ଭୁବନେଶ୍ବର: ଜିଲ୍ଲାର ମନମୁଣ୍ଡା ଅଞ୍ଚଳର ମଧୁସ୍ମିତା ଦାନୀ ନାମକ ମହିଳାଙ୍କର ବୟସ 34 । ତାଙ୍କ ତଳି ପେଟରୁ ୧୦ କେଜିରୁ ଅଧିକ ଓଜନର ଟ୍ୟୁମର ବାହାରିଛି, ଯାହା ସମ୍ପୂର୍ଣ୍ଣ ରୂପେ ଜଟିଳ ରହିଥିଲା ।
2012 ଓ 2016ରେ ସମ୍ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ବେଳେ ସଂପୃକ୍ତ ମହିଳାଙ୍କ ପେଟରୁ ଟ୍ୟୁମର ବାହାରିଥିଲା । ରଟ୍ରୋପେରିଟୋନିଆଲ ଲାଇପୋସାରକୋମା ଭଳି କର୍କଟ ରୋଗରେ ଏହି ମହିଳା ଜଣକ ପୀଡିତ ଥିବା ଜଣାପଡ଼ଥିଲା । ମାତ୍ର ଏହି କର୍କଟ ରୋଗରେ କେମୋଥେରାପି କିମ୍ବା ରେଡିଓଥେରାପି ଚିକିତ୍ସା ଦ୍ବାରା ସୁଫଳ ମିଳି ନଥାଏ । ଯାହା ଫଳରେ ଅପରେସନ୍ ଏକ ମାତ୍ର ରାସ୍ତା ବୋଲି କହିଥିଲେ ଡାକ୍ତର ।
2012 ମସିହାରେ ସଂପୃକ୍ତ ମହିଳାଙ୍କ ପେଟରେ 15 କେଜିର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସମ୍ ହସ୍ପିଟାଲରେ ତାଙ୍କର ପ୍ରଥମ ଅପରେସନ୍ କରାଯାଇ ଟ୍ୟୁମରକୁ ବାହାର କରାଯାଇଥିଲା । ସେହିପରି ପୁର୍ନବାର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସେ ଅପରେସନ୍ ନିମନ୍ତେ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ବିଭିନ୍ନ ସମସ୍ୟା ଯୋଗୁଁ ସଠିକ ରୂପେ ଚିକିତ୍ସା ହୋଇ ପାରି ନଥିଲା । ହେଲେ ଏବେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ