ETV Bharat / city

କାର୍ଯ୍ୟରେ ଯୋଗଦେଲେ 95 ପୋଲିସ କର୍ମଚାରୀ, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

author img

By

Published : Jul 20, 2020, 3:38 PM IST

Updated : Jul 20, 2020, 5:55 PM IST

ଓଡିଶା ପୋଲିସର 95 କର୍ମଚାରୀ କୋରୋନାରୁ ସୁସ୍ଥ ହେବା ପରେ ଆଗଧାଡିର ଯୋଦ୍ଧା ଭାବେ ପୁଣି ଥରେ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଜନସେବା ପ୍ରତି ଏମାନଙ୍କ ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତାକୁ ସମ୍ମାନକୁ ଦେଇଛନ୍ତି ଡିଜିପି । ସେପଟେ ଏହି ଲଢେଇ ସମୟରେ ପୋଲିସ କର୍ମଚାରୀଙ୍କ ଉତ୍ସର୍ଗୀକୃତ ତଥା ବଳିଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

95 Odisha Police Personnel have rededicated themselves to frontline enforcement duty after recovering from Covid 19
କୋରୋନାକୁ ମାତ୍ ଦେଇ କାର୍ଯ୍ୟରେ ଯୋଗ ଦେଲେ 95 ପୋଲିସ କର୍ମଚାରୀ

ଭୁବନେଶ୍ବର: ବିଶ୍ବବ୍ୟାପୀ କୋରୋନା କହର ଜାରି ରହିଥିବା ବେଳେ ଅନେକ କୋରୋନା ଯୋଦ୍ଧା ଏହି ଭୂତାଣୁର ଶିକାର ହେଉଛନ୍ତି । ତଥାପି ନିଜ କର୍ତ୍ତବ୍ୟପ୍ରତି ଗୁରୁତ୍ବ ଦେଇ ନିଷ୍ଠାପର ସହିତ ଜନକଲ୍ୟାଣ ପାଇଁ ସର୍ବଦା ଆଗେଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ପୋଲିସର 95 କର୍ମଚାରୀ କୋରୋନାରୁ ସୁସ୍ଥ ହେବା ପରେ ଆଗଧାଡିର ଯୋଦ୍ଧା ଭାବେ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଦିନରାତି ଅହରହ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଏହି ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିଲେ । ହେଲେ ନିଜ କର୍ତ୍ତବ୍ୟ ଓ କାର୍ଯ୍ୟ ପ୍ରତି ନିଷ୍ଠାପରତା ଯୋଗୁଁ କୋରୋନାକୁ ହରାଇ ଅନ୍ୟମାନଙ୍କୁ ମଧ୍ୟ ଏହି ଭୂତାଣରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଛନ୍ତି । ନିଜ କର୍ତ୍ତବ୍ୟପ୍ରତି କୋରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କ ଏଭଳି ନିଷ୍ଠାପରତା ପ୍ରଶଂସାଯୋଗ୍ୟ ।

ଅପରପକ୍ଷେ ଏହି 95 ପୋଲିସ କର୍ମଚାରୀ ତଥା କୋରୋନା ଯୋଦ୍ଧାଙ୍କ ଜନସେବା ପ୍ରତି ସେମାନଙ୍କର ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତାକୁ ସମ୍ମାନକୁ ଦେଇଛନ୍ତି ଡିଜିପି । ଏଥିସହ ବାସ୍ତବିକ୍ ଜୀବନର ଏଭଳି ଯୋଦ୍ଧା ଓ ନାୟକଙ୍କୁ ସ୍ବତନ୍ତ୍ର ପ୍ରଶଂସା ପତ୍ର ପ୍ରଦାନ କରାଯିବ ।

95 Odisha Police Personnel have rededicated themselves to frontline enforcement duty after recovering from Covid 19
କାର୍ଯ୍ୟରେ ଯୋଗ ଦେଲେ 95 ପୋଲିସ କର୍ମଚାରୀ, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

ସେପଟେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାପରତା ଦେଖାଇଥିବା ଏହି କୋରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟରେ ଉଲ୍ଲେଖ କରି କହିଛନ୍ତି ଯେ, ସାରା ବିଶ୍ବ ଲଢୁଥିବା ଏକ ଅଦୃଶ୍ୟ ଶତ୍ରୁ ବିରୁଦ୍ଧ ଏହି ଲଢେଇ ସମୟରେ ପୋଲିସ କର୍ମଚାରୀଙ୍କ ଉତ୍ସର୍ଗୀକୃତ ତଥା ବଳିଦାନ ପାଇଁ ଓଡ଼ିଶା ଏହି ଯୋଦ୍ଧାଙ୍କ ନିକଟରେ କୃତଜ୍ଞ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2020, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.