ETV Bharat / city

ରି-ଆଡମିଶନ ଫି ରେ GST ଛାଡ ଦାବି - ଉତ୍କଳ ବିଶ୍ବବିଦ୍ୟାଳୟ

ମହାମାରୀ ମାଡରେ ଭୁଶୁଡିଛି ଆର୍ଥିକ ମେରୁଦଣ୍ଡ । ଏପରି ସ୍ଥିତିରେ ରି-ଆଡମିଶନ ଫି ରେ GST ସଂଯୁକ୍ତ କରିବା ପିଲାଙ୍କ ପାଇଁ ବୋଝ ବୋଲି କହିଲା ଏବିଭିପି । ରାଜ୍ୟ ସରକାର ପୁନଃବିଚାର କରିବାକୁ ଦାବି । ଅଧିକ ପଢନ୍ତୁ...

ରି-ଆଡମିଶନ ଫି ରେ GST ଛାଡ ଦାବି
ରି-ଆଡମିଶନ ଫି ରେ GST ଛାଡ ଦାବି
author img

By

Published : Aug 18, 2021, 4:56 PM IST

ଭୁବନେଶ୍ବର: ମହାମାରୀର ସଂକ୍ରମଣ ହ୍ରାସ ପରେ ଖୋଲିଲା ଶିକ୍ଷାନୁଷ୍ଠାନ । ଆଉ ଛାତ୍ରଛାତ୍ରୀ ସିଧାସଳଖ ଅର୍ଥାତ କଲେଜ ଆସି ପଢିବେ ପାଠ । କିନ୍ତୁ ଏହି ସମୟରେ ପିଲାମାନେ ରି-ଆଡିମିଶନ ଫି GST ସହ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କର ଏହି ଶିକ୍ଷାନୀତିକୁ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) । ପରିଷଦ ପକ୍ଷରୁ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିବା ସହ ଛାତ୍ରଛାତ୍ରୀଙ୍କ ରି-ଆଡିମିଶନ ଫିରୁ GST ବାଦ ଦେବା ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଦାବି କରିଛି ବିଦ୍ୟାର୍ଥୀ ପରିଷଦ ।

ରି-ଆଡମିଶନ ଫି ରେ GST ଛାଡ ଦାବି

କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ ପ୍ରତି ପରିବାରର ଆର୍ଥିକ ମାନଦଣ୍ଡ ଭୁଶୁଡି ପଡିଛି । ଏଭଳି ସ୍ଥିତିରେ କିଭଳି ଭାବେ ଛାତ୍ରଛାତ୍ରୀ ରି-ଆଡିମିଶନ ଫିସ୍ ଭରିବେ ସେନେଇ ଚିନ୍ତାରେ ଅଛନ୍ତି । ଫି ସହିତ ଜିଏସଟି ସେମାନଙ୍କ ଉପରେ ଅତିରିକ୍ତ ବୋଝ । ତେଣୁ ଏନେଇ ସରକାର ପୁନଶ୍ଚ ଚିନ୍ତା କରନ୍ତୁ। ବିଶ୍ବବିଦ୍ୟାଳୟକୁ GST ମୁକ୍ତ କରନ୍ତୁ ବୋଲି ଦାବି କରିଛି ବିଦ୍ୟାର୍ଥୀ ପରିଷଦ । ଏପରିକି ଏନେଇ ଆସନ୍ତାକାଲି ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ସଂଘ ପ୍ରତିକ୍ରିୟା ରଖିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.