ETV Bharat / city

ଚା' ଦୋକାନୀ ଶିବଶଙ୍କରଙ୍କ ବଦାନ୍ୟତା: CMRFକୁ ଦାନ, ସାଧୁବାଦ ଜଣାଇଲେ ମୁଖ୍ୟ ଶାସନ ସଚିବ - CMRFକୁ ଦାନ କଲେ ଶିବଶଙ୍କର

ଚା' ଦୋକାନୀ ଶିବଶଙ୍କରଙ୍କ ବଦାନ୍ୟତା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(CMRF)କୁ ଦାନ କଲେ ସ୍ୱ-ଅର୍ଜିତ ଅର୍ଥ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଜରିଆରେ CMRFକୁ ଦାନ କରିଛନ୍ତି ଶିବଶଙ୍କର । ତାଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ଚା ଦୋକାନୀ ଶିବଶଙ୍କରଙ୍କ ବଦାନ୍ୟତା: CMRFକୁ ଦାନ, ସାଧୁବାଦ ଜଣାଇଲେ ମୁଖ୍ୟ ଶାସନ ସଚିବ

author img

By

Published : Apr 20, 2022, 10:34 PM IST

ଭୁବନେଶ୍ବର: ଚା' ଦୋକାନୀ ଶିବଶଙ୍କରଙ୍କ ବଦାନ୍ୟତା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(CMRF)କୁ ଦାନ କଲେ ସ୍ୱ-ଅର୍ଜିତ ଅର୍ଥ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଜରିଆରେ CMRFକୁ ଦାନ କରିଛନ୍ତି ଶିବଶଙ୍କର । ତାଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ।

ଚା ଦୋକାନୀ ଶିବଶଙ୍କରଙ୍କ ବଦାନ୍ୟତା: CMRFକୁ ଦାନ, ସାଧୁବାଦ ଜଣାଇଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର ଆର.ଟି.ଓ-1 ଅଫିସ ନିକଟରେ ଏକ ଚା ଦୋକାନ କରିଛନ୍ତି ଶିବଶଙ୍କର ଜେନା । ଛୋଟ ଏହି ଚା ଦୋକାନରୁ ସେ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । ଏହା ସହ ନିଜ ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି । ଆଜି ଲୋକସେବା ଭବନରେ ସେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଏହି ରାଶିର ଚେକ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ଶିବଶଙ୍କର ଜଣାଇଛନ୍ତି ଯେ, ସେ ଜଣେ କୋଭିଡ୍ ଯୋଦ୍ଧାଭାବେ କାର୍ଯ୍ୟ କରିଛନ୍ତି । ପ୍ରଥମ ଅବସ୍ଥାରେ ଆବିଷ୍କୃତ ହେଉଥିବା ଟିକାର ପରୀକ୍ଷାତ୍ମକ ପ୍ରୟୋଗ ନିଜ ଉପରେ କରାଇବା ପାଇଁ ସେ ସ୍ୱେଚ୍ଛାକୃତଭାବେ ଆଗଭର ହୋଇଥିଲେ । ଟିକା ନେବା ପୂର୍ବ ଏବଂ ପରେ ବିଭିନ୍ନ ପ୍ରକାର ଡ଼ାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ସେ ସମ୍ ହସ୍ପିଟାଲକୁ ଯିବା ଆସିବା କରୁଥିଲେ । ତାଙ୍କୁ ଯିବା ଆସିବା ଖର୍ଚ୍ଚ ବାବଦରେ ୬୭୫୦ ମିଳିଥିଲା । ଟିକା ପରୀକ୍ଷଣ ସଫଳ ହେବାରୁ ସେ ବହୁତ ଆନନ୍ଦିତ ହୋଇଥିଲେ । ଆତ୍ମସନ୍ତୋଷ ଲାଭ ମଧ୍ୟ କରିଥିଲେ ।

ସେହି ରାଶି ସହ ଚା ବେପାରରୁ ମିଳିଥିବା ୧ ମାସର ଲାଭ ମିଶାଇ ଶିବଶଙ୍କର ସମୁଦାୟ ୧୮, ୩୫୦ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ପ୍ରତିବର୍ଷ ଦୋକାନରୁ ୧ ମାସ ରୋଜଗାର ସେ କୌଣସି ନା କୌଣସି ଅଭାବଗ୍ରସ୍ତ, ଦିବ୍ୟାଙ୍ଗ ଓ ନିଃସହାୟଙ୍କ ସହାୟତା ବା ସମାଜ କଲ୍ୟାଣ କାମରେ ବିନିଯୋଗ କରିଥାଆନ୍ତି । ପ୍ରାୟ ବିଗତ ୧୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ସେ ଏ ପ୍ରକାର ମାନବିକ ସେବା କାର୍ଯ୍ୟରେ ବ୍ରତୀ ଅଛନ୍ତି । ଏତାଦୃଶ ମାନବିକ ଚେତନା ଓ ଅନ୍ୟକୁ ସାହାଯ୍ୟ କରିବାର ମନୋଭାବ ପାଇଁ ମୁଖ୍ୟ ଶାସନ ସଚିବ ଶିବଶଙ୍କରଙ୍କୁ ସାଧୁବାଦ ଜଣାଇଛନ୍ତି । ଏହା ସହ ତାଙ୍କର ଉତ୍ତରୋତ୍ତର ବିକାଶ କାମନା କରିଛନ୍ତି । ଚେକ୍ ପ୍ରଦାନ ସମୟରେ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.