ଭୁବନେଶ୍ବର: ନକଲି ଚେକରେ ଟଙ୍କା ଠକେଇ ମାମଲାର ପର୍ଦ୍ଦାଫାଶ କରିଛି ଅର୍ଥନୈତିକ ଅପରାଧ ୱିଙ୍ଗ। ରାଉରକେଲା ବ୍ୟାଙ୍କ ଅଫ ଇଣ୍ଡିଆରୁ ୨ କୋଟି ୮୭ ଲକ୍ଷ ଠକେଇ ମାମଲାରେ ପୂର୍ବରୁ ଠକ ବିଲଡର ଡି ମୁର୍ତ୍ତି ପିଲାଇକୁ ପୂର୍ବରୁ ଗିରଫ କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ ବେଳେ ଏକ ନକଲି ଚେକ ରାକେଟକୁ ଧରିବାରେ ସଫଳ ହୋଇଛି ଅର୍ଥନୈତିକ ଅପରାଧ ୱିଙ୍ଗ(Economic Offences Wing)। ଏହି ରାକେଟ ଚଳାଉଥିବା 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଅମିତ କୁମାର ଗୁପ୍ତା, ସୁନିଲ କୁମାର ମହନ୍ତ ଓ ଅରୁଣ କୁମାର ବାରିକ । ଏହି ଚେକ କ୍ଲୋନ ରାକେଟରେ ଜଣେ ବାହାର ରାଜ୍ୟର ଅଭିଯୁକ୍ତ ସାମିଲ ରହିଛି । କିପରି ଚେକ କ୍ଲନିଂ ବା ଅବିକଳ ଚେକ ତିଆରି କରି ସେହି ଚେକ ଜରିଆରେ ଠକେଇ କରାଯାଇଛି, ତାହାର ପୁରା କାହାଣୀ ବଖାଣିଛନ୍ତି ଅଭିଯୁକ୍ତ ।
ଫଟୋସପ ଓ ହାଇପ୍ରୋଫାଇଲ ସଫ୍ଟୱେୟାର ଜରିଆରେ ନକଲି ଚେକ ପ୍ରସ୍ତୁତ କରି ଠକ ବିଲଡରକୁ ଡି ମୁର୍ତ୍ତି ପିଲାଇକୁ ଦେଇଥିଲେ। ପରେ ସେହି ଫେକ ଚେକ ଜରିଆରେ ବ୍ୟାଙ୍କରୁ ଟଙ୍କା ଠକେଇ ହୋଇଥିଲା । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆଖିରେ ଆଙ୍ଗୁଠି ଦେବା ପରି କାହା ଅଜାଣତରେ ଚେକ କ୍ଲିୟରାନ୍ସ କରି ୨ କୋଟି ୮୭ ଲକ୍ଷ ଠକିନେଇଥିଲେ ଠକ ବିଲଡର ଡି ମୁର୍ତ୍ତି ପିଲାଇ।
ଗତ ନଭେମ୍ବର ମାସ 3 ତାରିଖରେ କର୍ଣ୍ଣାଟକ କୋପରେଟିଭ ମାର୍କେଟି ଫେଡେରସନ ନାଁରେ ଥିବା ଏକ ନକଲ ଚେକକୁ ରାଉଲକେଲା ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ଡିପୋଜିଟ କରିଥିଲେ ଡି ମୁର୍ତ୍ତି ପିଲାଇ। ଚେକ କ୍ଲିୟରାନ୍ସ ପରେ ଠକ ବିଲଡର ନିଜ ସଂସ୍ଥା ବିଏମପି ସନ୍ସ କନଷ୍ଟ୍ରକ୍ସନ ପି ଲିମିଟେଡର(BMP sons construction pvt ltd) ଆକାଉଣ୍ଟ ଜରିଆରେ ୨ କୋଟି ୮୭ ଲକ୍ଷ ଠକିନେଇଥିଲେ ।
ନକଲ ଚେକ ଜରିଆରେ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିବା ପରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଅଭିଯୋଗ ଆଧାରରେ ସମ୍ପୃକ୍ତ ଠକକୁ ଗିରଫ କରିଥିଲା ଅର୍ଥନୈତିକ ଅପରାଧା ଶାଖା। ବର୍ତ୍ତମାନ ଏହି ମାମଲାରେ ମୋଟ ୪ଜଣ ଗିରଫ ହୋଇଥିବାବେଳେ ଜଣେ ଏବେବି ଫେରାର ରହିଛି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ