ETV Bharat / city

'ଅନୁସୂଚିତ ଜନଜାତିଙ୍କ ବିକାଶ ଲାଗି ହେବ ମାଷ୍ଟରପ୍ଲାନ' - ଅନୁସୂଚିତ ଜନଜାତି ଜାତୀୟ କମିଶନ

ଓଡ଼ିଶାରେ ଗସ୍ତରେ ଭାରତ ସରକାରଙ୍କ ଅନୁସୂଚିତ ଜନଜାତି ଜାତୀୟ କମିଶନର ସଦସ୍ୟ ଅନନ୍ତ ନାଏକ । ଅଧିକ ପଢନ୍ତୁ....

ଅନୁସୂଚିତ ଜନଜାତିଙ୍କ ବିକାଶ ଲାଗି ହେବ ମାଷ୍ଟରପ୍ଲାନ

author img

By

Published : Feb 28, 2021, 10:44 PM IST

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଭାରତ ସରକାରଙ୍କ ଅନୁସୂଚିତ ଜନଜାତି ଜାତୀୟ କମିଶନର ସଦସ୍ୟ ଅନନ୍ତ ନାଏକ । ନିଯୁକ୍ତି ମିଳିବା ପରେ ପ୍ରଥମଥର ପାଇଁ ଓଡିଶା ଆସିଛନ୍ତି । ଏହି ଅବସରରେ ସେ କହିଛନ୍ତି ଆଦିବାସୀ ଜନଜାତିଙ୍କର ହେବ ବିକାଶ । ସମାଜର ମୁଖ୍ୟ ସ୍ରୋତରେ ସେମାନେ ବି ହେବେ ସାମିଲ । ଏ ନେଇ ପ୍ରସ୍ତୁତ ମାଷ୍ଟର ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

ଅନୁସୂଚିତ ଜନଜାତିଙ୍କ ବିକାଶ ଲାଗି ହେବ ମାଷ୍ଟରପ୍ଲାନ

ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ଥିବା ଆଦିବାସୀ ଜନଜାତି ଲୋକ ଯୋଜନାର ଫାଇଦା ପାଇପାରୁନାହାଁନ୍ତି । ଉପେକ୍ଷିତ ଆଦିବାସୀ ଜନଜାତି ଲୋକଙ୍କ ବିକାଶ ଦିଗରେ ଅଗାମୀ ଦିନରେ କାର୍ଯ୍ୟ କରିବେ ବୋଲି ଅନନ୍ତ କହିଛନ୍ତି । ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ ବୋଲି ଅନନ୍ତ ସୂଚନା ଦେଇଛନ୍ତି । ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ଦେଇଥିବାରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ଅନନ୍ତ । କେନ୍ଦୁଝର ଲୋକସଭା ଆସନରୁ ଅନନ୍ତ 1999 ରୁ 2009 ପର୍ଯ୍ୟନ୍ତ ବିଜେପିର ସାଂସଦ ଭାବରେ ନିର୍ବାଚିତ ମଧ୍ୟ ହୋଇଥିଲେ ।

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ଓ ଶୁଭେଚ୍ଛୁ ସ୍ବାଗତ କରିବା ସହ ତାଙ୍କର ଏହି ନିଯୁ୍କ୍ତିକୁ ନେଇ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.