ETV Bharat / city

ଆଦିତ୍ଯଙ୍କ ମୃତ୍ୟୁକୁ ପୂରିଲା ମାସେ; ସସପେନ୍ସରେ ହତ୍ୟାକାରୀ, ପଲିଗ୍ରାଫ ଟେଷ୍ଟ ପାଇଁ ପ୍ରସ୍ତୁତି

author img

By

Published : Aug 6, 2020, 8:57 PM IST

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ପୂରିଲା ମାସେ । ଗତ ଏକ ମାସ ମଧ୍ୟରେ ସେହି ସମାନ ତରିକା, ସମାନ ଲୋକଙ୍କ ବୟାନ ହୋଇଛି ରେକର୍ଡ । ଜିଆରପି ପରି ଅନ୍ଧାରରେ ବାଡି ବୁଲାଉଛି କ୍ରାଇମବ୍ରାଞ୍ଚ ଟିମ । ଅଧିକ ପଢନ୍ତୁ...

ଆଦିତ୍ଯ ଦାସ ମୃତ୍ୟୁକୁ ପୂରିଲା ମାସେ; ସସପେନ୍ସରେ ହତ୍ୟାକାରୀ, ପଲିଗ୍ରାଫ ଟେଷ୍ଟର ପ୍ରସ୍ତୁତି

ଭୁବନେଶ୍ବର: ଜୁଲାଇ 7ରୁ ଅଗଷ୍ଟ 6 ତାରିଖ । ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ପୂରିଲା ମାସେ । ହେଲେ ଏବେ ବି ସସପେନ୍ସ ଲାଗି ରହିଛି । ମାମଲା ଅପମୃତ୍ୟୁରୁ ରୁଜୁ ହେଲା ହତ୍ୟାକାଣ୍ଡ । ଜିଆରପି ପରେ ବି କ୍ରାଇମବ୍ରାଞ୍ଚର ହାତ ଖାଲି । ଅନ୍ଧାରରେ ବାଡି ବୁଲାଉଛନ୍ତି ତଦନ୍ତକାରୀ ଟିମ । ବର୍ତ୍ତମାନ ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ପ୍ରସ୍ତୁତି ।

ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନରୁ ମିଳିଥିଲା ଆଦିତ୍ୟଙ୍କ ମୃତଦେହ । ଆଉ ଆଜି (ଗୁରୁବାର) ଅଗଷ୍ଟ 6, ଗତ ଏକ ମାସ ମଧ୍ୟରେ ସେହି ସମାନ ତରିକା, ସମାନ ଲୋକଙ୍କ ବୟାନ ହୋଇଛି ରେକର୍ଡ । ଜିଆରପି ପରି ଅନ୍ଧାରରେ ବାଡି ବୁଲାଉଛି କ୍ରାଇମବ୍ରାଞ୍ଚ ଟିମ । କାରଣ ବାରମ୍ବାର ଜେରା ପରେ ବି ଆଗେଇ ପାରୁନି ତଦନ୍ତ । ମିଳୁନି ହତ୍ୟାକାରୀର ସୁରାକ୍ । ସିସିଟିଭ ଫୁଟେଜ, ମୋବାଇଲ କଲ ରେକର୍ଡ ଆଉ ହ୍ୟାଣ୍ଡ ରାଇଟ ବ୍ୟୁରୋରୁ ଆଦିତ୍ୟଙ୍କ ଡାଏରୀର ପ୍ରମାଣ । ବାସ ଜିଆରପି କରିଥିବା କାମକୁ ଦୋହରାଇ ଚୁପ ବସିଛି କ୍ରାଇମବ୍ରାଞ୍ଚ ଟିମ !

ସେପଟେ ଜିଆରପି ପରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିପୁଲ ଫର ସେବାର ଆଇନଜୀବୀ। ଆଦିତ୍ୟଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଯାଇଥିବା ଅର୍ଥାତ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି । ୩୦୬ରେ କାହିଁକି ଗିରଫ କରାଯାଉନି ବୋଲି ସେ ପ୍ରଶ୍ନ କରୁଛନ୍ତି । ଯଦି ନ ହେଉଛି ତାହାଲେ ସିବିଆଇକୁ ହସ୍ତାନ୍ତର କରିବାକୁ ଡିଜିଙ୍କୁ ଅପିଲ କରିଛନ୍ତି ।

ଅନ୍ୟପଟେ ସମସ୍ତ ତଥ୍ୟ ପ୍ରମାଣ ପରେ ଶେଷରେ ପଲିଗ୍ରାଫ ଟେଷ୍ଟର ସାହାରା ନେବାକୁ ପ୍ରସ୍ତୁତ ହେଉଛି କ୍ରାଇମବ୍ରାଞ୍ଚ ଟିମ । ଏନେଇ ପତ୍ନୀ ଓ ପପୁ ବିକାଶ ସମେତ ମୋଟ ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପରେ ସତ ପଦାକୁ ଆସିବ ବୋଲି କ୍ରାଇମବ୍ରାଞ୍ଚ ଚଳାଇଛି ପ୍ରସ୍ତୁତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.