ETV Bharat / city

ରାଜ୍ୟର କୋରୋନା ଅପଡେଟ: ସକାଳେ 79 ଆକ୍ରାନ୍ତ ସନ୍ଧ୍ୟାରେ 84 ସୁସ୍ଥ - ଓଡିଶାରେ କୋରୋନା

ଦିନକୁ ଦିନ ହୁ ହୁ ହୋଇ ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି । ଏହାକୁ ଦେଖିବାକୁ ଗଲେ ସୁସ୍ଥ ସଂଖ୍ୟା ମଧ୍ୟ ସୁଧୁରୁଛି । ଅଧିକ ପଢନ୍ତୁ..

ରାଜ୍ୟର କୋରୋନା ଅପଡେCOVID-19 Patients Recover in odisha ଟ
ରାଜ୍ୟର କୋରୋନା ଅପଡେଟ
author img

By

Published : May 26, 2020, 5:07 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ସୁସ୍ଥ ହାର ମଧ୍ୟ ସୁଧରୁଛି । ସକାଳେ 79 ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସନ୍ଧ୍ୟାରେ 84 ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ 733 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ କୋରୋନା ଭାଇସର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ତେବେ ସେହି ହାରରେ ସୁସ୍ଥ ମଧ୍ୟ ଅଧିକ ପରିମାଣରେ ହେଉଛନ୍ତି ।

ତେବେ ମଙ୍ଗଳବାର 84 ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ବାଲେଶ୍ୱରରେ 11 ଜଣ, ଗଞ୍ଜାମର 24, ଯାଜପୁର 18, କଟକ7 ଜଣ, ଭଦ୍ରକର 6, କେନ୍ଦ୍ରାପଡାର 5, ଖୋର୍ଦ୍ଧା ଓ ପୁରୀରେ 4 ଓ ନୟାଗଡ ଓ ମୟୁରଭଞ୍ଜରେ 2 ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ ରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ରିପୋର୍ଟ ମୁତାବକ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 1517 ରହିଥିବା ବେଳେ 777 ସକ୍ରିୟ ରହିଛନ୍ତି। 733 ଜଣ ସୁସ୍ଥ ହୋଇଥିବା ବେଳେ 7 ଜଣ ଏବେ ସୁଦ୍ଧା ପ୍ରାଣ ହରାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.