ETV Bharat / city

ନାତି ପାଇଁ ନ୍ୟାୟ ମାଗୁଛି ଅଜା, ନବୀନ ନିବାସ ଆଗରେ ଖରାରେ ଭୋଗୁଛି ସଜ୍ଜା - demanding

ନାତି ପାଇଁ ନ୍ୟାୟ ମାଗୁଛନ୍ତି 80 ବର୍ଷୀୟ ବୃଦ୍ଧ। ବୋଲ ମାନୁନି ଆଖିର ଲୁହଧାର। ଏଡେ ବଡ ଟାଣ ଖରାକୁ ବୁଢା ଲୋକଟିର ଟିକିଏ ବି ନିଘା ନାହିଁ। ଆପଣ ହିଁ କୁହନ୍ତୁ 25 ବର୍ଷୀୟ ଭେଣ୍ଡା ନାତିକୁ ହରାଇ କେଉଁ ଅଜା ବା ଥୟ ଧରିବ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Mar 13, 2019, 9:39 PM IST

ଭୁବନେଶ୍ୱର: ନାତି ପାଇଁ ନ୍ୟାୟ ମାଗୁଛନ୍ତି 80 ବର୍ଷୀୟ ବୃଦ୍ଧ। ବୋଲ ମାନୁନି ଆଖିର ଲୁହଧାର। ଏଡେ ବଡ ଟାଣ ଖରାକୁ ବୁଢା ଲୋକଟିର ଟିକିଏ ବି ନିଘା ନାହିଁ। ଆପଣ ହିଁ କୁହନ୍ତୁ 25 ବର୍ଷୀୟ ଭେଣ୍ଡା ନାତିକୁ ହରାଇ କେଉଁ ଅଜା ବା ଥୟ ଧରିବ।

ଏପରି ଅବସ୍ଥା ହୋଇଛି କେନ୍ଦୁଝର ଜିଲ୍ଲା ଭୁବପୋଷି ଗାଁର ଅଜା ମଧୁସୂଦନଙ୍କର। ନାତିର ମୃତ୍ୟୁପରେ ପାଗଳ ପରି ମନେ କରୁଛନ୍ତି ସେ। ମୋ ନାତି ମରି ନାହିଁ, ତାକୁ ମାରି ଦିଆଯାଇଛି ଏମିତି ଖାଲି ବାଉଳିଚାଉଳି ହେଉଛନ୍ତି।

ଯେଉଁ ନାତି କାନ୍ଧରେ ଶ୍ମଶାନ ଯିବେ ବୋଲି ଭାବିଥିଲେ, ନିଜ ଆଖି ଆଗରେ ନାତି ଟୋକାର ଏପରି ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରିନାହାଁନ୍ତି। ଆଉ ସେଥିପାଇଁ ଜିଲ୍ଲାପାଳ,ଏସପି ଓ ଜିଲ୍ଲା ସମାଜ ମଙ୍ଗଳ ବୋର୍ଡ ନିକଟରେ ସମସ୍ତଙ୍କ ପାଖରେ ଅଭିଯୋଗ କରିଛନ୍ତି। ହେଲେ ନିରାଶ ହେବାପରେ ନ୍ୟାୟ ଆଶାରେ ଧାଇଁ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ।

ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଃଖ ଜଣାଇ ନାତି ହତ୍ୟାର ଉପଯୁକ୍ତ ତଦନ୍ତ କରାଇ ଦୋଷୀଙ୍କୁ ଦଣ୍ଡ ଦେବେ। କିନ୍ତୁ ଏଠି ବି ତାଙ୍କ ଆଶା ମଉଳିବା ପରି ଦେଖାଯାଇଛି।

ସକାଳ ଠାରୁ ପହଞ୍ଚିଥିଲେ ମଧ୍ୟ ଅପରାହ୍ନ ସୁଦ୍ଧା ନିଜର ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ସମର୍ଥ ହୋଇ ନାହାଁନ୍ତି। ତେଣୁ ନାତିକୁ ନ୍ୟାୟ ଦେବା ପାଇଁ ଅଜା ନବୀନ ନିବାସ ଦୁଆର ଆଗରେ ମାର୍ଚ୍ଚ ମାସର ବଢୁଥିବା ଖରାରେ ଏକ
ପ୍ରକାର ସଜ୍ଜା ଭୋଗୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ମଧୁସୂଦନଙ୍କ 25 ବର୍ଷର ଭେଣ୍ଡିଆ ନାତି ପୂର୍ଣ୍ଣଚନ୍ଦ୍ର କାମ କରିବାକୁ ବେଙ୍ଗାଲୁରୁ ଯାଇଥିଲେ। ସେଠାରୁ କାମ ସାରିବା ପରେ ଘରକୁ ଫେରିବେ ବୋଲି କହିଥିଲେ। କିନ୍ତୁ ସେ ସେଠାରେ ଜୀବନ୍ତ ଶରୀରରେ ନ ଫେରି ମୃତ ଅବସ୍ଥାରେ ଘରକୁ ଫେରିଛନ୍ତି। ତେବେ ତାଙ୍କର ମୃତ୍ୟୁ ବସ ଦୁର୍ଘଟଣାରେ ହୋଇଥିବା କୁହାଯାଉଥିବାବେଳେ ନାତିକୁ ତାର ସାଙ୍ଗମାନେ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରିକି ଶବ ନିକଟକୁ ପରିବାର ଲୋକଙ୍କୁ ନ ଛାଡି ତାକୁ ଚଞ୍ଚକତା କରି ସତ୍କାର କରିଦେଇଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

ଲସ ଆଞ୍ଜେଲ୍ସ: ଆମେରିକୀୟ ପପ ଷ୍ଟାର ନିକ ଜୋନସ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରି ପ୍ରେମ ଜୀବନରେ ସଫଳତା ହାସଲ କରିଛନ୍ତି । ଆଉ ବିବାହର ସଫଳତା ପରେ ନିକ ଏବେ ପହଞ୍ଚିଛନ୍ତି କ୍ୟାରିୟରର ସଫଳତା ଶୀର୍ଷରେ । ଆଉ ସେହି ଖୁସିରେ ନିକ ଏବେ ପତ୍ନୀ ପ୍ରିୟଙ୍କାଙ୍କୁ ଦେଇଛନ୍ତି ଗୋଟିଏ ଦାମୀ ସରପ୍ରାଇଜ...

ନିକ ନିକଟରେ ତାଙ୍କ ଭାଇମାନଙ୍କ ସହ ମିଶି ମ୍ୟୁଜିକ ଭିଡିଓ 'ସକର' ରିଲିଜ କରିଥିବାବେଳେ ତାହା ଏବେ ଟ୍ରେଣ୍ଡ କରୁଛି ନମ୍ବର 1ସ୍ଥାନରେ । ପୂର୍ବରୁ 2008ମସିହାରେ ଜୋନସ ବ୍ରଦର୍ସଙ୍କ  ଟ୍ରାକ ବର୍ଣ୍ଣିନ ଅପ ପହଞ୍ଚିଥିଲା ପଞ୍ଚମ ସ୍ଥାନରେ ।

ନିକ ନିକଟରେ ପ୍ରିୟଙ୍କାଙ୍କୁ କଳାରଙ୍ଗର ମେବ୍ୟାଚ ଗାଡି ଭେଟି ଦେଇଛନ୍ତି । ଆଉ ଏହି କଥା ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ମାଧ୍ୟମରେ ପ୍ରକାଶ କରିଛନ୍ତି । ପ୍ରିୟଙ୍କା ଗାଡି ଓ ନିକ ଓ ପ୍ରିୟ କୁକୁରଙ୍କ ସହ ଦୁଇଟି ରୋମାଣ୍ଟିକ ଫଟୋ ପୋଷ୍ଟ କରି ଶୀର୍ଷକରେ ଲେଖିଛନ୍ତି, 'ଯେବେ ସ୍ବାମୀ ନମ୍ବର ୱାନ ସ୍ଥାନରେ ରୁହନ୍ତି... ସେବେ ପତ୍ନୀ ପାଆନ୍ତି ମେବାଚ ! ଭେଟନ୍ତୁ ଏକ୍ସଟ୍ରା ଚୋପ୍ରା ଜୋନସଙ୍କୁ । ଆଉ ଲଭ ୟୁ ବେବି । ଶ୍ରେଷ୍ଠ ସ୍ବାମୀ ନିକ ଜୋନସ ।'

ପ୍ରକାଶ ଥାଉକି, ଜୋନସ ବ୍ରଦର୍ସ ବ୍ୟାଣ୍ଡ 2005ରେ ପ୍ରତିଷ୍ଠା ହୋଇଥିଲା । ପରେ ଏହି ଭାଇମାନେ ମିଶି ବର୍ଣ୍ଣିନ ଅପ, ହୋଲ୍ଡ ଅନ ଓ ଫ୍ଲାଏ ଉଇଥ ମି ଭଳି ହିଟ ଟ୍ରାକ ଦର୍ଶକଙ୍କୁ ଭେଟି ଦେଇଥିଲେ । କିନ୍ତୁ 2013ରେ ଏହି ବ୍ୟାଣ୍ଡ ଭାଙ୍ଗିଯାଇଥିଲା । କିନ୍ତୁ ଏବେ ଜୋନସ ବ୍ରଦର ଅନେକ ଦିନ ପରେ କମବ୍ୟାକ କରି ହାସଲ କରିଛନ୍ତି ଢେର ସଫଳତା ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.