ETV Bharat / city

ACF ସୌମ୍ୟ ମର୍ଡର ମିଷ୍ଟ୍ରି, ବିଜେପି ବିଧାୟକଙ୍କୁ ଭେଟିଲେ ବାପା, ମାମୁଁ - ବିଜେପି ବିଧାୟକ

ACF ସୌମ୍ୟ ରଞ୍ଜନ ମର୍ଡର ମିଷ୍ଟ୍ରି । ମୃତ ପୁଅକୁ ନ୍ୟାୟ ଦେବା ପାଇଁ ବିଜେପି ବିଧାୟକଙ୍କୁ ଭେଟିଛନ୍ତି ବାପା ଓ ମାମୁଁ । ଅଧିକ ପଢନ୍ତୁ...

ACF ସୌମ୍ୟ ମର୍ଡର ମିଷ୍ଟ୍ରି, ବିଜେପି ବିଧାୟକଙ୍କୁ ଭେଟିଲେ ବାପା, ମାମୁଁ

author img

By

Published : Aug 31, 2021, 5:49 PM IST

ଭୁବନେଶ୍ବର: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୧ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମିଳିପାରିନି ମୃତ୍ୟୁର ପ୍ରକୃତ ରହସ୍ୟ । ଏହାରି ମଧ୍ୟରେ ମୃତ ପୁଅକୁ ନ୍ୟାୟ ଦେବା ପାଇଁ ବିଜେପି ବିଧାୟକଙ୍କୁ ଭେଟିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଓ ମାମୁଁ । ଘଟଣାରେ DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ସାମିଲ ଥିବା ସେ ଦାବି କରିଛନ୍ତି ।

ACF ସୌମ୍ୟ ମର୍ଡର ମିଷ୍ଟ୍ରି, ବିଜେପି ବିଧାୟକଙ୍କୁ ଭେଟିଲେ ବାପା, ମାମୁଁ

ମୃତ ସୌମ୍ୟଙ୍କ ବାପା ବିଧାୟକଙ୍କୁ ଭେଟି ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରିଛନ୍ତି । 302 ଭଳି ସଂଗୀନ ଦଫା ଲାଗିଥିବା ସତ୍ତ୍ବେ ଅଭିଯୁକ୍ତଙ୍କୁ କାହିଁକି ଏଯାଏଁ ଗିରଫ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖଙ୍କର ମଧ୍ୟ ସମ୍ପୃକ୍ତି ଅଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେପଟେ ଏସିଏଫ ହତ୍ୟା ଘଟଣାକୁ ଚଳିତ ବିଧାନସଭାରେ ଉଠାଇବେ ବୋଲି ସୌମ୍ୟଙ୍କ ବାପାଙ୍କୁ ବିଜେପି ବିଧାୟକ ପ୍ରତିଶୃତି ଦେଇଛନ୍ତି ।

ସୂଚନା ଥାଉ କି, ସରକାରୀ ବାସଭବନରେ ଉଭୟ ପତିପତ୍ନୀ ରହୁଥିବାବେଳେ ସୌମ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଘରୋଇ ହସ୍ପିଟାଲରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ରାଜ୍ୟରେ ଏବେବି ଲାଗି ରହିଛି ଚର୍ଚ୍ଚା ।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଏହା ଏକ ଆକସ୍ମିକ ମୃତ୍ୟୁ ନୁହେଁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ପୁଅର ମୃତ୍ୟୁ ପଛରେ ବୋହୂ ବିଦ୍ୟାଭାରତୀଙ୍କ ଭୂମିକା ରହିଛି ବୋଲି ସେ ଅଭିଯୋଗ ଆଣିଥିଲେ । ଏଥିସହ ପାରଳାଖେମୁଣ୍ଡି DFOଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ଥିବାରୁ ଜାଣିଶୁଣି ଡିଏଫଓ ସୌମ୍ୟଙ୍କୁ ରାତ୍ରି ଡ୍ୟୁଟିରେ ପଠାଉଥିଲେ ଏବଂ ତାଙ୍କ ଅନୁପସ୍ଥିତିରେ ବାରମ୍ବାର ଘରକୁ ଯାଉଥିଲେ । ତେଣୁ ସୌମ୍ୟଙ୍କୁ ପୋଡି ମାରିବା ପଛରେ ଡିଏଫଓ, ବୋହୂ ଏବଂ ରୋଷେଇ କରୁଥିବା ଗାର୍ଡର ହାତ ରହିଥିବା ସେ ଅଭିଯୋଗ କରିଥିଲେ ।

ସୌମ୍ୟଙ୍କ ମୃତ୍ୟୁ ଘଟଣା ଆଜି ବି ରହସ୍ୟ ଘେରରେ ରହିଛି । ତାଙ୍କ ମୃତ୍ୟୁକୁ ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସିବିଆଇ ତଦନ୍ତ ଦାବି କରିଥିଲେ ସୌମ୍ୟଙ୍କ ପରିବାର ଲୋକେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.