ETV Bharat / city

ବୀମା ନାଁରେ ଘରକୁ ଆସୁଛନ୍ତି, ରାତ୍ରିଯାପନ ପରେ ନିଶା ଦେଇ ଲୁଟୁଛନ୍ତି - Bhubaneswar latest news

ଇନସୁରାନ୍ସ କରାଇବା ବାହାନାରେ ଘରକୁ ଆସିବାକୁ ଅଫର। ଏହାପରେ ବାର୍ତ୍ତାଳାପ କରି ବଢାଉଛନ୍ତି ସମ୍ପର୍କ । ନିଜ ସୌନ୍ଦର୍ଯ୍ୟ ଫାସରେ ଯୁବକଙ୍କୁ ପକାଇ ରାତ୍ରୀଯାପନ କରି ନିଶା ଦେଇ ଲୁଟ କରୁଛନ୍ତି ମହିଳା । ଏଭଳି ଗୋଟିଏ ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ ପୋଲିସ । ଅଧିକ ପଢନ୍ତୁ...

lady lootera arrested in bhubaneswar
ଘରକୁ ଆସୁଛନ୍ତି ମାୟାବିନୀ, ରାତ୍ରିଯାପନ ପରେ ନିଶା ଦେଇ ବୁଲାଉଛନ୍ତି କଳାକନା
author img

By

Published : Sep 22, 2021, 7:03 PM IST

ଭୁବନେଶ୍ବର: ସୁନ୍ଦରୀ ତରୁଣୀର ଇନସ୍ୟୁରାନ୍ସ କଲ। ଇନସୁରାନ୍ସ କରାଇବା ବାହାନାରେ ଘରକୁ ଆସିବାକୁ ଅଫର। ଇନସ୍ୟୁରାନ୍ସ ଏଜେଣ୍ଟ ଆଳରେ ସୁନ୍ଦରୀ ତରୁଣି ଘରକୁ ଆସି ବିଛାଉଛନ୍ତି ଲୁଟର ଜାଲ। ରାତ୍ରି ଯାପନ କରିବାକୁ ଅଫର ଦେଇ ରାତିରେ ରହି ଲୁଟପାଟ କରୁଥିଲେ। ଏମିତି ଜଣେ ଲେଡିକୁ ଗିରଫ କରିଛି କମିସନରେଟ ପୋଲିସ। ନା ତାଙ୍କର ପିହୁ ବିଶ୍ବାସ ଘର ପଶ୍ଚିମବଙ୍ଗ। ସେ ପୂର୍ବରୁ ମଧ୍ୟ କୋଲକାତା ପୋଲିସ ଦ୍ଵାରା ସମାନ ତରିକାରେ କ୍ରାଇମ କରି ଗିରଫ ହୋଇଥିଲେ।

ଘରକୁ ଆସୁଛନ୍ତି ମାୟାବିନୀ, ରାତ୍ରିଯାପନ ପରେ ନିଶା ଦେଇ ବୁଲାଉଛନ୍ତି କଳାକନା

ତେବେ ଏକୁଟିଆ ଥିବା ଯୁବକ ଓ ବିବାହିତ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଚାକିରି କରିଥିବା ଯୁବକ ବା ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କୁ ହ୍ବାଟସଆପରେ ଟାର୍ଗେଟ କରି ଚାଟ କରୁଥିଲେ। ଇନସ୍ୟୁରାନ୍ସ ଏଜେଣ୍ଟ କହି ହ୍ବାଟସପରେ ସୁମଧୁର ସ୍ବରରେ ସମ୍ପର୍କ ବଢାଉଥିଲେ। ଏପରିକି ଇନସ୍ୟୁରାନ୍ସ ବିଷୟରେ ବୁଝାଇବା ବାହାନାରେ ଘରକୁ ଆସିବାକୁ ଅଫର କରୁଥିଲେ। ଏପରିକି ଘରେ କେହି ନଥିଲେ ଏକୁଟିଆ ରାତ୍ରିଯାପନ ପାଇଁ ମଧ୍ୟ ଉସୁକାଉଥିଲେ। ଫ୍ଲାଟ ହେଉ ବା ଜନଗହଳି ସ୍ଥାନ ସୋସାଇଟିରେ ରହୁଥିଲେ ବି ଭୟ ନଥିଲା। ନିଜକୁ ଇନସ୍ୟୁରାନ୍ସ ଏଜେଣ୍ଟର ପରିଚୟ ଦେଇ ସବୁ ସ୍ଥାନକୁ ବିନା ସନ୍ଦେହରେ ଆସୁଥିଲେ। ଏପରିକି ଘରେ କେହି ନଥିବା ଯୁବକଙ୍କ ଘରକୁ ଇନସୁରାନ୍ସ ଏଜେଣ୍ଟ କହି ଆସୁଥିଲେ।

ଆଉ ନିଜର ଅଙ୍ଗ ଭଙ୍ଗିରେ ଇସାରା ଦେଇ ରାତ୍ରିଯାପନ କରିବାର ଅଫର ଦେଉଥିଲେ। ଆଉ ରାତ୍ରିରେ ରହି ଆନ୍ତରିକତା ବଢାଇ ଖାଇବାରେ ନିଶା ଦେଇ ବେହୋସ ପରେ ଘରୁ କଳାକନା ବୁଲାଉଥିଲେ। ଏମିତି ଢଙ୍ଗରେ ବାଙ୍କୁଆଳର ଜଣେ ବ୍ୟବସାୟୀଙ୍କ ଘରକୁ ଆସି କେହି ପରିବାର ଲୋକ ନଥିବା ବେଳେ ରାତ୍ରିଯାପନ କରିଥିଲେ। ପରେ ଭୋଗ ଦେବା ବାହାନାରେ ଏକ ଖାଦ୍ୟ ଜିନିଷ ଦେଇ ବେହୋସ ପରେ ଘରୁ ୯ ଲକ୍ଷ ଟଙ୍କାର ସୁନା ଗହଣା ସହ କ୍ୟାସ ନେଇ ଫେରାର ହୋଇଯାଇଥିଲେ।

ଏନେଇ ସହିଦନଗର ଥାନାରେ ଅଭିଯୋଗ ପରେ ଆଇପିସିର ଧାରା 328,392 ଗିରଫ କରିଛି କମିଶନରେଟ ପୋଲିସ। ତା ଠାରୁ ୨୦ହଜାର ଟଙ୍କା ସହ ସୁନା ଗହଣା ଜବତ କରିଛି ପୋଲିସ। ସେ ପୁରୀ ବଳିଆପଣ୍ଡାରେ ରହୁଥିଲେ। ପୂର୍ବରୁ ଏହିଭଳି ଏକ ଅପରାଧ ଘଟାଇ କୋଲକାତାରେ ମଧ୍ୟ ଗିରଫ ହୋଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.