ETV Bharat / city

ଗୋଲଡ ସ୍ମଗଲିଂର ଗଳାବାଟ: ରାଜଧାନୀକୁ ବିନା ଜିଏସଟିରେ ଆସୁଥିଲା ୩୨କେଜିର ସୁନା ଗହଣା

author img

By

Published : Mar 2, 2022, 11:02 AM IST

Updated : Mar 2, 2022, 7:34 PM IST

ରାଜଧାନୀରୁ ଧରାପଡିଲା ୩୨ କେଜି ସୁନା ଅଳଙ୍କାର । ମୁମ୍ବାଇରୁ ଟ୍ରେନ‌ ଯୋଗେ ଆସିଥିଲା ଭୁବନେଶ୍ୱର । ଅଧିକ ପଢନ୍ତୁ

ଗୋଲଡ ସ୍ମଗଲିଂର ଗଳାବାଟ: ରାଜଧାନୀକୁ ବିନା ଜିଏସଟିରେ ଆସୁଥିଲା ୩୨କେଜିର ସୁନା ଗହଣା
ଗୋଲଡ ସ୍ମଗଲିଂର ଗଳାବାଟ: ରାଜଧାନୀକୁ ବିନା ଜିଏସଟିରେ ଆସୁଥିଲା ୩୨କେଜିର ସୁନା ଗହଣା

ଭୁବନେଶ୍ବର : ଗଳାବାଟ ଦେଇ ଭୁବନେଶ୍ୱର ଆସୁଛି ପୁଳାପୁଳା ଗହଣା। ଟ୍ରେନ ଓ ଫ୍ଲାଇଟ ଯୋଗେ ଚାଲୁଛି ସୁନା ତସ୍କରି କାରବାର। ଫାଇଦା ନେଉଛନ୍ତି ରାଜଧାନୀର ପ୍ରତିଷ୍ଠିତ ସୁନା ବ୍ୟବସାୟୀ

ଜିଏସଟି ଓ ଇନଟମ ଟ୍ୟାକ୍ସ ବିଭାଗକୁ କାଣିଚାଏ ମିଳୁନି ସୁରାକ। ବିନା ଜିଏସଟିରେ ସୁନା ଆଣି ବିକ୍ରି କରି ହେଉଛନ୍ତି ମାଲମାଲ। ଅଥଚ ବିଭାଗୀୟ ସଂସ୍ଥାର ଇଣ୍ଟେଲିଜେନ୍ସ ଆଢୁଆଳରେ ଚାଲୁଛି କାରବାର।

ମୁମ୍ବାଇରୁ ଆଣୁଛନ୍ତି ମାଲ ଆଉ କୋଟି କୋଟି ଟଙ୍କାରେ ହେଉଛି କାରବାର। ନା ଅଛି ଇ ଓ୍ବେ ବିଲ ନା ଦେଖାଉଛନ୍ତି ଜିଏସଟି ବିଲ ‌। ସରକାରୀ ଅଧିକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଗୋଲଡ ସ୍ମଗଲିଂ ଗୋଲକ ଧନ୍ଦା ଚଳାଇଛନ୍ତି ରାଜଧାନୀର‌ ପ୍ରତିଷ୍ଠିତ ସୁନା ଦୋକାନୀ ଓ ସୁନା ବ୍ୟବସାୟୀ।

ଇନକମ ଟ୍ୟାକ୍ସ ଓ ଜିଏସଟି ପୋଲିସ ଆଢୁଳରେ ଚାଲୁଛି ଏଭଳି ୨ ନମ୍ବରି କାମ। ଯାହାର ଖୁଲାସା କରିଛି ଭୁବନେଶ୍ୱର ଜିଆରପି ଥାନା। ମୁମ୍ବାଇରୁ ଟ୍ରେନ ଯୋଗେ କୋଣାର୍କ ଏକ୍ସପ୍ରେସରେ ଆସିଥିଲା ୩୨ କେଜିର ରେଡିମେଡ ଅଳଙ୍କାର।

୪ଜଣ ସପ୍ଲାୟର ୪ଟି ବ୍ୟାଗରେ ଆଣୁଥିବା ବେଳେ ସନ୍ଦେହଜନକ ଭାବେ ଧରିଥିଲା ଜିଆରପି ପୋଲିସ । ଯେଉଁଥିରେ ରହିଥିଲା ସୁନା ମୁଦି,କାନଫୁଲ,ନାକଫୁଲ,ହାର ସମେତ ,ସୁନା ଚୁଡି ଓ ଅଣ୍ଟାସୁତା ଭଳି ୩୨କେଜିର ସୁନା ଭେରାଇଟି ଅଳଙ୍କାର। ଯେଉଁଥିରେ ନା ଥିଲା ବିଆଇଏସ ହଲୋଗ୍ରାମ ନା ଥିଲା ଦୋକାନୀଙ୍କର ଟ୍ୟାଗ। ମୁମ୍ବାଇର ଜାଭେରି ମାର୍କେଟ ଅଞ୍ଚଳର ଏକ ଗହଣା ହୋଲସେଲର ଏପରି ଗହଣା ସପ୍ଲାୟ ବେଳେ ଧରିଛି ଜିଆରପି ପୋଲିସ।

୪ଜଣ ସପ୍ଲାୟର ହସମୁଖ ଲାଲ ଜୈନ,ମହେଶ ଭମସା,ଦିପକ ପାଡେନ ,ସୁରେଶ ସହଦେବ ଫାରେ। ଜବତ ପରେ ଜିଏସଟି ଓ ଇନକମଟ୍ୟାକ୍ସର ହସ୍ତାନ୍ତର କରିଛି ଜିଆପି ଥାନା। ତେବେ ବିନା ଡକ୍ୟୁମେଣ୍ଟରେ ଏପରି କାରବାର ଚଲାଉଛନ୍ତି ପ୍ରତିଷ୍ଠିତ ସୁନା ବ୍ୟବସାୟୀ। ସେପଟେ ପୋଲିସ କହିଛି ମୁମ୍ଵାଇର ଏକ ପ୍ରତିଷ୍ଠିତ ଗହଣା କମ୍ପାନୀରେ ଚାକିରୀ କରିଥିବା 4 କର୍ମଚାରୀଙ୍କ ହାତରେ ଭୁବନେଶ୍ଵର ଆସୁଥିଲା କୋଟି କୋଟି ଟଙ୍କାର ସୁନା ।

ଟ୍ୟାକ୍ସ ଫାଙ୍କିବା ଆଳରେ ରାଜଧାନୀରେ ୧୬ କୋଟିର ସୁନା ପହଞ୍ଚାଇବା ଏମାନଙ୍କ ଥିଲା ଯୋଜନା‌ । କିଛି ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କ ପାଖକୁ ଆଣୁଥିବା ବେଳେ ବିନା ଡକ୍ୟୁମେଣ୍ଟ ଓ ବିଲରେ ଆଣୁଥିବାରୁ ଜିଆରପି ସନ୍ଦେହ କରି ଅଟକ ରଖିଥିଲା । ତେବେ ଜିଏସଟି ଅଧିକାରୀଙ୍କ କହିବା କଥା ତଦନ୍ତ ଚାଲିଛି । ଜିଏସଟି ଫାଙ୍କିବା ଅଭିଯୋଗରେ ଅନେକ ସମୟରେ ଗହଣା ଦୋକାନରେ ରେଡ ମଧ୍ୟ ହୁଏ।

ତେବେ ଏସବୁ କାରବାର ସାମ୍ନାକୁ ଆସିବା ପରେ ଏନେଇ ଅଧିକ ଜୋରଦାର ହେବ ରେଡ ଓ ଜିଏସଟି ଚେକ। ତେବେ ଗ୍ରାହକ କାଣିଚାଏ ସୁନା କିଣିଲେ ଟ୍ୟାକ୍ସ ଓ ମେକି ଚାର୍ଜ କହି ଟଙ୍କା କଷି ନିଅନ୍ତି ଗହଣା ଦୋକାନୀ। ହେଲେ କୋଟି କୋଟି ଟଙ୍କାର ସୁନାର ଟ୍ୟାକ୍ସ ଫାଙ୍କି ମାଲ ମାଲ ହେଉଛନ୍ତି ପ୍ରତିଷ୍ଠିତ ସୁନା ବ୍ୟବସାୟୀ।

ହେଲେ ସୁନା ଚାଲାଣର ଗଳାବାଟ ଦେଇ ଖସି ଯାଉଥିଲେ ମଧ୍ୟ ଏସବୁ ବଡବଡ ବ୍ୟବସାୟୀଙ୍କୁ ନଜର ଅନ୍ଦାଜ କରୁଛନ୍ତି ଷ୍ଟେଟ ଜିଏସଟି ଓ ସେଣ୍ଟ୍ରାଲ ଜିଏସଟି ଅଧିକାରୀ। ତେବେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ 4 ଜଣଙ୍କ ବ୍ୟାଗରୁ 32 କେଜିର ସୁନା ଜବତ ହେବା ପରେ ଏବେ ଇନକମ ଟ୍ୟାକ୍ସ ଓ ଜିଏସଟି ବିଭାଗର‌ ନିଦ ଭାଙ୍ଗିଛି। ସୁନା ବିକି ସରକାରଙ୍କୁ ଠକୁଥିବା ସୁନା ଦୋକାନୀ ଏବେ ଟାର୍ଗେଟରେ । ଜିଏସଟି ଓ ଇନକମ ଟ୍ୟାକ୍ସର ରାଡାରରେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ। ଖୁବଶିଘ୍ର ଅନେକ ଗହଣା ଦୋକାନରେ ହୋଇପାରେ ବଡ ଧରଣର ରେଡ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 2, 2022, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.