ETV Bharat / city

ଚଳନ୍ତା ଟ୍ରେନରେ ଛଟପଟ ହେଉଥିଲେ ଗର୍ଭବତୀ, ପ୍ରସୂତି ପାଇଁ ଭୁବନେଶ୍ବର ଷ୍ଟେସନରେ ମିଳିଲା ସୁବିଧା - ଭୁବନେଶ୍ବର ଷ୍ଟେସନ

ଗର୍ଭବତୀ ମହିଳାଙ୍କ ପ୍ରସୂତି ପାଇଁ ଭୁବନେଶ୍ବର ଷ୍ଟେସନରେ ମିଳିଲା ସୁବିଧା । ରେଳ ଷ୍ଟେସନରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଅଧିକ ପଢନ୍ତୁ...

ଚଳନ୍ତା ଟ୍ରେନରେ ଛଟପଟ ହେଉଥିଲେ ଗର୍ଭବତି ମହିଳା, ପ୍ରସୁତି ପାଇଁ ଭୁବନେଶ୍ବର ଷ୍ଟେସନରେ ମିଳିଲା ସୁବିଧା

author img

By

Published : Jul 11, 2021, 8:04 AM IST

ଭୁବନେଶ୍ବର: ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲା ଭୁବନେଶ୍ବର ରେଳ ଷ୍ଟେସନ । ଶେଷରେ ରେଳ ଷ୍ଟେସନରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା । ରେଳ ଯାତ୍ରୀକୁ ସହଯୋଗର ହାତ ବଢାଇ ଏବେ ଚର୍ଚ୍ଚାରେ ରାଜଧାନୀର ଜନଗହଳୀ ପୂର୍ଣ୍ଣ ଷ୍ଟେସନ।

ମିଳିଥିବା ସୂଚନା ଅନୁଯାଇ ହାଓଡା ଯଶୋବନ୍ତପୁରରୁ ଟ୍ରେନ ନମ୍ବର ୦୨୨୪୫ ଆସୁଥିବା ବେଳେ କୋଚ ନମ୍ବର ଏସ ୪ରେ ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିବା ଷ୍ଟେସନକୁ ସୂଚନା ଆସିଥିଲା । ଏହାପରେ ଷ୍ଟେସନରେ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଟ୍ରେନଟି ୪ଟା ୪୪ରେ ପ୍ଲାଟଫର୍ମ ୫ରେ ପହଞ୍ଚିବା କ୍ଷଣି ପୂର୍ବପ୍ରସ୍ତୁତ ହୋଇଥିବା ଆରପିଏଫର SI ସଚଳା ପ୍ରଧାନ ଓ ମେରି ସହେଲି ଟିମ ତୁରନ୍ତ ସହଯୋଗ କରି ସେହି ଗର୍ଭବତୀ ମହିଳାଙ୍କୁ ଟ୍ରେନର ବାହାରକୁ ଆଣିଥିଲେ।

ପରେ ଉପସ୍ଥିତ ଥିବା ରେଳ ଡାକ୍ତର ଓ ଟିମ ମହିଳାଙ୍କୁ ସ୍ବାସ୍ଥ୍ୟ ଚେକ କରିବା ସହ ମହିଳା ଜଣକ ୪ଟା୫୫ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହା ପରେ ମହିଳା ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ମହିଳାଙ୍କର ନାମ ଆୟେଷ ଖାତୁନ ବୟସ ୨୦ ବର୍ଷ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.