ETV Bharat / city

ବାହୁଡ଼ିଯିବ ସୁନ୍ଦରୀ, ଆଜି ସାତକୋଶିଆ ଆସୁଛନ୍ତି 6 ଜଣିଆ ଟିମ - tiger sundari to be shifted

ବାଘୁଣୀ ‘ସୁନ୍ଦରୀ’କୁ ନେବା ପାଇଁ ଆଜି(ରବିବାର) ମଧ୍ୟପ୍ରଦେଶର କାହ୍ନରୁ ସାତକୋଶିଆକୁ ଆସୁଛନ୍ତି 6 ଜଣିଆ ଟିମ । ଏହି ଟିମରେ ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ 5 ରୁ 6 ଜଣ କର୍ମଚାରୀ ରହିଛନ୍ତି ।

ଆଜି ସାତକୋଶିଆ ଆସୁଛନ୍ତି 6 ଜଣିଆ ଟିମ
ଆଜି ସାତକୋଶିଆ ଆସୁଛନ୍ତି 6 ଜଣିଆ ଟିମ
author img

By

Published : Mar 21, 2021, 1:10 PM IST

Updated : Mar 21, 2021, 2:19 PM IST

ଭୁବନେଶ୍ବର: ଘର ବାହୁଡ଼ିଯିବ ସୁନ୍ଦରୀ । ବାଘୁଣୀ ‘ସୁନ୍ଦରୀ’କୁ ନେବା ପାଇଁ ଆଜି(ରବିବାର) ମଧ୍ୟପ୍ରଦେଶର କାହ୍ନାରୁ ସାତକୋଶିଆକୁ ଆସୁଛନ୍ତି 6 ଜଣିଆ ଟିମ । ଏହି ଟିମରେ ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ 5 ରୁ 6 ଜଣ କର୍ମଚାରୀ ରହିଛନ୍ତି ।

ଏହି ଟିମରେ ଜଣେ ଏସିସିଏଫ(ACCF) ଓ ଡାକ୍ତର ବି ଅଛନ୍ତି। ଏହି ଟିମର ସଦସ୍ୟମାନେ ପ୍ରଥମେ ସାତକୋଶିଆରେ ପହଞ୍ଚି ସୁନ୍ଦରୀର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ । ସୁନ୍ଦରୀ ସୁସ୍ଥ ଥିଲେ ସ୍ବତନ୍ତ୍ର ଗାଡିରେ କାହ୍ନାର 'ଘୋରେଲା'କୁ ନିଆଯିବ । ତେବେ ସୁନ୍ଦରୀ କେବେ ଫେରିବ ସେନେଇ ନିଷ୍ପତ୍ତି ହୋଇନାହିଁ ।

ଆଜି ସାତକୋଶିଆ ଆସୁଛନ୍ତି 6 ଜଣିଆ ଟିମ

ମଧ୍ୟପ୍ରଦେଶରୁ ଆସିଥିବା ଏହି ଟିମ 3ରୁ 4 ଦିନ ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । କାହ୍ନାରେ ବଡ଼ ପୁନଃନିର୍ମାଣ କେଜ ଅଛି । ସେଠାକୁ ଘାସ ଖିଆ ଜନ୍ତୁ ଛଡ଼ା ଯାଇ ପୁଣିଥରେ ସୁନ୍ଦରୀର ବନ୍ୟ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ ।

ତେବେ ସୁନ୍ଦରୀକୁ ଆଣିବା ଆମ ପାଇଁ ଗୋଟେ ଶିକ୍ଷା ଥିଲା । ଏଥିରେ ବାଧା ସୃଷ୍ଟି ହୋଇଥିଲା । ହେଲେ ଏହି ପ୍ରକଳ୍ପ ଫେଲ ହୋଇନାହିଁ। ଏନଟିସିଏ(NTCA)ର ନିୟମ ପୁଣି ପାଳନ ହେଲେ, ଏହି ପ୍ରକଳ୍ପ ପୁଣି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ(PCCF) ଶଶୀ ପଲ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 21, 2021, 2:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.