ETV Bharat / city

ସାପ ଧରା ନିଶାରେ ଓଡ଼ିଶାର ପ୍ରଥମ ମହିଳା ସାପ ଧରାଳି ସାଜିଲେ ସିଲକା - odisha's first snake capture

ଯୁବତୀଙ୍କ ଅଜବ ନିଶା । 400 ରୁ ଉର୍ଦ୍ଧ୍ବ ସାପ ଧରି ଓଡିଶାର ପ୍ରଥମ ମହିଳା ସାପ ଧରାଳି ଭାବେ ଅର୍ଜନ କରିଛନ୍ତି ପରିଚୟ ଅଧିକ ପଢନ୍ତୁ...

ଓଡ଼ିଶାର ପ୍ରଥମ ମହିଳା ସାପ ଧରାଳି ସିଲକା
ଓଡ଼ିଶାର ପ୍ରଥମ ମହିଳା ସାପ ଧରାଳି ସିଲକା
author img

By

Published : Mar 7, 2021, 10:46 PM IST

ଭୁବନେଶ୍ବର: ସାଧାରଣତଃ ଝିଅ ମାନେ ସାପ ନାଁ ଶୁଣିଲେ ଯେତିକି ଡରନ୍ତି, ପାଖରେ ଦେଖିଲେ ତା' ଠାରୁ ଅଧିକ ଭୟ କରନ୍ତି । ସାପ ଦେଖିଲା ମାତ୍ରେ ଛାତିରେ ଛନକା ପସିଯାଏ । ଏଭଳି ସ୍ଥିତିରେ କୌଣସି ଝିଅର ଯେ ସାପ ଧରିବା ନିଶା ହୋଇପାରେ, ତାହା ବିଶ୍ବାସ କରିବା କଷ୍ଟ । କିନ୍ତୁ ସବୁ ଭୟକୁ ପଛରେ ପକାଇ ସିଲକା ସଲୋନୀ ହୋଇପାରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ସାପ ଧରାଳି । ଆଉ ଏହାକୁ ନିଶା ଭାବେ ଆଦିର ନେଇ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ ।

ଓଡ଼ିଶାର ପ୍ରଥମ ମହିଳା ସାପ ଧରାଳି ସିଲକା

ଦିନ ନାହିଁ କି ରାତି ନାହିଁ ଫୋନକଲଟିଏ ଆସିଲେ ବିନା ଦ୍ଵନ୍ଦରେ ସାପ ଧରିବା ପାଇଁ ବାହାରି ଆସନ୍ତି ସିଲକା । 17 ବର୍ଷ ବୟସରୁ ସିଲକା ବାପା ଏବଂ ଭାଇଙ୍କୁ ଦେଖି ସାପ ଧରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଇତିମଧ୍ୟରେ ସେ ଚିତି, ବୋଡ଼ା, ରଣା, ନାଗ ସାପ ଭଳି 400ରୁ ଅଧିକ ବିଷଧର ସାପ ସେ ଧରି ସାରିଲେଣି ।

ସିଲକା ଏବେ ବିଜେବି ମହାବିଦ୍ୟାଳୟରେ ସାମ୍ବାଦିକତା ବିଭାଗରେ ପାଠ ପଢ଼ୁଥିବାବେଳେ ଆଗକୁ ସେ ଜଣେ ଉଚ୍ଚ କୋଟିର ସାମ୍ବାଦିକ ହେବାର ଲକ୍ଷ୍ୟ ରଖିଛନ୍ତି । ବିଭିନ୍ନ ପ୍ରକାରର ବିଷଧର ସାପ ଧରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ଅହିରାଜ ସାପ ଧରିନାହାନ୍ତି । ତେବେ ସୁଯୋଗ ମିଳିଲେ ତାହା କରି ଦେଖାଇ ପାରିବେ ବୋଲି ସେ କହିଛନ୍ତି । ସେ କୁହନ୍ତି, ଯେତେବେଳେ ସେ ପ୍ରଥମେ ସାପ ଧରିଲେ ସେତେବେଳେ ଡର ତ ଲାଗିଥିଲା । ତେବେ ପ୍ରତିଟି ନୂଆ ଜିନିଷ ଆରମ୍ଭ କରିବା ପୂର୍ବରୁ ସେନେଇ ମନରେ ବିଭିନ୍ନ ପ୍ରକାର କଥା ଆସେ ଓ ଭୟ ଲାଗେ କିନ୍ତୁ ସେହି ବିଷୟରେ ଅଧିକ ଜ୍ଞାନ ଓ ଦକ୍ଷତା ବଢ଼ିଲା ପରେ ମନରୁ ଭୟ ଆପେ ଆପେ ଲିଭି ଯାଏ । ଏହି କାମରେ ତାଙ୍କ ଘର ଲୋକ ସିଲକାକୁ ସହଯୋଗ କରିଛନ୍ତି । ଯାହାଫଳରେ ସେ ଓଡ଼ିଶାର ପ୍ରଥମ ମହିଳା ସାପ ଧରାଳି ଭାବେ ପରିଚୟ ପାଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.