ETV Bharat / city

କେରୋନା କାୟା; ଆଜି 97 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Mar 3, 2021, 3:17 PM IST

ରାଜ୍ୟରେ ପୁଣି ବଢୁଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ 97 ନୂଆ କୋରୋନା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କେରୋନା କାୟା
କେରୋନା କାୟା

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମିଥିବାବେଳେ ରାଜ୍ୟରେ ଲଗାତାର ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଆଜି ରାଜ୍ୟରେ 97 ନୂଆ କୋରୋନା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 58 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 39 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 2 ଜଣ, ବାଲେଶ୍ବରରୁ 5 ଜଣ, ବରଗଡରୁ 6 ଜଣ, ବଲାଙ୍ଗୀରରୁ 2 ଜଣ, କଟକରୁ 4 ଜଣ, ଦେଓଗଡରୁ ଜଣେ, ଜଗତସିଂହପୁରରୁ 6 ଜଣ, ଯାଜପୁରରୁ 5 , ଝାରସୁଗୁଡାରୁ 6 ,କଳାହାଣ୍ଡିରୁ 2,କେନ୍ଦୁଝରରୁ 4, ଖୋର୍ଦ୍ଧାରୁ 14, ମୟୂରଭଞ୍ଜରୁ 6, ନବରଙ୍ଗପୁରରୁ 4, ନୟାଗଡରୁ 4,ପୁରୀରୁ 6, ସମ୍ବଲପୁରରୁ13 , ସୁନ୍ଦରଗଡରୁ 11ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 3 ଜଣ ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ 775ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 337448ଜଣ କୋରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ରାଜ୍ୟରେ ମୋଟ 8383192ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.