ETV Bharat / city

ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଅଗଷ୍ଟ 7 ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ଜୟଦେବ ଭବନଠାରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା । ଅଧିକ ପଢନ୍ତୁ

author img

By

Published : Aug 8, 2022, 12:24 PM IST

ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ
ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତrat

ଭୁବନେଶ୍ବର: ରବିବାର ୭ ଅଗଷ୍ଟ ୨୦୨୨ ସମଗ୍ର ଦେଶରେ ପାଳିତ ହୋଇଛି ଅଷ୍ଟମ ଜାତୀୟ ହସ୍ତତନ୍ତ ଦିବସ( National Handloom Day) । ଏହି ଅବସରରେ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ଭାରତୀୟ ଭିତରେ ଓଡିଶାର ଐତିହ୍ୟସଂପନ୍ନ ଓ ବହୁପୁରାତନ ପାରମ୍ପରିକ ହସ୍ତତନ୍ତ କଳା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏହି ସଂସ୍କୃତି ଓ କଳା ସହିତ ବଂଶାନୁକ୍ରମେ ଜଡ଼ିତ ବୁଣାକାରମାନଙ୍କ ସମ୍ମାନାର୍ଥେ ଏହି ଦିବସକୁ ପାଳନ କରାଯାଉଛି ।

ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଏହି ଦିବସ ପାଳନ କରିବାର ମୂଳଲକ୍ଷ୍ୟ ହେଉଛି ଏହି କ୍ଷେତ୍ର ସହ ଜଡ଼ିତ ଅଗଣିତ ବୁଣାକାରଙ୍କ ମନରେ ସ୍ୱାଭିମାନ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ବୃତ୍ତିକୁ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ବସ୍ତ୍ରକୁ ସୁଦୂରପ୍ରସାରୀ କରାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା । ୧୯୦୫ ମସିହାରୁ ଏହି ଦିବସ ପାଳନ କରାଯାଉଥିବା ବେଳେ ସ୍ବଦେଶୀ ଜିନିଷର ଚାହିଦା ବିଦେଶୀ ଜିନିଷର ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜାତୀୟ ହସ୍ତତନ୍ତ ପାଇଁ ନିରବିଚ୍ଛିନ୍ନ ଭାବେ ୭୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବୁଣାକାରଙ୍କ ସେବାରେ କାର୍ଯ୍ୟରତ ଥିବା ବ୍ରହ୍ମପୁର, ଗଞ୍ଜାମର ପଦ୍ମନାଭପୁର ତନ୍ତୁବାୟ ସହଯୋଗ ସମିତି, ସଦରଥାନା ତନ୍ତୁବାୟ ସହଯୋଗ ସମିତି, ଖୋର୍ଦ୍ଧା ଏବଂ ଖୋର୍ଦ୍ଧା ତନ୍ତୁବାୟ ସହଯୋଗ ସମିତିଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିପରି ବିଗତ ତିନି ବର୍ଷର ହାରାହାରି ବ୍ୟବସାୟକୁ ଆଧାର କରି ସର୍ବାଧିକ ହସ୍ତତନ୍ତ ବସ୍ତ୍ର ବ୍ୟବସାୟ କରିଥିବା ଗମିଲୋ ତନ୍ତୁବାୟ ସହଯୋଗ ସମିତି, ଆଠଗଡ଼, କଟକକୁ ପ୍ରଥମ ପୁରସ୍କାର ବାବଦରେ ତିନି ଲକ୍ଷ ଟଙ୍କା, ଜାଲପାଲି ତନ୍ତୁବାୟ ସହଯୋଗ ସମିତି, ବରଗଡ଼କୁ ଦ୍ୱିତୀୟ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଏବଂ ଲୁରୁପାଲି ତନ୍ତୁବାୟ ସହଯୋଗ ସମିତି, ବରଗଡ଼କୁ ତୃତୀୟ ପୁରସ୍କାର ଭାବେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.