ETV Bharat / city

PRAYAS Yojana; ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣା - ଓଡିଶା ସରକାରଙ୍କ ପ୍ରୟାସ ଯୋଜନା

ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୫-ଟି ଉପକ୍ରମରେ ‘ପ୍ରୟାସ’ ଯୋଜନାର(Prayas Yojana) ଦ୍ବିତୀୟ ପର୍ଯ୍ୟାୟର କାର୍ଯ୍ୟକାରିତା ନିମନ୍ତେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଅଧିକ ପଢନ୍ତୁ

‘ପ୍ରୟାସ’ ଯୋଜନା
‘ପ୍ରୟାସ’ ଯୋଜନା
author img

By

Published : Nov 24, 2021, 10:41 PM IST

ଭୁବନେଶ୍ବର: ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୫-ଟି ଉପକ୍ରମରେ ‘ପ୍ରୟାସ’ ଯୋଜନାର ଦ୍ବିତୀୟ ପର୍ଯ୍ୟାୟର କାର୍ଯ୍ୟକାରିତା ନିମନ୍ତେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ‘ପ୍ରୟାସ’ ଯୋଜନା ଅଧୀନରେ ଏସଟି, ଏସସି, ଓବିସି ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଯୁବବର୍ଗଙ୍କୁ ନିଯୁକ୍ତିଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ୩୨ ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହିତ ବିଭାଗୀୟ ନିର୍ଦ୍ଦେଶକ (ଏସଟି) ଓ ବିଭାଗୀୟ ନିର୍ଦ୍ଦେଶକ (ଏସସି) ବିଭାଗ ପକ୍ଷରୁ ଏହି ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ।

Photo
Second Phase Of Prayas Yojana; କାର୍ଯ୍ୟକାରୀତା ନେଇ ବୁଝାମଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମସିହା ମାର୍ଚ୍ଚ ୨ ତାରିଖରେ ‘ପ୍ରୟାସ’ ଯୋଜନାର(Prayas Yojana) ର ଶୁଭାରମ୍ଭ କରିଥିଲେ । ସେହିଦିନଠାରୁ ୧୦୫ ଟି ବ୍ୟାଚରେ ୩ ହଜାର ୧୫୦ ଜଣ ଏସସି, ଏସଟି ଯୁବବର୍ଗଙ୍କୁ ସଫଳତାର ସହ ତାଲିମ ସହିତ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସଭାପତିତ୍ବ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଭାଗୀୟ ନିର୍ଦ୍ଦେଶକ(ଏସଟି) ତଥା ସିଇଓ, ଓଟିଡିଏସ ଗୁହା ପୁନମ ତାପସ କୁମାର, ନିୟୋଜନ ନିର୍ଦ୍ଦେଶାଳୟ ତଥା ସିଇଓ, ଓଡିଶା ଦକ୍ଷତା ବିକାଶ ପ୍ରାଧୀକରଣ ଜି. ରେଘୁ ବିଭାଗୀୟ ନିର୍ଦ୍ଦେଶକ (ଏସସି) ଲକ୍ଷ୍ମଣ କୁମାର ମଲ୍ଲିକ ଏବଂ ଓଏଫଏସଡିସିର ଜେନେରାଲ ମ୍ୟାନେଜର ଉପସ୍ଥିତ ଥିଲେ ।

ଭିସିରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ଯୁଗ୍ମସଚିବ ନଭ ଲଜିତ କପୁର, ପିଏ, ଆଇଟିଡିଏ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀମାନେ ଯୋଗଦେଇଥିଲେ । ସଂପ୍ରତି ଓଡିଶା ଜନଜାତି ବିକାଶ ସମିତି (ଓଟିଡିଏସ)ଏବଂ ଓଡିଶା ଜାତି ଓ ଜନଜାତି ଆର୍ଥିକ ବିକାଶ ସମବାୟ ସଂସ୍ଥା (ଓଏସଏଫଡିସି) ପକ୍ଷରୁ ମିଶନ ମୋଡରେ ମିଳିତ ଭାବେ ‘ପ୍ରୟାସ’ ଯୋଜନାରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି । ଦ୍ବିତୀୟ ପର୍ଯ୍ୟାୟରେ ବିଭାଗ ପକ୍ଷରୁ ଜୁନ ୨୦୨୨ ସୁଦ୍ଧା ୧୩ ହଜାର ୨୦ ଜଣ ଏସସି, ଏସଟି ଏବଂ ଓବିସି ଯୁବବର୍ଗଙ୍କୁ ଦକ୍ଷତା ତାଲିମ ଓ ନିଯୁକ୍ତି ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

ପ୍ଲେସମେଣ୍ଟ ଲିଙ୍କଡ (Placement Linkd) ଏମ୍ପ୍ଲୟବିଲିଟି ଟ୍ରେନିଂ ଯୋଜନା ଅଧୀନରେ ଏନଏସଡିସି(NSDC) ଦ୍ବାରା ସ୍ବୀକୃତିପ୍ରାପ୍ତ ପାଠ୍ୟକ୍ରମ ସହିତ ସ୍କିଲ ଟ୍ରେନିଂ ମଧ୍ୟ ପ୍ରଦାନ କରାଯାଉଛି । ଜିଲ୍ଲାସ୍ତରରେ ପିଏ,ଆଇଟିଡିଏ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଶିକ୍ଷଣ କେନ୍ଦ୍ରରେ ନିୟମିତ ଗସ୍ତ କରି ସେମାନଙ୍କର ପ୍ରଶିକ୍ଷାର୍ଥୀଙ୍କ ସୁରକ୍ଷା ନିମନ୍ତେ ସୁସ୍ଥ ବାତାବରଣ ନିଶ୍ଚିତ କରିବେ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର (Odisha Skills Development Authority) ବୈଷୟିକ ସହାୟତାରେ ‘ପ୍ରୟାସ’ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.