ETV Bharat / city

ଭୁବନେଶ୍ବରରେ ସର୍ବାଧିକ 91 ପଜିଟିଭ ରିପୋର୍ଟ, 99 ସୁସ୍ଥ - bbsr corona update

ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ। ଦିନକୁ ଦିନ ଏଠି ନୂଆ ନୂଆ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି । ଅଧିକ ପଢନ୍ତୁ...

ଭୁବନେଶ୍ବରରେ ସର୍ବାଧିକ 91 ପଜିଟିଭ ରିପୋର୍ଟ, 99 ସୁସ୍ଥ

author img

By

Published : Jul 22, 2020, 2:47 PM IST

ଭୁବନେଶ୍ବର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା । ପୁଣି ବୁଧବାର ସର୍ବାଧିକ 91ଟି ପଜିଟିଭ ରିପୋର୍ଟ ହୋଇଛି । ସେଥିମଧ୍ୟରୁ ମଞ୍ଚେଶ୍ୱରରୁ ସର୍ବାଧିକ 26 ଚିହ୍ନଟ ହୋଇଛି ।

ତେବେ ସଙ୍ଗରୋଧ କେନ୍ଦ୍ରରୁ 72ଟି ଚିହ୍ନଟ ହୋଇଥିବା ବେଳେ, 19ଟି ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି 99 ଜଣ ଆକ୍ରାନ୍ତ । ସେହିପରି 26 ଜଣ ମଞ୍ଚେଶ୍ୱର ଅଞ୍ଚଳର ଫ୍ଲୋର ମିଲର କର୍ମଚାରୀ ଅଟନ୍ତି। ସେହିପରି 9 ଜଣ ରାଜମହଲ ନିକଟରେ ଏକ ବିଲଡିଂରେ କାମ କରୁଥିବା ଶ୍ରମିକ ରହିଛନ୍ତି । 14 ଜଣ ହେଉଛନ୍ତି ଆଇଆରସି ଭିଲେଜ ନିକଟସ୍ଥ ଗଣପତି ନଗର ବସ୍ତିର । 2 ଜଣ ୟୁନିଟ-8ର ସରକାରୀ କର୍ମଚାରୀ, 2 ଜଣ ଆଇଗିଣିଆ ଅଞ୍ଚଳର, ଆଉ 2 ହେଉଛନ୍ତି ମଞ୍ଚେଶ୍ୱର ଅଞ୍ଚଳର । ସେହପିରି ନୟାପଲ୍ଲୀ ତ୍ରୀନାଥ ବସ୍ତିରୁ 3, ଚିନ୍ତାମଣିଶ୍ୱର, ସାଲିଆସାହିର ଆଦିବାସୀ ବସ୍ତି, ବିଜେବି ନଗର ବିଜୟ ଲକ୍ଷ୍ମୀ ବସ୍ତି, ଝାରପଡ଼ା, ଓଲ୍ଡଟାଉନ, ୟୁନିଟ-9, ସାଲିଆ ସାହିର ଶ୍ରୀ କୃଷ୍ଣ ନଗର, ଭୀମପୁର, ନୀଳାଦ୍ରି ବିହାର, ପଟିଆ, ଏବଂ ରସୁଲଗଡରୁ ଜଣେ ଲେଖେଁ ଚିହ୍ନଟ ହୋଇଛନ୍ତି।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 19 ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଲେଖେଁ ଆଇଆରସି ଭିଲେଜର ଏନ-6 ଅଞ୍ଚଳ, ଲକ୍ଷ୍ମୀ ସାଗର, ଚନ୍ଦ୍ରଶେଖରପୁର, କୋଳଥିଆ, ପାତ୍ରପଡା, ପାଣ୍ଡରାର ଜଗନ୍ନାଥ ନଗର, ଖଣ୍ଡଗିରି, ଏକ ଘରୋଇହସ୍ପିଟାଲ, ପୋଖରିପୁଟ, ଡୁମଡୁମା, ସହିଦନଗର, ଶୈଳେଶ୍ରୀ ବିହାର, ଏକ ସରକାରୀ ହସ୍ପିଟାଲରଜଣେ ସିକ୍ୟୁରୁଟି ଗାର୍ଡ, ବରମୁଣ୍ଡା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1343 ରହିଥିବା ବେଳେ 724 ଜଣ ସୁସ୍ଥ ହୋଇଛନ୍ତି । ଏଥିରେ 11 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, 606 ଜଣ ଚିକିତ୍ସାଧୀନ ରହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.