ETV Bharat / city

ନାବାଳିକାଙ୍କୁ ଅଶ୍ଲୀଳ ମେସେଜ କରି ଗିରଫ ରସିକିଆ ଷ୍ଟୁଡିଓ ମାଲିକ

ଭୁବନେଶ୍ବରର ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ସତ୍ୟ ବିହାରରେ ରହୁଥିବା ଷ୍ଟୁଡିଓ ମାଲି ନାବାଳିକାଙ୍କୁ ଅଶ୍ଲୀଳ ମେସେଜ ସହ ନାବାଳିକାଙ୍କୁ ଜୋର ଜବରଦସ୍ତି ପ୍ରେମ ନିବେଦନ କରୁଥିଲା । ଏହି ରସିକିଆ ଷ୍ଟୁଡିଓ ମାଲିକଙ୍କୁ କମିଶନରେଟ ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି ।

author img

By

Published : Jul 5, 2019, 9:47 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନାବାଳିକାଙ୍କୁ ଅଶ୍ଲୀଳ ମେସେଜ କରି ଗିରଫ ହେଲେ ଷ୍ଟୁଡିଓ ମାଲିକ । ଭୁବନେଶ୍ବରର ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ସତ୍ୟ ବିହାରରେ ରହୁଥିବା ଷ୍ଟୁଡିଓ ମାଲିକ ନାବାଳିକାଙ୍କୁ ଅଶ୍ଲୀଳ ମେସେଜ କରିବା ସହ ଜୋର ଜବରଦସ୍ତି ପ୍ରେମ ନିବେଦନ କରୁଥିଲା । ଏହି ଘଟଣା ଜଣାପଡିବା ପରେ କମିଶନରେଟ ପୋଲିସ ଷ୍ଟୁଡିଓ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଷ୍ଟୁଡିଓ ମାଲିକ ଜଣଙ୍କ ହେଲେ ଢେଙ୍କାନାଳର ପ୍ରକାଶ ପରିଡା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ପ୍ରକାଶଙ୍କ ଘର ଢେଙ୍କାନାଳରେ ହୋଇଥିବା ବେଳେ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନରେ ଥିବା ସତ୍ୟବିହାରରେ ଏକ ଘର ନେଇ ରହୁଥିଲା । ତେବେ ଗତ ଦୁଇ ମାସ ତଳେ ପ୍ରକାଶ ନାବାଳିକାର ଭାଇକୁ ଫିଲ୍ମ ଓ ସିରିୟଲରେ ଅଭିନୟ ଦେବାର ପ୍ରଲୋଭନ ଦେଖାଇ ପ୍ରଥମେ ତାଙ୍କ ସହ ବନ୍ଧୁତା କରିଥିଲା । ପରେ ନାବାଳିକାର ଫୋନ ନମ୍ବର ଆଣି ଦିନରାତି ଅଶ୍ଳୀଳ ମେସେଜ କରିବା ସହ ଅଶ୍ଲୀଳ ଫଟୋ ମଧ୍ୟ ପଠାଉଥିଲା । ଏମିତିକି ବିଭିନ୍ନ ସମୟରେ ନାବାଳିକାଙ୍କୁ ଜୋର ଜବରଦସ୍ତି ପ୍ରେମ ନିବେଦନ କରୁଥିଲା ।

ଅଭିଯୁକ୍ତ ପ୍ରକାଶର ଏପରି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଶେଷରେ ନାବାଳିକା ଜଣଙ୍କ ଅତ୍ମହତ୍ୟା ଉଦ୍ୟମ କରି ଗୁରୁତର ଭାବରେ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ନାବାଳିକାର ଅଭିଯୋଗକୁ ଭିତ୍ତି କରି ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ପ୍ରକାଶକୁ ଖୋଜିଥିଲା । କିନ୍ତୁ ପ୍ରକାଶ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲା ।

ଗତ ବୁଧବାର ଏକ ବାହାଘର କାର୍ଯ୍ୟକ୍ରମରେ ଅଭିଯୁକ୍ତ ପ୍ରକାଶ ଭିଡିଓ ସୁଟିଂ କରୁଥିବା ଖବର ପାଇଁ ପୋଲିସ ତାକୁ ଗିରଫ କରିଥିଲା । ଶୁକ୍ରବାର ପ୍ରକାଶକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ ।

ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

Intro:ମୌସୁମୀର ପ୍ରଥମ ବର୍ଷାରେ ବରଗଡ଼ ସହର ନାଲି ନର୍ଦମା ଜଳରେ ପରିପୂର୍ଣ୍ଣ ହୋଇ ଲୋକଙ୍କ ଘରଭିତରକୁ ଓ ରାସ୍ତା ଉପରୁ ବୋହିଛି ପାଣି। ବରଗଡ଼ ପୌରପରିଷଦ ଚେୟାରମ୍ୟାନ ସିଟ ର ସମୟସୀମା ଶେଷହୋଇଯାଇଥିବା ବେଳେ ପୁନଃ ନିର୍ବାଚନ ପର୍ଯ୍ୟନ୍ତ ବର୍ତ୍ତମାନ ଜିଲ୍ଲାପାଳ ରହିଛନ୍ତି ପୌରପରିଷଦ ଦାୟିତ୍ୱ ରେ । ତେବେ ବର୍ଷାର ଆଗମନ ପୂର୍ବରୁ ସହରର ସମସ୍ତ ନାଲା ଗୁଡିକରୁ ବାଲି ଓ ପଙ୍କ ବାହାର କରାଯାଇଥାଏ କିନ୍ତୁ ଚଳିତ ବର୍ଷ ତାହା ହୋଇନଥିବାରୁ ସହରର ପ୍ରାୟ ସମସ୍ତ ୱାର୍ଡ ମାନଙ୍କରେ ରହିଥିବା ନାଲା ଗୁଡିକ ପଙ୍କରେ ପରିପୂର୍ଣ୍ଣ ରହିଥିବା ବେଳେ ପ୍ରଥମ ବର୍ଷାରେ ହିଁ ନାଲାର ମଇଳା ପାଣି ଲୋକଙ୍କ ଘରକୁ ପ୍ରବେଶ କରିଛି । ବହୁ ସ୍ଥାନରେ ନାଲା ଗୁଡିକ ଭାଙ୍ଗି ପଡ଼ିରହିଥିବାରୁ ରାସ୍ତା ଉପରେ ଆବର୍ଜନା ର ସବୁପାଣି ବୋହିଯାଉଛି ।

Body:ତେବେ ଛୋଟ ଛୋଟ ପିଲାମାନେ ଏହି ମଇଳା ପାଣିର ସଂସ୍ପର୍ଶରେ ଆସି ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଶୀଘ୍ର ଏହାର ସମାଧାନ କରାନଗଲେ ବହୁ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ତେଣୁ କରି ଆଜି ଆମ ଆଦମୀ ପକ୍ଷରୁ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ସହରର ସମସ୍ତ ନାଲା ଗୁଡିକୁ ଶୀଘ୍ର ସଫେଇ କରି ରାସ୍ତା ଗୁଡିକୁ ଠିକ କରାଯିବା ପାଇଁ ଉଲ୍ଲେଖ ରହିଛି ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.