ETV Bharat / city

କୋରୋନା ସଂଗ୍ରାମରେ ଜିତିଲେ 96 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ - 96 year old freedom fighter

କୋଭିଡ-19 ମହାମାରୀ ଯୁଦ୍ଧରେ କୋରୋନାକୁ ପରାସ୍ତ କରିଛନ୍ତି 96 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ । ଏକ ଘରୋଇ ହସ୍ପିଟାଲରେ ସଫଳ ଚିକିତ୍ସା ପରେ ଏହି ବର୍ଷୀୟାନ ବ୍ୟକ୍ତି ବୁଧବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଜିତିଲେ 96 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ
ଜିତିଲେ 96 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ
author img

By

Published : Oct 7, 2020, 9:02 PM IST

ଭୁବନେଶ୍ବର: ସାରା ବିଶ୍ବରେ ଜାରି ରହିଥିବା କୋଭିଡ-19 ମହାମାରୀ ଯୁଦ୍ଧରେ କୋରୋନାକୁ ପରାସ୍ତ କରିଛନ୍ତି 96 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ । ଏକ ଘରୋଇ ହସ୍ପିଟାଲରେ ସଫଳ ଚିକିତ୍ସା ପରେ ଏହି ବର୍ଷୀୟାନ ବ୍ୟକ୍ତି ବୁଧବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଖବର ପାଇବା ପରେ ତାଙ୍କ ଘରେ ଖୁସିର ମାହୋଲ ଦେଖାଯାଇଛି ।

ଭୁବନେଶ୍ବରର ଶ୍ରୀ ଲୋକନାଥ ନାୟକ, ଗତ ସେପ୍ଟେମ୍ବର 29 ତାରିଖରେ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଭୁବନେଶ୍ବରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କର ଅନେକ ଜଟିଳ ରୋଗ ଯେପରିକି, କିଡନୀ ଓ ମଧୁମେହ ରୋଗ ଭଳି ସମସ୍ୟା ରହିଥିଲା ।

ତେବେ ଉତ୍ତମ ଚିକିତ୍ସା ଯୋଗୁଁ ସେ ଆଜି ସୁସ୍ଥ ହୋଇଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ସମେତ ତାଙ୍କ ପୁଅ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.