ETV Bharat / city

ଭୁବନେଶ୍ୱରରେ ଆରମ୍ଭ ହେଲା ୫ ଦିନିଆ ଡ୍ରାଇଭ ଇନ ଟୀକାକରଣ - ୫ ଦିନିଆ ଡ୍ରାଇଭ ଇନ ଟୀକାକରଣ

ରାଜଧାନୀରେ ୩ ଟି ସ୍ଥାନରେ ଆରମ୍ଭ ହେଲା ଡ୍ରାଇଭ ଇନ ଟୀକାକରଣ । ଉତ୍କଳ କନିକା, ସିମ୍ଫୋନି ମଲ ଏବଂ କୀଟ କ୍ରିକେଟ ପଡିଆରେ ମଙ୍ଗଳବାର ଆରମ୍ଭ ହୋଇଛି ୪୫ ବର୍ଷରୁ ଉର୍ଦ୍ଧ୍ବ ଵୟସ୍କଙ୍କ ସେକେଣ୍ଡ ଡୋଜ ଟୀକାକରଣ । ଅଧିକ ପଢନ୍ତୁ ...

ଭୁବନେଶ୍ୱରରେ ଆରମ୍ଭ ହେଲା ୫ ଦିନିଆ ଡ୍ରାଇଭ ଇନ ଟୀକାକରଣ

author img

By

Published : May 11, 2021, 10:44 PM IST

ଭୁବନେଶ୍ବର: ରାଜଧାନୀରେ ୩ ଟି ସ୍ଥାନରେ ଆରମ୍ଭ ହେଲା ଡ୍ରାଇଭ ଇନ ଟୀକାକରଣ । ଉତ୍କଳ କନିକା, ସିମ୍ଫୋନି ମଲ ଏବଂ କୀଟ କ୍ରିକେଟ ପଡିଆ ରେ ମଙ୍ଗଳବାର ଆରମ୍ଭ ହୋଇଛି ୪୫ ବର୍ଷରୁ ଉର୍ଧ୍ବ ଵୟସ୍କଙ୍କ ସେକେଣ୍ଡ ଡୋଜ ଟୀକାକରଣ । ବିଏମସି ପକ୍ଷରୁ ଏକ ଅଭିନବ ଉପାୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଉଛି । ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଡ୍ରାଇଭ ଇନ ବ୍ୟବସ୍ଥା ଉପଲବ୍ଧ ହେବ।କାର, ଟ୍ୟାକ୍ସି ,ଅଟୋ ଏବଂ ମୋଟର ସାଇକେଲରେ ଆସି ଆପଣ ତତକ୍ଷଣାତ ଟିକା ନେଇ ପାରିବେ । ଗାଡିରୁ ଓହ୍ଲାଇବାକୁ ପଡିବନି । ଗାଡ଼ିରେ ବସି ଟିକା ନେବେ । ତେବେ ମୋଟର ସାଇକେଲରେ ଜଣେ ଯାଇପାରିବେ ଏବଂ କାର ବା ଟ୍ୟାକ୍ସିରେ ଗଲେ ଜଣେ ଏବଂ ଡ୍ରାଇଭର ହିଁ ଯାଇପାରିବେ । କୋରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଯାହାକୁ ସ୍ୱାଗତ କରିଛନ୍ତି ସାଧାରଣ ଲୋକେ ।

ଭୁବନେଶ୍ୱରରେ ଆରମ୍ଭ ହେଲା ୫ ଦିନିଆ ଡ୍ରାଇଭ ଇନ ଟୀକାକରଣ

ମଙ୍ଗଳବାର ଭୁବନେଶ୍ୱରରେ ବିଏମସିର ୩ ଟି ଜୋନରେ ଡ୍ରାଇଭ ଇନ ଭ୍ୟାକ୍ସିନେସନ ଆରମ୍ଭ ହୋଇଛି । ସାଉଥ ଇଷ୍ଟ ଜୋନରେ କଳ୍ପନା ଛକ ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ, ସାଉଥ ୱେଷ୍ଟ ଜୋନ ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ ଓ କିଟ କ୍ୟାମ୍ପସରେ ଥିବା କ୍ରିକେଟ ଗ୍ରାଉଣ୍ଡରେ ଏହି ଟୀକାକରଣ କରାଯାଇଛି । ପ୍ରତି ସ୍ଥାନରେ ୩୦୦ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । ଯେଉଁମାନେ ସୋମବାର ସନ୍ଧ୍ୟା ୭ ଟା ରୁ ଅନଲାଇନ ସ୍ଲଟ ବୁକିଙ୍ଗ କରି ମେସେଜ ପାଇଥିବେ ସେମାନେ ହିଁ ଏହି ଟିକା ଦାନ କେନ୍ଦ୍ରରେ ଟିକା ନେଇପାରିବେ ।

ରାଜ୍ୟରେ କୋରୋନା ସଂକ୍ରମଣ ଉତ୍କଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସର୍ବାଧିକ ରହିଛି । ସରକାରଙ୍କ ପକ୍ଷରୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଲକଡାଉନ ସମୟରେ ଟୀକାକରଣ ଜାରି ରହିଛି ।ଭୁବନେଶ୍ୱରରେ ବିଏମସି ପକ୍ଷରୁ ଟୀକାକରଣକୁ ଜୋରଦାର କରାଯାଇଛି । ଟୀକାକରଣ ନେଇ ସଂଶୟ ଲାଗିରହିଥିବା ବେଳେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ବିଶେଷକରି ସେକେଣ୍ଡ ଡୋଜ ଟୀକାକରଣ ନେଇ ବିଏମସି ଅଭିନବ ଉପାୟ ଆପଣେଇଛି ।

ଭୁବନେଶ୍ବର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.