ଭୁବନେଶ୍ୱର:ଦିନକୁ ଦିନ ରାଜ୍ୟରେ ମୃତୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି 8 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଜକୁ ମିଶାଇ 456ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା ।
8 ଜଣଙ୍କ ମଧ୍ୟରୁ 61 ବର୍ଷର ମହିଳା ବରଗଡ ଜିଲ୍ଲାର ହୋଇଥିବା ବେଳେ ଭଦ୍ରକରେ 62 ବର୍ଷର ପୁରୁଷ । 65 ବର୍ଷର ପୁରୁଷ ଓ 56 ବର୍ଷର ପୁରୁଷ ଭୁବନେଶ୍ୱରର, ବଲାଙ୍ଗୀରର 40 ବର୍ଷର ପୁରୁଷ, ଗଞ୍ଜାମର 55 ବର୍ଷର ମହିଳା ଓ 45 ବର୍ଷର ପୁରୁଷ, ରାୟଗଡା 60 ବର୍ଷର ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ତେବେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ଅଧିକ କୋରୋନାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ତେବେ ରାଜ୍ୟରେ ମୃତ୍ୟୁ ଦଂଖ୍ୟା 456ରେ ପହଞ୍ଚିଛି ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ