ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନାରେ 9 ଜଣଙ୍କର ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 531କୁ ବୃଦ୍ଧି ପାଇଛି ।
ବଲାଙ୍ଗୀରର 18 ବର୍ଷର ଯୁବକ ଓ 75 ବର୍ଷର ମହିଳା, ଭୁବନେଶ୍ବରର 90 ବର୍ଷର ପୁରୁଷ, କଟକର 50 ବର୍ଷର ପୁରୁଷ ଓ 67 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ 70 ବର୍ଷର ପୁରୁଷ ଓ 50 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧାରେ 67 ବର୍ଷର ପୁରୁଷ ରାୟଗଡାର 52 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ