ଭୁବନେଶ୍ବର: ଲକଡାଉନ ସମୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରାୟ ୧୩ ଲକ୍ଷ ୩୬ ହଜାର ମାଗଣା ଖାଦ୍ୟ ପ୍ୟାକେଟ ପ୍ରଦାନ କରଯାଇଛି । ମେ ମାସ ୨ ତାରିଖ ଠାରୁ ଜୁନ ମାସ ୧୪ ତାରିଖ ମଧ୍ୟରେ ଭାରତୀୟ ରେଳବାଇ କ୍ୟାଟରିଂ ଓ ଟୁରିଜିମ କର୍ପୋରେସନ ସହାୟତାରେ ଏହାର ପରିସୀମା ମଧ୍ୟରେ ପ୍ରାୟ ୧୧ ଲକ୍ଷ ୪ ହଜାର ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଛି ।
ସେହିପରି ମାର୍ଚ୍ଚ ମାସ ୨୭ ତାରିଖ ଠାରୁ ମେ ମାସ ୨ ତାରିଖ ମଧ୍ୟରେ ରେଳପଥର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ମାନଙ୍କ ଠାରେ ସ୍ଥାନୀୟ ଗରିବ ଓ ଦୁସ୍ଥ ଲୋକମାନଙ୍କୁ ରେଳବାଇ ସୁରକ୍ଷା ବଳ, ଆଇଆରସିଟିସି ଏବଂ ବହୁ ବେସରକାରୀ ସଂସ୍ଥା ଓ ଏନଜିଓ ମାନଙ୍କ ସହାୟତାରେ ପ୍ରାୟ ୨ ଲକ୍ଷ ୩୨ ହଜାର ଖାଦ୍ୟ ପୁଡିଆ ଓ ରନ୍ଧା ଖାଦ୍ୟ ପ୍ରଦାନ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ