ଭୁବନେଶ୍ବର: ବିମାନରେ ନେଇପାରିଲେନି ନିଶ୍ବାସ ପ୍ରଶ୍ବାସ । ଭୁବନେଶ୍ବରରେ ହେଲା ଜରୁରୀକାଳୀନ ଅବତରଣ । ତଥାପି ବଞ୍ଚିପାରିଲେନି ଯାତ୍ରୀ । ସୂଚନା ଅନୁସାରେ କୋଲକତାରୁ ଚେନ୍ନାଇ ଉଡାଣ ଭରିଥିବା ବିମାନରେ ଜଣେ ଯାତ୍ରୀ ଫୁସଫୁସ ଜନିତ ସମସ୍ୟା ଅନୁଭବ କରି ହଠାତ ନିଶ୍ବାସ ନେଇ ପାରିଲେ ନାହିଁ ।
ଯାତ୍ରା ସମୟରେ ଏପରି ସମସ୍ୟା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ଦିନ ୧୧ଟା ୧୭ ମିନିଟରେ ବିମାନଟି ଜରୁରୀ କାଳୀନ ଅବତରଣ କରିଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା । ଯାତ୍ରୀ ଜଣକ ହେଉଛନ୍ତି ଏମଡି ଆମଜାଦ ଅଲି । ସେ 6ଇ 6014 ବିମାନ ଯୋଗେ କୋଲକତାରୁ ଚେନ୍ନାଇ ଯାତ୍ରା କରୁଥିଲେ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ