ETV Bharat / city

କୋରୋନା ପାଇଁ ପରୀକ୍ଷା ସ୍ଥଗିତ, ବିକଳ୍ପ ପାଇଁ ଅଭିଭାବକଙ୍କ ଅନୁରୋଧ - ପରୀକ୍ଷା ବିକଳ୍ପ ପାଇଁ ଦାବି

ମହାମାରୀ କାରଣରୁ ଏଥର ନବମ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖିଲେ ରାଜ୍ଯ ସରକାର । ବିକଳ୍ପ କରି ପରୀକ୍ଷା କରିବାକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଅନୁରୋଧ । ଅଧିକ ପଢନ୍ତୁ....

କରୋନା ପାଇଁ ପରୀକ୍ଷା ସ୍ଥଗିତ, ବିକଳ୍ପ ପାଇଁ ଅଭିଭାବକଙ୍କ ଅନୁରୋଧ

author img

By

Published : Apr 15, 2021, 6:22 PM IST

ଭୁବନେଶ୍ବର: କୋରୋନା ମହାମାରୀ ବଦଳାଇ ଦେଲା ସମ୍ପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା । ମହାମାରୀ କାରଣରୁ ଏଥର ନବମ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ରାଜ୍ୟସରକାର । ତେବେ ଏହାକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ସ୍ବାଗତ କରାଯାଇଥିବାବେଳେ ପରୀକ୍ଷାର ବିକଳ୍ପ ବାହାର କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

କରୋନା ପାଇଁ ପରୀକ୍ଷା ସ୍ଥଗିତ, ବିକଳ୍ପ ପାଇଁ ଅଭିଭାବକଙ୍କ ଅନୁରୋଧ
ଯଦି ପରୀକ୍ଷାର ବିକଳ୍ପ ବାହାର କରାନଯାଏ ତେବେ ପାଠପଢା ସମ୍ପୂର୍ଣ୍ଣ ବୃଥା ଯିବ ବୋଲି କହିଛନ୍ତି ଛାତ୍ରୀ ଅଙ୍କିତା ସ୍ୱାଇଁ । ଅନ୍ୟପଟେ ଅଭିଭାବକ ମହାସଙ୍ଘ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିବା ସହ ଅନ୍ୟ ବିକଳ୍ପ ଅନଲାଇନ କିମ୍ବା ଅଫଲାଇନରେ ବ୍ୟବସ୍ଥା କରାଯାଇ ପରୀକ୍ଷା କରାଯାଉ ବୋଲି ମତବ୍ୟକ୍ତ କରିଛନ୍ତି । ପରୀକ୍ଷାକୁ ରାଜ୍ୟ ସରକାର ହେଳା କରନ୍ତୁ ନାହିଁ । ପରୀକ୍ଷା ପାଇଁ ଯେଉଁମାନେ ଯେତିକି ପଢିଛନ୍ତି ସେମାନେ ସେତିକି ମାର୍କ ଅନୁସାରେ ପରୀକ୍ଷା କରିବା ଉଚିତ ବୋଲି କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ । ସୂଚନା ଅନୁଯାୟୀ କୋରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ଆସନ୍ତା 19 ତାରିଖ ସୋମବାର ଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ ହଷ୍ଟେଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମେ 18 ତାରିଖରେ ପରୀକ୍ଷା ରହି ଥିବାବେଳେ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏନେଇ ଜୁନ ମାସର ପ୍ରଥମ ସପ୍ତାହରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ସେହିପରି ମେ 3 ତାରିଖରେ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ରହିଥିବାବେଳେ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହାସହ 2020-21 ଶିକ୍ଷାବର୍ଷର ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.