ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତରେ ସୁସ୍ଥ ହେବାରେ ଲାଗିଛନ୍ତି ଯାହା ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଛି। ଆଜି ପୁଣି ରାଜ୍ୟରେ 80 ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ 1325 ସୁସ୍ଥ ସଂଖ୍ୟା ପହଞ୍ଚିଛି। ରାଜ୍ୟରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଆକ୍ରାନ୍ତ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା ବଢୁଛି।
ପୁରୀରେ 17 ଜଣ, କେନ୍ଦ୍ରାପଡାରେ 16 ଜଣ, ମାଲକାନଗିରିରେ 16 ଜଣ, କଟକରେ 7 ଜଣ, ନୟାଗଡ ସୋନପୁର ସୁନ୍ଦରଗଡ କେନ୍ଦୁଝର ଓ ଝାରସୁଗୁଡାରେ 3 ଜଣ, ଗଂଜାମ କନ୍ଧମାଳ ଓ ଖୋର୍ଦ୍ଧାରେ 2 ଜଣ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀର ଜଗତସିଂହପୁର ଓ ନବରଙ୍ଗପୁରରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2245ରେ ପହଁଛିଥିବା ବେଳେ ସୁସ୍ଥ ହେଲେଣି 1325 । ରାଜ୍ୟରେ ସକ୍ରିୟ ମାମଲା 911ରେ ପହଞ୍ଚିଥିବା ବେଳେ 7 ଜଣଙ୍କର ମୃତ୍ୟୁ ଘଟିଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ