ଭୁବନେଶ୍ବର: ମଳ ପରିଚାଳନାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏନେଇ ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତରାଜ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ମଳ ପରିଚାଳନା ନେଇ ଏକ ଚୁକ୍ତି (MoU) ସ୍ବାକ୍ଷରିତ ହୋଇଛି । ଫେକାଲ୍ ସ୍ଲେଜ୍ ଏବଂ ସେପ୍ଟେଜ୍ ମ୍ୟାନେଜମେଣ୍ଟ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସହରୀ-ଗ୍ରାମୀଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଫେକାଲ୍ ସ୍ଲେଜ୍ ଏବଂ ସେପେଜ୍ ଉପରେ ସହରାଞ୍ଚଳ-ଗ୍ରାମୀଣ ସମ୍ମିଳନୀ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ (H&UD) ଏବଂ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ (PR&DW), ୟୁନିସେଫ୍ ଏବଂ ସେଣ୍ଟର ଫର ପଲିସି ରିସର୍ଚ୍ଚ (ସିପିଆର) ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ସାତଟି ଜିଲ୍ଲାର FSM ଏବଂ PWM ସେବା ପାଇଁ ସହରାଞ୍ଚଳ-ଗ୍ରାମୀଣ ସମ୍ମିଶ୍ରଣ ମାଧ୍ୟମରେ ଜିଲ୍ଲାସ୍ତରୀୟ ପରିମଳ ସୁନିଶ୍ଚିତ କରିବାକୁ ଉଭୟ ବିଭାଗ ଲକ୍ଷ୍ୟ ରଖିଛି ।
ସେହି ଜିଲ୍ଲାଗୁଡିକ ହେଲା, ଅନୁଗୋଳ, ବାଲେଶ୍ବର,ଢେଙ୍କାନାଳ, ଗଞ୍ଜାମ, ଖୋଦ୍ଧା, ମୟୂରଭଞ୍ଜ ଏବଂ ସମ୍ବଲପୁରରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ