ETV Bharat / city

ଆମେରିକାରେ ପଢିବେ ବାଲେଶ୍ବର ଝିଅ ସଂଯୁକ୍ତା

ବିଦେଶରେ ପଢିବେ ଓଡିଶା ଝିଅ ସଂଯୁକ୍ତା । ସଂଯୁକ୍ତାଙ୍କ ଘର ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ନୂଆପାଢ଼ି ଗ୍ରାମରେ । ନିକଟରେ ସେ ହାଇଦ୍ରାବାଦ ସ୍ଥିତ ଆମେରିକାନ କନସୁଲ ଦ୍ବାରା ମନୋନୀତ ହୋଇଛନ୍ତି ।

author img

By

Published : Jun 8, 2019, 2:59 PM IST

ଭୁବନେଶ୍ବର: ବିଦେଶରେ ପଢିବେ ଓଡିଶା ଝିଅ ସଂଯୁକ୍ତା । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ନୂଆପାଢ଼ି ଗ୍ରାମର ଝିଅ ସଂଯୁକ୍ତା ସିଂହ । ନିକଟରେ ସେ ହାଇଦ୍ରାବାଦସ୍ଥିତ ଆମେରିକାନ କନସୁଲ ଦ୍ବାରା ମନୋନୀତ ହୋଇଛନ୍ତି । ଏହାସହ ଆମେରିକାର ଟେକ୍ସ।ସ ସହରସ୍ଥିତ ଫ୍ଲୁଜର ଭିଲେର ୱେଇସ ହାଇସ୍କୁଲରେ ଉଚ୍ଚ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ସୂଚନା ଅନୁସାରେ, ସଂଯୁକ୍ତା ଗୋଟିଏ ବର୍ଷ ପାଇଁ ଆମେରିକାରେ ସମ୍ପୂର୍ଣ୍ଣ ମେଧା ବୃତ୍ତିପାଇବା ସହିତ ଉଚ୍ଚ ଶିକ୍ଷା ଲାଭ କରିବେ ।

ଖବର ଅନୁସାରେ, କିସର ଜଣେ ମେଧାବୀ ଛାତ୍ରୀ ହେଉଛନ୍ତି ସଂଯୁକ୍ତା ସିଂହ । ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ 80 ପ୍ରତିଶତ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାସହ ବିଦେଶ ଯାଇ ପାଠ ପଢ଼ିବାର ସୁଯୋଗ ପାଇଥିବାରୁ ସେ କିସ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଓ କିସର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.