ETV Bharat / city

ACF ମୃତ୍ୟୁ ଘଟଣା, କଣ୍ଟ୍ରାକ୍ଟ ମ୍ୟାରେଜର ରାଜ ଖୋଲିଲେ ସୌମ୍ୟଙ୍କ ବାପା

author img

By

Published : Jul 19, 2021, 3:13 PM IST

Updated : Jul 19, 2021, 6:38 PM IST

ACF ମୃତ୍ୟୁ ଘଟଣା, କଣ୍ଟ୍ରାକ୍ଟ ମାରେଜର ରାଜ ଖୋଲିଲେ ସୌମ୍ୟଙ୍କ ବାପା

15:06 July 19

ACF ମୃତ୍ୟୁ ଘଟଣା, କଣ୍ଟ୍ରାକ୍ଟ ମ୍ୟାରେଜର ରାଜ ଖୋଲିଲେ ସୌମ୍ୟଙ୍କ ବାପା

ACF ମୃତ୍ୟୁ ଘଟଣା, କଣ୍ଟ୍ରାକ୍ଟ ମାରେଜର ରାଜ ଖୋଲିଲେ ସୌମ୍ୟଙ୍କ ବାପା

ଭୁବନେଶ୍ବର/ଗଜପତି: ଡିଏଫଓ ସହ ବୋହୂର ଥିଲା ଅନୈତିକ ସମ୍ପର୍କ । ବିବାହ ପାଇଁ ହୋଇଥିଲା କଣ୍ଟ୍ରାକ୍ଟ ଏଗ୍ରିମେଣ୍ଟ । ବୋହୂ ଓ ପୁଅ ଶୋଉଥିଲେ ଅଲଗା ଖଟରେ। ଏଭଳି  ଅନେକ କିଛି ଖୁଲାସା କରିଛନ୍ତି ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ସେ ଆଜି ଡିଜିପିଙ୍କୁ ଲାଏ ଡିଟେକ୍ସନ କରିବା ପାଇଁ ଭେଟିବା ପରେ ଯାଇଥିଲେ PCCF ଅଫିସ  । ଡିଏଫଓଙ୍କ ସସପେଣ୍ଡ ପାଇଁ ସେ ଦାବି କରିଥିଲେ  । କାରଣ ଡିଏଫଓ ରହିଲେ ତଦନ୍ତ ପ୍ରଭାବିତ ହୋଇପାରେ କହି ସେ ତାଙ୍କ ସସପେଣ୍ଡ ଦାବି କରିଛନ୍ତି  ।  

ସେପଟେ ଘଟଣାର ଅଧିକ ତଦନ୍ତ ପାଇଁ ଖଇରା ଏବଂ କପ୍ତିପଦା ଯାଇଛି ପୋଲିସର ଏକ 6 ଜଣିଆ ସ୍ବତନ୍ତ୍ର ଟିମ୍ ।  ଅଭିରାମଙ୍କ କହିବା ଅନୁସାରେ ଘଟଣା ଦିନ ହସ୍ପିଟାଲ ଠାରୁ ଆରମ୍ଭ କରି ଘଟଣା ସ୍ଥଳ କୁହାଯାଉଥିବା ସରକାରୀ ବାସଭବନରୁ ବିଭିନ୍ନ ସାମଗ୍ରୀ ଜବତ ହେବା ଯାଏଁ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଉପସ୍ଥିତ ଥିଲେ । ଏପରିକି ଫରେଷ୍ଟ ଗେଟ ଛକରେ ଆମ୍ବୁଲାନ୍ସକୁ ମଧ୍ୟ ଦୀର୍ଘ ସମୟ ଯାଏଁ ଅଟକାଇଥିଲେ । ମହିଳା ପୁଲିସ ଅଧିକାରୀ ଜଣକ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀଙ୍କ ସଂପର୍କୀୟ । ତେଣୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି । ମମତା ଓ ବିଦ୍ୟାଭାରତୀ କଣ ସଂପର୍କୀୟ ହେବେ ତାହା ଜଣାନାହିଁ, କିନ୍ତୁ ସେ ଜଣେ ପୋଲିସ କର୍ମଚାରୀ ଭାବେ ଉପସ୍ଥିତ ଥିବା କହିଛନ୍ତି ପାରଳାଖେମୁଣ୍ଡି ଏସଡିପିଓ । ଡିଏଫଓ ଗତ କିଛି ଦିନ ହୋଲା ଅଫିସକୁ ଆସୁନାହାନ୍ତି । ଯାହାକୁ ସ୍ଵୀକାର କରିଛନ୍ତି ACF । ତେବେ ସେ କ୍ଷେତ୍ର ପରିଦର୍ଶନରେ ଯାଇଥିବା ସେ ସଫେଇ ଦେଇଛନ୍ତି ।

ଘଟଣା ପରଦିନ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ DFO ସଂଗ୍ରାମ କେଶରୀ ବେହେରା । ହେଲେ ସୌମ୍ୟଙ୍କ ମୃତ୍ୟୁ ପାଇଁ ସୌମ୍ୟଙ୍କ ପତ୍ନୀ, ପାରଳାଖେମୁଣ୍ଡି ଡିଏଫଓ ଏବଂ ରୋଷେୟା ହିଁ ଦାୟୀ ବୋଲି ଅଭିଯୋଗ ହେବା ପରଠାରୁ ଆଉ ନିଜ କାର୍ଯ୍ୟାଳୟକୁ ଆସୁନାହାନ୍ତି ଡିଏଫଓ । ତେଣୁ ତାଙ୍କ ବିରୁଦ୍ଧରେ ଦିନକୁ ଦିନ ଆସୁଥିବା ସଂଗୀନ ଅଭିଯୋଗର ପ୍ରତିକ୍ରିୟା ନେବା ସମ୍ଭବ ହେଉନାହିଁ । ଡିଏଫଓ ଗତ କିଛିଦିନ ହେଲା କାର୍ଯ୍ୟାଳୟକୁ ଆସୁନଥିବା କଥା ମାନିବା ସହ କ୍ଷେତ୍ର ପରିଦର୍ଶନରେ ଯାଇଥିବାରୁ ସେ କାର୍ଯ୍ୟାଳୟକୁ ଆସୁନଥିବା ସଫେଇ ଦେଇଛନ୍ତି । ସେହି ସମାନ କଥା କହିଛନ୍ତି ଆଉ ଜଣେ ଏସିଏଫଓ କେ.ଭାସ୍କର ରାଓ ।  

ଯୁବ ଏସିଏଫ ଅଧିକାରୀ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ । ଡିଏଫଓ ସଂଗ୍ରାମ ଏବଂ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଥିଲା । ତେଣୁ ଜାଣିଶୁଣି ସୌମ୍ୟଙ୍କୁ ଡ୍ୟୁଟି ବାହାନାରେ ବାହାରକୁ ପଠାଯାଉଥିଲା । ଏହି ସମସ୍ତ କାର୍ଯ୍ୟରେ ରୋଷେୟା ସହଯୋଗ କରୁଥିବା ସେ ନିଜ ଏତଲାରେ ଦର୍ଶାଇଛନ୍ତି । ଏହା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଏକ ଅପରାଧିକ ଷଡଯନ୍ତ୍ର ମୂଳକ ହତ୍ୟା ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି  ।  

ଏଭଳି ଏକ ସଂଗୀନ ମାମଲାରେ ପୋଲିସ ଅଭିଯୁକ୍ତ କିମ୍ବା ସାକ୍ଷୀଙ୍କୁ ଜେରା କରିବା ବେଳେ ଏସିଏଫ ଗୌରୀ ରଥ ଉପସ୍ଥିତ ରହିବା ଠିକ୍ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ଆସିବା ପରେ ଆବଶ୍ୟକ ହେଲେ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଥିଲେ ଏସପି । ରବିବାର ବିଳମ୍ବିତ ରାତିରେ ପୋଲିସ ଅଧିକାରୀ ତାଙ୍କ ନିକଟକୁ ଯାଇ ପଚରାଉଚୁରା କରିଛନ୍ତି । ତେଣୁ ସେ ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ହୋଇଥିବା ଅନୁମାନ କରାଯାଉଛି । ହେଲେ ପୋଲିସ ଏନେଇ କିଛି କହିନଥିବା ବେଳେ ପୋଲିସ ତାଙ୍କ ନିକଟକୁ ଆସି କିଛି ରେକର୍ଡ ମାଗିଥିବା କହିଛନ୍ତି ଗୌରୀ ।  

ଭୁବନେଶ୍ବରରୁ ତାପସ ପରିଡା ଓ ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jul 19, 2021, 6:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.