ETV Bharat / city

ରିମାଣ୍ଡ ଶେଷ; ଜେଲ ଗଲେ ଅଭୟ

author img

By

Published : Dec 24, 2020, 12:26 PM IST

Updated : Dec 24, 2020, 1:03 PM IST

IFS ଅଫିସର ଅଭୟକାନ୍ତ ପାଠକଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ପୁଣି ଜେଲକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ...

ରିମାଣ୍ଡ ଶେଷ; ଜେଲ ଗଲେ ଅଭୟ
ରିମାଣ୍ଡ ଶେଷ

ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା IFS ଅଫିସର ଅଭୟକାନ୍ତ ପାଠକଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ଶେଷ ପରେ ତାଙ୍କୁ କମିଶନରେଟ ପୋଲିସ କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

ରିମାଣ୍ଡ ଶେଷ; ଜେଲ ଗଲେ ଅଭୟ

ସ୍କାଏ କିଙ୍ଗ 65ଲକ୍ଷ ଠକେଇର ଗୁମର ଖୋଲିବା ପାଇଁ ତାଙ୍କୁ କମିଶନରେଟ ପୋଲିସ ରିମାଣ୍ଡରେ ନେଇଥିଲା । ପୁଅକୁ ଟାଟା ଏମଡି କହି ସ୍କାଏ କିଙ୍ଗ ସହ ପରିଚୟ କରାଇଥିଲେ ଅଭୟ । ସେ ନିଜେ ଏହି ଡିଲ ପାଇଁ ଚାର୍ଟାଡ଼ ଫ୍ଲାଇଟର ବୁକିଂ ଓ ଟ୍ରାଭେଲିଂ ପାଇଁ ସମସ୍ତ କାରବାରର ମଧ୍ୟସ୍ଥି ସାଜିଥିଲେ । ଏଥିପାଇଁ ସ୍କାଏକିଙ୍ଗ ଅଫିସିଆଲଙ୍କୁ ଘରକୁ ଡ଼କାଇ ଡିଲ କରିଥିବା ସୁରାକ ପାଇଥିଲା ପୋଲିସ । ଯେଉଁଥିପାଇଁ ଅଭୟଙ୍କୁ ଅଧିକ ପଚରାଉଚରା କରିବାକୁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ ।

ଏହି ଘଟଣାରେ ପୂର୍ବରୁ 4ଦିନିଆ ରିମାଣ୍ଡରେ ଆସିଥିଲା ପୁଅ ଆକାଶ । ସୂଚନାଥାଉକି, ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଉଭୟ ପିତା ଓ ପୁତ୍ରଙ୍କୁ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 24, 2020, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.