ETV Bharat / city

ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ଦିନକରେ ୮୮୬ ପଜିଟିଭ ଚିହ୍ନଟ - ପଜିଟିଭ ଚିହ୍ନଟ

ରାଜ୍ୟରେ ହଜାର ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୬ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ହଜାର ତଳକୁ ଖସିଲା ସଂକ୍ରମଣ , ଦିନକରେ ୮୮୬ ପଜିଟିଭ ଚିହ୍ନଟ

author img

By

Published : Aug 9, 2021, 9:03 AM IST

ଭୁବନେଶ୍ବର:ରାଜ୍ୟରେ ହଜାର ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଦୀର୍ଘମାସର ବ୍ୟବଧାନ ପରେ ଏବେ ଏକ ହଜାର ତଳକୁ ଖସିଛି ସଂକ୍ରମଣ । ୪ ଅଙ୍କ ପରିବର୍ତ୍ତେ ଆଜି ରାଜ୍ୟରେ ୩ ଅଙ୍କ ବିଶିଷ୍ଟ କୋରୋନା ସଂକ୍ରମିତ ଚିହ୍ନ ହୋଇଛନ୍ତି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୫୧୨ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୭୪ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୭ହଜାର ୯୫୬ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

  • Covid-19 Report For 8th August

    New Positive Cases: 886
    In quarantine: 512
    Local contacts: 374

    (Details of local contacts will be shared by concerned Dist Administration)

    District Wise Cases:

    1. Angul: 32
    2. Balasore: 62
    3. Bargarh: 8
    4. Bhadrak: 31
    5. Boudh: 2

    — I & PR Department, Odisha (@IPR_Odisha) August 9, 2021 " class="align-text-top noRightClick twitterSection" data=" ">

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୩୨, ବାଲେଶ୍ବରରୁ ୬୨, ବରଗଡ଼ରୁ ୮, ଭଦ୍ରକରୁ ୩୧, କଟକରୁ ୮୧, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧୧, ଗଜପତିରୁ ୪, ଗଞ୍ଜାମରୁ ୮, ଜଗତସିଂହପୁରରୁ ୫୪, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୩୩, କେନ୍ଦୁଝରରୁ ୧୮, କୋରାପୁଟରୁ ୭, ମାଲକାନଗିରିରୁ ୯, ମୟୂରଭଞ୍ଜରୁ ୨୫, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ପୁରୀରୁ ୫୩, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୨, ଷ୍ଟେଟ ପୁଲ୍‌ରୁ ୫୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇବା ସହ ଅନେକ ଜିଲ୍ଲାରେ ମଧ୍ୟ ସଂକ୍ରମଣ ହାର ହ୍ରାସ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.