣା ବାବାଦରେ ଉଚ୍ଚସ୍ତରୀୟ ତଦନ୍ତ କରାଇବା ସହ ସୁପରିଟେଣ୍ଡ ଏବଂ ବାଲେଶ୍ବର ଜିଲ୍ଲାପାଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଦାବି କରିଛନ୍ତି। ଏ ସମ୍ପର୍କରେ ଯଦି କାର୍ଯ୍ୟାନୁଷ୍ଠାନ ନକରାଯାଏ ତେବେ ଆଗାମୀ ୧୫ ଦିନ ମଧ୍ୟରେ ସଙ୍ଗଠନ ପକ୍ଷରୁ ଏହି ବାବଦରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଶମିତ ଦାସ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.