ETV Bharat / city

ବରମୁଣ୍ଡାରୁ ମିଳିଲା କଟାଗୋଡ଼, ପୋଲିସର ହତ୍ୟା ସନ୍ଦେହ - Bhubaneswar news

ବରମୁଣ୍ଡା ନିକଟ ନାଳରୁ ମିଳିଲା କଟାଗୋଡ । ହତ୍ୟା ସନ୍ଦେହ କରି ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ...

ବରମୁଣ୍ଡାରୁ ମିଳିଲା ଗଳିତ କଟାଗୋଡ଼, ପୋଲିସର ହତ୍ୟା ସନ୍ଦେହ
author img

By

Published : Nov 12, 2019, 8:02 PM IST

ଭୁବନେଶ୍ବର: ରାଜଧାନୀରେ ଖେଳିଲା ଚାଞ୍ଚଲ୍ୟ । ବରମୁଣ୍ଡାର ଏକ ନାଳରୁ ମିଳିଛି ଏକ କଟା ଗୋଡ। ପଚିସଢି ଯାଇଥିବା ଅବସ୍ଥାରେ ବରମୁଣ୍ଡା ବ୍ରିଜ କଡ ନାଳରୁ ମିଳିଛି କ୍ଷତାକ୍ତ ଗୋଡଟି। ଶରୀରରୁ ଅଲଗା ହୋଇଥିବା କଟା ଗୋଡଟି ବାମପାର୍ଶ୍ବ ଗୋଡ ବୋଲି ଜଣାପଡିଛି।

ବରମୁଣ୍ଡାରୁ ମିଳିଲା ଗଳିତ କଟାଗୋଡ଼, ପୋଲିସର ହତ୍ୟା ସନ୍ଦେହ

ଗୋଡର ଆକାର ଓ ନଖରୁ ଏହା ପୁରୁଷ ଲୋକର ବୋଲି ପୋଲିସ ସନ୍ଦେହ କରିଛି। ତେବେ ଗୋଡଟି କାହାର ଓ ଶରୀରର ଅନ୍ୟ ଅଙ୍ଗ କେଉଁଠି ତାକୁ ନେଇ ବଢି଼ଛି ପୋଲିସ ସନ୍ଦେହ। ଦୁଇ ତିନି ଦିନ ତଳେ ଲୋକଟିର ଗୋଡ କଟା ଯାଇଥିବା ଜଣାପଡିଛି। ତେବେ ବ୍ୟକ୍ତିକୁ ହତ୍ୟା କରାଯାଇ ଏଣେ ତେଣେ ଫିଙ୍ଗାଯାଇଛି ନା ହତ୍ୟା ପରେ କୌଣସି ସ୍ଥାନରେ ପୋତାଯାଇଛି, ଯାହାର ଅଙ୍ଗକୁ କୁକୁର ବା ବିଲୁଆ ଆଣି ଥାଇପାରନ୍ତି ବୋଲି ସନ୍ଦେହ ଉପୁଜିଛି ।

ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ନେଇ ସମସ୍ତ ଥାନାକୁ ମିସିଙ୍ଗ ରିପୋର୍ଟର ତଥ୍ୟ ମାଗିଛି ପୋଲିସ। କଟା ଗୋଡଟି ଏପରି ଅବସ୍ଥାରେ ପଡିବା ଘଟଣା ହତ୍ୟା ଦିଗକୁ ମୋଡ ନେଇଛି। ତେବେ ଗୋଡ ମିଳିଥିବା ସ୍ଥାନରେ ଆବର୍ଜନା ଜମା ହେଉଥିବାରୁ ଏହା ଅନ୍ୟ ସ୍ଥାନରୁ ଆସିଥିବା ସନ୍ଦେହ କରୁଛି ପୋଲିସ । ଏନେଇ ଖଣ୍ଡଗିରି ଥାନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସନ୍ଧାନୀ କୁକୁର ସାହାଯ୍ୟରେ ସର୍ଚ୍ଚ ଅପରେସନ ଜାରି ହୋଇଛି । ତେବେ ମିଳିଥିବା କଟା ଗୋଡରୁ ପୋଲିସ ବ୍ୟକ୍ତିର ପରିଚୟ ଖୁଲାସା କରିପାରିବ କି ନାହିଁ ତାହା କମିସନରେଟ ପୋଲିସ ଉପରେ ନିର୍ଭର କରୁଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ବରମୁଣ୍ଡା ନାଳରୁ ମିଳିଲା କଟା ଗୋଡ, ହତ୍ଯା ସଂଦେହBody:

ରାଜଧାନୀରେ ଚାଂଚଲ୍ଯ।ନାଳରୁ ମିଳିଲା କଟା ଗୋଡ।ଅର୍ଧ ପଚିସଢି ଯାଇଥିବା ଅବସ୍ଥାରେ ବରମୁଣ୍ଡା ବ୍ରିଜ କଡ ନାଳରୁ ମିଳିଛି ଖତାକ୍ତ ଗୋଡ।ଶରିରରୁ ଅଲଗା ହୋଇଥିବା କଟା ଗୋଡଟି ବାମପାର୍ଶ ଗୋଡ ଜଣାପଡିଛି।ଗୋଡର ଆକାର ଓ ନଖରୁ ପୁରୁଷ ଲୋକର ବୋଲି ପୋଲିସ ସଂଦେହ କରିଛି।ତେବେ ଗୋଡଟି କାହାର ଓ ଏଭଳି ଅବସ୍ଥାରେ ଖଣ୍ଡଗିରି ଥାନା ଅଂଚଳର ବରମୁଣ୍ଡା ନିକଟରୁ ମିଳିଛି ଗୋଡ।ତେବେ ଗୋଡଟି କାହାର ଓ ଶରିରର ଅନ୍ଯ ଅଙ୍ଗ କେଉଁଠି ତାକୁ ନେଇ ବଢିଛି ପୋଲିସ ସଂଦେହ।ତେବେ ଦୁଇ ତିନି ଦିନ ତଳର ଲୋକଟିର କଟା ଗୋଡ ହୋଇଥିବା ଜଣାପଡିଛି।ତେବେ ସେହି ଗୋଡ ଥିବା ବ୍ଯକ୍ତିକୁ ହତ୍ଯା କରାଯାଇ ଏଣେ ତେଣେ ଫିଙ୍ଗାଯାଇଛି।ନା ହତ୍ଯା ପରେ କୌଣସି ସ୍ଥାନରେ ପୋତାଯାଇଛି।ଯାହାର ଅଙ୍ଗକୁ କୁକୁର ବା ବିଲୁଆ ଆଣି ଥାଇପାରନ୍ତି ବୋଲି ସଂଦେହ ଉପୁଜିଛି।ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ସମସ୍ତ ଥାନାକୁ ମିସି ରିପୋର୍ଟର ଡିଟେଲ ମାଗିଛି ପୋଲିସ।କେଉଁ ବ୍ଯକ୍ତିର କଟା ଗୋଡଟି ଏପରି ଅବସ୍ଥାରେ ପଡିବା ଘଟଣାକୁ ହତ୍ଯା ର ଦିଗକୁ ମୋଡ ନେଇଛି।ତେବେ ଗୋଡଟି ମିଳିଥିବା ସ୍ଥାନରେ ଅଧିକାଂଶ ଗାରବେଜ ଜମା ହେଉଥିବାରୁ ଅନ୍ଯ ଆଡୁ ବଡିର ପାର୍ଟ ଟି ଆସିଥାଏ ପାରେ ବୋଲି ପୋସିସ ସଂଦେହ କରୁଥି ଏନେଇ ଖଣ୍ଡଗିରି ଥାନା ପକ୍ଷରୁ ସ୍ଥାନିୟ ଅଂଚଳରେ ସଂନ୍ଧାନି କୁକୁର ସାହାର୍ଯରେ ସର୍ଚ ଅପରେସନ ଜାରି ହୋଇଛି।ତେବେ ମିଳିଥିବା କଟାଗୋଡରୁ ପୋଲିସ ବ୍ଯକ୍ତିର ପରିଚୟ ଖୁଲାସ କରିପାରିବ କି ନାହିଁ ସେନେଇ କମିସନରେଟ ପୋଲିସ ଉପରେ ନିର୍ଭର କରୁଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.