ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି ରାଜ୍ୟରେ 10635 ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 1338 ଓ ସୁନ୍ଦରଗଡରୁ 994 ଜଣ ସୁସ୍ଥ ହୋଇଛନ୍ତି । ତେବେ ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା 6 ଲକ୍ଷ 47 ହଜାର 133 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
24 ଘଣ୍ଟାରେ ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 11954 ସଂକ୍ରମିତ । 24 ଘଣ୍ଟାରେ ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 11954 ସଂକ୍ରମିତ । ତେବେ ଆରୋଗ୍ୟଙ୍କ ମଧ୍ୟରୁ ପୁରୀରୁ 424, କଟକରୁ 831, ବଲାଙ୍ଗୀରରୁ 2, ଝାରସୁଗୁଡ଼ାରୁ 292, ନୂଆପଡ଼ାରୁ 123, ବରଗଡ଼ରୁ 252, ନବରଙ୍ଗପୁରରୁ 410, ସମ୍ବଲପୁରରୁ 702, ଯାଜପୁରରୁ 756, କଳାହାଣ୍ଡିରୁ 296, ମୟୂରଭଞ୍ଜରୁ 545, ରାୟଗଡ଼ାରୁ 307, ଗଞ୍ଜାମରୁ 218, କେନ୍ଦୁଝରରୁ 244, ନୟାଗଡ଼ରୁ 419, ସୋନପୁରରୁ 220, ଜଗତସିଂହପୁରରୁ 330, କୋରାପୁଟରୁ 258, ବାଲେଶ୍ବରରୁ 408, ଭଦ୍ରକରୁ 420, ଗଜପତିରୁ 64, କେନ୍ଦ୍ରାପଡ଼ାରୁ 193, ଦେବଗଡ଼ରୁ 104, କନ୍ଧମାଳରୁ 101, ମାଲକାନଗିରିରୁ 84, ଢ଼େଙ୍କାନାଳରୁ 175, ବୌଦ୍ଧରୁ 113 ଓ ଷ୍ଟେଟ୍ ପୁଲ୍ରୁ 242 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ତେବେ ଆଜିର ସୁସ୍ଥଙ୍କୁ ମିଶାଇ ମୋଟ 6 ଲକ୍ଷ 47 ହଜାର 133 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ