ETV Bharat / city

ଆଜିଠୁ ଆରମ୍ଭ ହେବ କଳିଙ୍ଗ ସାହିତ୍ୟ ମହୋତ୍ସବ - କଳିଙ୍ଗ ସାହିତ୍ୟ ପୁରସ୍କାର

3ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାରରେ ସମ୍ମାନିତ କରାଯିବ । ଚଳିତ ବର୍ଷ ସାହିତ୍ୟ ଉତ୍ସବର ଥିମ 'ଗାନ୍ଧୀଙ୍କ ଦୃଷ୍ଟିରେ ଭାରତ' ଉପରେ ଆଲୋଚନା କରାଯିବ।

ଫଟୋ ସୌଜନ୍ୟ: ପ୍ରତିନିଧି. ଭୁବନେଶ୍ବର
author img

By

Published : Jul 19, 2019, 6:46 AM IST

ଭୁବନେଶ୍ବର: ଆଜି ଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି କଳିଙ୍ଗ ସାହିତ୍ୟ ମହୋତ୍ସବ। ଚଳିତବର୍ଷ ଏହି ଉତ୍ସବର ମୁଖ୍ୟ ଆୟୋଜକ ହୋଇଛି ଓଡିଶା ପର୍ଯ୍ୟଟନ। ଏହି ଅବସରରେ 3ଜଣ ବିଶିଷ୍ଟ ବ୍ୟକ୍ତି ପବନ କୁମାର ବର୍ମା,ରାଜେନ୍ଦ୍ର କିଶୋର ପଣ୍ଡା ଓ ପାରୋ ଆନନ୍ଦଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାରରେ ସମ୍ମାନିତ କରାଯିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି. ଭୁବନେଶ୍ବର

ଏହି ମହୋତ୍ସବରେ ଦେଶ ବିଦେଶରୁ 250ରୁ ଉର୍ଦ୍ଧ୍ବ ଲେଖକ କବି, ଗୀତିକାର, ସାମ୍ବାଦିକ ଓ ବୁଦ୍ଧିଜୀବୀ ଭାଗନେବେ । ଚଳିତ ବର୍ଷ ସାହିତ୍ୟ ଉତ୍ସବର ଥିମ 'ଗାନ୍ଧୀଙ୍କ ଦୃଷ୍ଟିରେ ଭାରତ' ଉପରେ ଆଲୋଚନା କରାଯିବ। ଏହା ସହିତ ବିଭିନ୍ନ ଲେଖକ ଓ କବିଙ୍କ ପୁସ୍ତକ ଉନ୍ମୋଚନ ହେବା ସହିତ ସ୍ବତନ୍ତ୍ର ଅଧିବେଶନରେ ଏସିଡ ପିଡୀତଙ୍କ ବିଷୟରେ ଆଲୋଚନା କରାଯିବ । ସମୁଦାୟ 40ଟି ଅଧିବେଶନରେ ଅନେକ ବିଶିଷ୍ଟ, ବରିଷ୍ଠ , ଯୁବ ଏବଂ ଶିଶୁଙ୍କୁ ନେଇ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି। ଏହା ସହିତ ଆୟୋଜିତ ହେଉଥିବା ତୃତୀୟ କଳାମହୋତ୍ସଵ ରେ 60 ରୁ ଉର୍ଦ୍ଧ୍ବ ଚିତ୍ରଶିଳ୍ପୀ ଗାନ୍ଧୀ ଓ ବୁଦ୍ଧଙ୍କ ଉପରେ ନିଜର କଳାକୃତିର ପ୍ରଦର୍ଶନ କରିବେ । ଯାହାକି ଓଡ଼ିଆ ସାହିତ୍ୟକୁ ରାଷ୍ଟ୍ରୀୟ ଓ ବିଶ୍ୱସ୍ତରରେ ପରୋବ୍ୟାପ୍ତ କରିବା ପାଇଁ ପ୍ରୟାସ ବୋଲି ପ୍ରତିଷ୍ଠାତା ରଶ୍ମିରଞ୍ଜନ ପରିଡା କହିଛନ୍ତି।

ଆଜି କିଟ କନଭେନ୍ସ ସେଣ୍ଟର ଠାରେ ଆରମ୍ଭ ହେବ କଳିଙ୍ଗ ସାହିତ୍ୟ ମହୋତ୍ସବ । ଯେଉଁଥିରେ ବିଶିଷ୍ଟ ସାହିତ୍ୟିକ ସୁଧୀର ଚନ୍ଦ୍ର ମୁଖ୍ୟ ବକ୍ତାଭାବେ ଯୋଗ ଦେବେ । ଏଥିସହ ଅନ୍ୟତମ ବିଶିଷ୍ଟ ବକ୍ତାଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ଓ ପବନ ବର୍ମା ପ୍ରମୁଖ ଯୋଗ ଦେବେ ବୋଲି ରଶ୍ମିରଞ୍ଜନ ପରିଡା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତାକାଲି ଠାରୁ ଭୁବନେଶ୍ୱର ରେ ଆୟୋଜିତ ହେବାକୁ ଯାଉଛି କଳିଙ୍ଗ ସାହିତ୍ୟ ମହୋତ୍ସବ।ଚଳିତବର୍ଷ ଏହି ଉତ୍ସବର ମୁଖ୍ୟ ଆୟୋଜକ ହୋଇଛି ଓଡିଶା ପର୍ଯ୍ୟଟନ।ଉଦ୍ଘାଟକ ଭାବେ ଯୋଗଦେବେ ସୁଧୀର ଚନ୍ଦ୍ର,ଏହା ସହିତ ଯଶବନ୍ତ ସିନହା,ପବନ ବର୍ମା,ରାଜଶେଖର ବିନ୍ଦରୁ ପ୍ରମୁଖ ଅତିଥିଭାବେ ଯୋଗ ଦେବେ।ଦେଶ ବିଦେଶରୁ 250ରୁ ଉର୍ଦ୍ଧ୍ବ ଲେଖକ କବି,ଗୀତିକାର,ସାମ୍ବାଦିକ ଓ ବୁଦ୍ଧିଜୀବୀ ଭାଗନେବେ ।3ଜଣଙ୍କୁ ମିଳିବ କଳିଙ୍ଗ ସାହିତ୍ୟ ପୁରସ୍କାର 2019।Body:ବାତ୍ୟା ଫନି ପରେ ରାଜଧାନୀ ଭୁବନେଶ୍ବର ରେ ଏକ ବଡ଼ ସାହିତ୍ୟ ଆସର ଆରମ୍ଭ ହେବାକୁ ଯାଉଛି।ଯାହାକି ଆସନ୍ତାକାଲି କିଟ କନଭେନ୍ସ ସେଣ୍ଟର ଠାରେ ଆରମ୍ଭ ହେବ ।ଯେଉଁଥିରେ ବିଶିଷ୍ଟ ସାହିତ୍ୟିକ ସୁଧୀର ଚନ୍ଦ୍ର ମୁଖ୍ୟ ବକ୍ତାଭାବେ ଯୋଗ ଦେବାକୁ ଥିବା ବେଳେ ଅନ୍ୟତମ ବିଶିଷ୍ଟ ବକ୍ତାଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂହା ଓ ପବନ ବର୍ମା ପ୍ରମୁଖ ଯୋଗ ଦେବେ ବୋଲି ଏହାର ପ୍ରତଷ୍ଠାତା ରଶ୍ମିରଞ୍ଜନ ପରିଡା କହିଛନ୍ତି।
ଆଜି ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପରିଡା କହିଛନ୍ତି କି 3ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ଦେଶ ବିଦେଶର 250 ରୁ ଉର୍ଦ୍ଧ୍ବ କବି,ଲେଖକ ଓ ବୁଦ୍ଧିଜୀବୀ ଯୋଗ ଦେବେ ବୋଲି ସେ କହିଛନ୍ତି।ଏହି ଅବସରରେ 3ଜଣ ବିଶିଷ୍ଟ ବ୍ୟକ୍ତି ପବନ କୁମାର ବର୍ମା,ରାଜେନ୍ଦ୍ର କିଶୋର ପଣ୍ଡା ଓ ପାରୋ ଆନନ୍ଦଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।ଚଳିତ ବର୍ଷ ସାହିତ୍ୟ ଉତ୍ସବର ଥିମ ଗାନ୍ଧୀଙ୍କ ଦୃଷ୍ଟିରେ ଭାରତ ଉପରେ ଆଲୋଚନା କରାଯିବ।ଏହା ସହିତ ବିଭିନ୍ନ ଲେଖକ ଓ କବିଙ୍କ ପୁସ୍ତକ ଉନ୍ମୋଚନ ହେବା ସହିତ ସ୍ବତନ୍ତ ଅଧିବେଶନ ରେ ଏସିଡ ପିଡୀତଙ୍କ ବିଷୟରେ ଆଲୋଚନା କରାଯିବ ବୋଲି କହିଛନ୍ତି।ସମୁଦାୟ 40ଟି ଅଧିବେଶନ ରେ ଅନେକ ବିଶିଷ୍ଟ, ବରିଷ୍ଠ ,ଯୁବ ଏବଂ ଶିଶୁ ଙ୍କୁ ନେଇ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି।ଏହା ସହିତ ଆୟୋଜିତ ହେଉଥିବା ତୃତୀୟ କଳାମହୋତ୍ସଵ ରେ 60 ରୁ ଉର୍ଦ୍ଧ୍ବ ଚିତ୍ରଶିଳ୍ପୀ ଗାନ୍ଧୀ ଓ ବୁଦ୍ଧ ଙ୍କ ଉପରେ ନିଜର କଳାକୃତିର ପ୍ରଦର୍ଶନ କରିବେ।ଯାହାକି ଓଡ଼ିଆ ସାହିତ୍ୟକୁ ରାଷ୍ଟ୍ରିୟ ଓ ବିଶ୍ୱସ୍ତରରେ ପରୋବ୍ୟାପ୍ତ କରିବା ପାଇଁ ପ୍ରୟାସ ବୋଲି ଶ୍ରୀ ପରିଡା କହିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.