ETV Bharat / city

ରାଜ୍ୟରେ ପହଞ୍ଚିଲା 9 ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲ୍ଡ ଟିକା

ଆଜି(ଶୁକ୍ରବାର) ରାଜ୍ୟରେ ପହଞ୍ଚିଲା ଆଉ 9 ଲକ୍ଷ 43 ହଜାର 930 କୋଭିସିଲ୍ଡ ଟିକା । ରାତିସୁଦ୍ଧା ବିଭିନ୍ନ ଜିଲ୍ଲାର ଟୀକାକରଣ କେନ୍ଦ୍ରକୁ ପଠାଯିବ ଏହି ଟିକା । ଅଧିକ ପଢନ୍ତୁ...

ରାଜ୍ୟରେ ପହଞ୍ଚିଲା 9 ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲ୍ଡ ଟିକା
ରାଜ୍ୟରେ ପହଞ୍ଚିଲା 9 ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲ୍ଡ ଟିକା
author img

By

Published : Jul 2, 2021, 6:01 PM IST

ଭୁବନେଶ୍ବର: ରାଜ୍ୟରେ ପହଞ୍ଚିଲା 9 ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲ୍ଡ ଟିକା । ଆଜି(ଶୁକ୍ରବାର) ରାଜ୍ୟକୁ 9 ଲକ୍ଷ 43 ହଜାର 930 କୋଭିସିଲ୍ଡ ଟିକା ଆସିଛି । ଟିକାର ଅଭାବ ଯୋଗୁଁ ଅନେକ ଜିଲ୍ଲାରେ ଟୀକାକରଣ ସମ୍ଭବ ହୋଇପାରୁ ନଥିଲା । ଆଜି ପୁଣି ଟିକା ଆସିବା ପରେ ଟୀକାକରଣ ସ୍ବାଭାବିକ ହେବ ।

ଗତକାଲି(ଗୁରୁବାର) ଓଡିଶାକୁ 1 ଲକ୍ଷ କୋଭିସିଲ୍ଡ ଟିକା ଆସିଥିଲା । ତେବେ ଆଜି ପୁଣି କୋଭିସିଲ୍ଡ ଆସିବା ପରେ ଟୀକାକରଣ ବନ୍ଦ ଥିବା ଜିଲ୍ଲାଗୁଡିକରେ ଟୀକାକରଣ ଆରମ୍ଭ ହେବ । ଏହି ଟିକାକୁ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାର ଟୀକାକରଣ କେନ୍ଦ୍ରକୁ ରାତି ସୁଦ୍ଧା ପଠାଯିବ ।

ସୂଚନାଥାଉ କି, ରାଜ୍ୟରେ ଟିକା ମହଜୁତ ନଥିବାରୁ ଗତକାଲି(ଗୁରୁବାର) 16ଟି ଜିଲ୍ଲା ଏବଂ ଆଜି 7ଟି ଜିଲ୍ଲାରେ ଟୀକାକରଣ ସମ୍ପୂର୍ଣ ଭାବରେ ବନ୍ଦ ରହିଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.