ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ହେବ ଟ୍ରମା ସେଣ୍ଟର । କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଏକ ଟ୍ରମା ସେଣ୍ଟର ଆରମ୍ଭ କରିବାକୁ ଯାଉଛନ୍ତି । 11815 ବର୍ଗ ଫୁଟରେ 5 ମହଲା ବିଶିଷ୍ଟ ବିଲ୍ଡିଂ ତିଆରି କରାଯିବ ।
ଉତ୍ତମ ରୋଗୀ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ଏକ ମଡେଲ କରିବାକୁ ପ୍ରସ୍ତୁତ କରୁଛନ୍ତି। ଯାହା କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ବିଭାଗକୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ପ୍ରୟାସ କରୁଛନ୍ତି । ଏଥିପାଇଁ 10 କୋଟି 56 ଲକ୍ଷ 5999 ଟଙ୍କା ଖର୍ଚ୍ଚ କରାଯିବ।
ଏହି ଟ୍ରମା କେୟାର ସେଣ୍ଟରରେ ରହିବ 185ଟି ବେଡ। ଏହି ଟ୍ରମା କେୟାର ସେଣ୍ଟର ବିଶେଷ ଭାବରେ 5 ମହଲା ବିଶିଷ୍ଟ ବିଲ୍ଡିଂ ରହିଥିବାବେଳେ ବେସମେଣ୍ଟରେ ରହିବ 4ଟି ଏମରଜେନ୍ସି ଓଟି, 8ଟି ବେଡ ବିଶିଷ୍ଟ ଟ୍ରମା ଅବଜରବେଶନ ରୁମ, 6 ଟି ଟ୍ରାଇଜ ବେଡ ଓ ମେଡିସିନ ବିଭାଗର 7ଟି ବେଡ ରହିବ। ଏହାସହ ପ୍ରଥମ ମହଲାରେ ରହିବ 3 ଟି କ୍ୟାବିନ, 20ଟି ବେଡ ବିଶିଷ୍ଟ ମେଡିସିନ ଆଇସିୟୁ , 8 ବେଡ ବିଶିଷ୍ଟ ଏସଡିୟୁ।
ସେହିପରି ଦ୍ବିତୀୟ ମହଲାରେ ରହିବ 2ଟି ଟ୍ରମା ଓଟି, 8 ବେଡ ବିଶିଷ୍ଟ ପୋଷ୍ଟ ଅପରେସନ, 6 ବେଡ ବିଶିଷ୍ଟ ପ୍ରି ଅପରେସନ। ତୃତୀୟ ମହଲାରେ ରହିବ କନଫରେସନ୍ସ ହଲ, ଫିଜିଓଥେରାପି ୟୁନିଟ, 2 ଟି ସରଜିକାଲ ଓଟି, 21 ବେଡ ବିଶିଷ୍ଟ ସର୍ଜିକାଲ ଆଇସିୟୁ। ଚତୁର୍ଥ ମହଲା ରେ ରହିବ 10 ବେଡ ବିଶିଷ୍ଟ ଆଇସିୟୁ, ନେଫ୍ରୋଲୋଜି ଡାଇଲସେସ ରହିବା ବେଳେ ପଞ୍ଚମ ମହଲାରେ ରହିବ ପ୍ରଶାସନିକ ବ୍ଲକ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ